Anuchinta : ସିନ୍ଦୂର କେଉଁ ଜାଗାରେ ଲଗେଇଲେ ସ୍ୱାମୀ ଓ ପିଲାର ଆୟୁଷ ବୃଦ୍ଧି ହୁଏ ସବୁ ମହିଳା ମାନେ ଜାଣିରଖନ୍ତୁ

ହିନ୍ଦୁ ଧର୍ମରେ ସିନ୍ଦୁର ର ମହତ୍ଵ ବହୁତ ଉର୍ଦ୍ଧରେ ରହିଛି । ବିବାହିତା ନାରୀମାନେ ସିନ୍ଦୁର ଲଗାଇବାର କଥା ଶାସ୍ତ୍ର ପ୍ରମାଣିତ ଅଟେ ଓ ଏହା ସହ ବୈଜ୍ଞାନିକ ପ୍ରମାଣ ମଧ୍ୟ ରହିଛି । ବିବାହିତା ନାରୀ ସିନ୍ଦୁର ଲଗାଇଲେ ଭାଗ୍ୟ ଉଦୟ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ସିନ୍ଦୁର ହେଉଛି ମଙ୍ଗଳଙ୍କର ପ୍ରତୀକ । ମହିଳା ମାନେ ଯେବେ ସିନ୍ଦୁର ଲଗାଇଥାନ୍ତି ମଙ୍ଗଳଙ୍କର ଖରାପ ପ୍ରଭାବ ଖଣ୍ଡନ ହୋଇଥାଏ । ପ୍ରତେକ ଶୁକ୍ରବାର ଦିନ ସ୍ବାମୀଙ୍କ ହାତରୁ ନାରୀମାନେ ସିନ୍ଦୁର ଧାରଣ କରିଲେ ଦାମ୍ପତ୍ୟ ଜୀବନ ଉତ୍କୃଷ୍ଟ ରହିଥାଏ ।

ଏହା ସହ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ । ଆଜି ଆମେ ଜାଣିବା ସଧବା ନାରୀ କେଉଁ ଜାଗାରେ ସିନ୍ଦୁର ଲଗାଇବା ଉଚିତ ହୋଇଥାଏ । ସଧବା ନାରୀ ମାନେ ସିନ୍ଥିରେ, କଣ୍ଠରେ, ଗଳାରେ, ଲଲାଟ ରେ, ହସ୍ତର ମଧ୍ୟ ଭାଗ ବା ମନି ବନ୍ଧରେ ସିନ୍ଦୁର ଲଗାଇବା ଉଚିତ । ଯେବେ ସଧବା ନାରୀ ମଥାରେ ସିନ୍ଦୁର ଧାରଣ କରନ୍ତି ତାହା ମା ଲକ୍ଷ୍ମୀ ଙ୍କ ଉଦ୍ଦେଶ୍ୟରେ କରିଥାନ୍ତି । ଏହା ଦ୍ଵାରା ସ୍ବାମୀଙ୍କ ଆୟୁଷ ଦୀର୍ଘାୟୁ ହୁଏ । ଯେବେ ନାରୀ ମାନେ କଣ୍ଠ ରେ ସିନ୍ଦୁର ଧାରଣ କରନ୍ତି ସେତେବେଳେ ମା ସରସ୍ଵତୀଙ୍କ ଉଦ୍ଦେଶ୍ୟ ରେ କରିଥାନ୍ତି ।

ତାହା ସନ୍ତାନ ମାନଙ୍କ ଉଦ୍ଦେଶ୍ୟରେ ବା ସେମାନଙ୍କ ଦୀର୍ଘାୟୁ କାମନା କରି ସିନ୍ଦୁର ଲଗାଇଥାନ୍ତି । ଲଲାଟ କହିଲେ କପାଳ ରେ ଯେବେ ନାରୀ ମାନେ ସିନ୍ଦୁର ଧାରଣ କରନ୍ତି ତାହା ମା ସାବିତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଧାରଣ କରନ୍ତି । ମଥାରେ ଯେଉଁ ସିନ୍ଦୁର ଧାରଣ କରନ୍ତି ତାହା ଶାଶୁ ଶ୍ଵଶୁର ଙ୍କ ଦୀର୍ଘାୟୁ କାମନା କରି, ସୁସ୍ଥ ଜୀବନଯାପନ କାମନା କରି ସାବିତ୍ରୀ ଙ୍କ ଉଦ୍ଦେଶ୍ୟ ରେ ମଥାରେ ସିନ୍ଦୁର ଧାରଣ କରନ୍ତି । ଶାସ୍ତ୍ର ଅନୁଯାୟୀ ଗିରିଜା କହିଲେ ମା ପାର୍ବତୀ ଙ୍କ ଉଦ୍ଦେଶ୍ୟରେ ହସ୍ତ ରେ ମଣିବନ୍ଧରେ ନାରୀ ମାନେ ସିନ୍ଦୁର ଧାରଣ କରନ୍ତି ।

ଏହାର ଅର୍ଥ ନାରୀ ମାନଙ୍କୁ ସତୀ ପ୍ରଦାନ କରିଥାନ୍ତି ମାତା ପାର୍ବତୀ । ତେଣୁ ମା ପାର୍ବତୀ ଙ୍କ ଉଦ୍ଦେଶ୍ୟରେ ନାରୀ ମାନେ ମଣିବନ୍ଧରେ ସିନ୍ଦୁର ଲଗାଇଥାନ୍ତି । ତେଣୁ ଏହି 4ଟି ଜାଗାରେ ନାରୀ ମାନେ ସିନ୍ଦୁର ଲଗାଇବା ଉଚିତ ହୋଇଥାଏ । ନାରୀ ମାନେ ସିନ୍ଥିରେ, କଣ୍ଠ ପ୍ରଦେଶରେ, ମଥାରେ, ମଣିବନ୍ଧ ରେ ନିହାତି ସିନ୍ଦୁର ଲଗାଇବା ଉଚିତ । ନାରୀ ମାନେ ସିନ୍ଥି ରେ ସିନ୍ଦୁର ଲଗାଇବା ଦ୍ଵାରା ସ୍ବାମୀଙ୍କ ଆୟୁଷ ବଢିଥାଏ

କିନ୍ତୁ ସ୍ତ୍ରୀ ଙ୍କର ଆୟୁଷ କମିଯାଏ । କାରଣ ସ୍ତ୍ରୀ ଙ୍କର ଆୟୁଷ ସ୍ବାମୀଙ୍କୁ ପ୍ରାପ୍ତ ହୋଇଥାଏ । ସଧବା ନାରୀ ଯେଉଁ 4ଟି ସ୍ଥାନରେ ସିନ୍ଦୁର ଲଗାଇଥାନ୍ତି ତାହା ହେଉଛି ସତୀ ର ପ୍ରତୀକ । କଣ୍ଠ ପ୍ରଦେଶରେ ନାରୀ ମାନେ ଯେଉଁ ସିନ୍ଦୁର ଲଗାନ୍ତି ତାହା ମୁକ୍ତିର, ଲଲାଟରେ ସିନ୍ଦୁର ଲଗାନ୍ତି ତାହା ଭକ୍ତିର, ହସ୍ତରେ ସିନ୍ଦୁର ଲଗାନ୍ତି ତାହା ଶକ୍ତିର ପ୍ରତୀକ ଅଟେ । ଶେଷ ପର୍ଯ୍ୟନ୍ତ ପଡ଼ିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *