ମଲେ ପଛେ ମରିବୁ ଭାରତକୁ ହରାଇବୁ ଆମେରିକା ଠାରୁ ହାରିବା ପରେ ବାବର ଆଜାମଙ୍କ ବଡ଼ ବୟାନ ଏମିତି କହିଲେ ପାକିସ୍ତାନୀ ଖେଳାଳି

ଟି-୨୦ ବିଶ୍ଵକପ୍ ୨୦୨୪ରେ ବଡ ବିପର୍ଯ୍ୟୟ । ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆମେରିକା । ଡଲାସରେ ଖେଳା ଯାଇଥିବା ଟି-୨୦ ବିଶ୍ଵକପର ୧୧ତମ ମ୍ୟାଚରେ ସୁପର ଓଭରରେ ପାକିସ୍ତାନକୁ ମାତ୍ ଦେଇଛି ଆମେରିକା ହେଲେ ହାରିବା ପରେ ଅଧିନାୟକ ବାବର୍ ଦେଲେ ବଡ ବୟାନ ! ଏଥ୍‌ସହ ପାକିସ୍ତାନ ପରି ଦଳ ଲଜ୍ଜାଜନକ ପରାଜୟ ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି । ଅନ୍ୟପଟେ ଆମେରିକା କ୍ରମାଗତ ଦୁଇ ବିଜୟ ସହ ଗ୍ରୁପ ଏ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ଆୟରଲାଣ୍ଡ ୧୮ ରନ ସଂଗ୍ରହ କରିଥିଲା ।

ଜବାବରେ ପାକିସ୍ତାନ ଏକ ୱିକେଟ୍ ହରାଇ ୧୩ ରନ କରିବାକୁ ସକ୍ଷମ ହୋଇଥିଲା । ଏହା ଚଳିତ ବିଶ୍ୱକପର ଦ୍ୱିତୀୟ ସୁପର ଓଭର ମ୍ୟାଚ୍ ଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୭ ୱିକେଟ୍ ବିନିମୟରେ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ବାବର ଆଜମ ୪୪ ରନ ଏବଂ ଶାଦାବ ଖାନ ୪୦ ରନର ଇନିଂସ ଖେଳି ପାକିସ୍ତାନ ସମ୍ମାନ ରଖେଲେ । ଶାହୀନ ଆଫ୍ରିଦି ଶେଷ ଆଡକୁ ୨୩ ରନର ଉଲ୍ଲେଖନୀୟ ଇନିଂସ ଖେଳିବାରୁ ପାକିସ୍ତାନ ୧୫୯ ରନ କରି ପାରିଥିଲା ।

ଜବାବରେ ଆମେରିକା ୩ ୱିକେଟ୍ ହରାଇ ୧୫୯ ରନ କରିଥିଲା । ଦଳ ପକ୍ଷରୁ ଅଧିନାୟକ ମୋନକ ପଟେଲ ୩୮ ବଲରୁ ୫୦ ରନର ଦମଦାର ଇନିଂସ ଖେଳିଥିଲେ । ତେବେ ଆରୋନ ଜୋନ୍ସ ୨୬ ବଲରୁ ୩୬ ରନର ଅପରାଜିତ ଇନିଂସ ଖେଳି ମ୍ୟାଚକୁ ଟାଇ ରଖିବାରେ ସକ୍ଷମ ହୋଇଥିଲେ । ମଧ୍ୟକ୍ରମରେ ଆଣ୍ଡ୍ରିଏସ ଗସ ୩୫ ରନ କରିଥିଲା ।

ମ୍ୟାଚ୍ ଟାଇ ହେବା ପରେ ସୁପର ଓଭରର ସହାୟତା ନିଆଯାଇଥିଲା । ଯେଉଁଥରେ ମହମ୍ମଦ ଆମିର ପାକିସ୍ତାନ ପକ୍ଷରୁ ବୋଲିଂ କରିଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଆମେରିକା ବ୍ୟାଟର ୧୮ ରନ ସଂଗ୍ରହ କରିଥିଲେ । ଜବାବରେ ପାକିସ୍ତାନ ଇଫତିକାର ଅହମ୍ମଦ, ଫକର ଜମାନ ଓ ଶାଦାବ ଖାନ ମିଶି କି ୧୩ ରନ କରି ପାରିଥିଲେ ।

ଆଉ ଶେଷରେ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆମେରିକା ବାଜିମାତ କରି ଚଳିତ ବିଶ୍ଵକପରେ ବିପର୍ଯ୍ୟୟ ସୃଷ୍ଟି କରିଛି । ପାକିସ୍ତାନକୁ ହରାଇ ଆଇସିସିର ସହାୟକ ଦେଶ ଭାବେ ଇତିହାସ ରଚିଛି । ହେଲେ ମ୍ୟାଚ୍ ପରର ବାବର୍ ମିଡ଼ିଆ ଲୋକଙ୍କୁ କହିଛନ୍ତି ଯେ ଆମେ କେବଳ ମ୍ୟାଚ୍ ହରିବା ପାଇଁ ଆସିଛୁ କାରଣ ମୋ ଦଳର କୌଣସି ଖେଳାଳି ମୋ କଥା ମାନୁ ନାହାନ୍ତି ।

Leave a Reply

Your email address will not be published. Required fields are marked *