ଲକ୍ଷ୍ମଣଙ୍କ ରହସ୍ୟ ସମ୍ପର୍କରେ ଶ୍ରୀରାମ ମଧ୍ୟ ଥିଲେ ଅଜଣା, ଯାହାକୁ ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେତେବେଳେ ଭଗଵାନ ଶ୍ରୀରାମ ୧୪ ବର୍ଷ ପାଇଁ ବନବାସ ଯାଇଥିଲେ ସେତେବେଳେ ଭ୍ରାତା ଲକ୍ଷ୍ମଣ ମଧ୍ୟ ତାଙ୍କ ଦେଖରେଖ କରିବା ପାଇଁ ତାଙ୍କ ସହିତ ବନବାସ ଯାଇଥିଲେ ଏପରିକି ୧୪ ବର୍ଷ ବନବାସ ସମୟରେ ଲକ୍ଷ୍ମଣ ନିଦ୍ରା ଏବଂ ଭୋଜନର ପରିତ୍ୟାଗ କରିଥିଲେ ତେବେ ଲକ୍ଷ୍ମଣଙ୍କ ମଧ୍ୟରେ ଏପରି ଅନେକ ରହସ୍ୟ ଲୁଚିକି ରହିଥିଲା ଯାହା ତାଙ୍କର ଭ୍ରାତା ଶ୍ରୀରାମ ମଧ୍ୟ ଜାଣି ପାରିନଥିଲେ ତେବେ ଆଜି ଆସନ୍ତୁ ଆମେ ଲକ୍ଷ୍ମଣଙ୍କ ମଧ୍ୟରେ ରହୁଥିବା ଏମିତି କିଛି ରହସ୍ୟ ବିଷୟରେ ଜାଣିବା।

ବନ୍ଧୁଗଣ ଭଗଵାନ ଶ୍ରୀରାମଙ୍କ ଠାରୁ ଲକ୍ଷ୍ମଣ ଥିଲେ ଜଣେ ବଡ଼ ଯୋଦ୍ଧା ଏହା ଶୁଣି ଆପଣମାନଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଏହି କଥାଟି ସତ୍ୟ ଅଟେ ଯଦି ଆମେ ତ୍ୟାଗ କଥା ବିଚାର କରିବା ତେବେ ପ୍ରଥମେ ନାଁ ଆସିଥାଏ ଲକ୍ଷ୍ମଣଙ୍କର ଯିଏକି ଭ୍ରାତା ରାମଙ୍କ ନିମନ୍ତେ ପ୍ରାସାଦର ରାଜଭୋଗକୁ ଛାଡି ଏବଂ ସୁଖକୁ ପରିତ୍ୟାଗ କରି ୧୪ ବର୍ଷ ପର୍ଯ୍ୟନ୍ତ ଏକ ବନବାସୀର ଜୀବନ ଅତିବାହିତ କରିବା ନିମନ୍ତେ ବଣକୁ ଗମନ କରିଥିଲେ ଏତଦ୍ ବ୍ୟତୀତ ୧୪ ବର୍ଷ ପର୍ଯ୍ୟନ୍ତ ଲକ୍ଷ୍ମଣ ନିଦ୍ରା ଦେବୀଙ୍କୁ କ୍ଷଣିକ ପାଇଁ ମଧ୍ୟ ନିଦ୍ରା ଯେପରି ନ ଆସିବ ସେଥିପାଇଁ ବିନମ୍ର ଅନୁରୋଧ କରିଥିଲେ କାରଣ କ୍ଷଣିକ ପାଇଁ ମଧ୍ୟ ଯଦି ନିଦ୍ରା ଆସେ ତେବେ ଭ୍ରାତାଙ୍କର ସେବାରେ ବିଘ୍ନ ସୃଷ୍ଟି ହେବ ଯାହା ସେ କଦାପି ଚାହିଁ ନଥିଲେ।

ଏହାଛଡା ଲକ୍ଷ୍ମଣ ୧୪ ବର୍ଷ ପର୍ଯ୍ୟନ୍ତ ଖାଦ୍ୟର ମଧ୍ୟ ପରିତ୍ୟାଗ କରିଥିଲେ ୧୪ ବର୍ଷ ବନବାସ ମଧ୍ୟରେ ସେ କିଛିବି ହେଲେ ଗ୍ରହଣ କରି ନଥିଲେ ଭଗଵାନ ରାମ ତାଙ୍କର ପ୍ରତିଦିନର ଫଳ ଭୋଜନ ଭକ୍ଷଣ କରିବା ନିମନ୍ତେ ପ୍ରଦାନ କରୁଥିଲେ କିନ୍ତୁ ସେ ତାହାକୁ ଗ୍ରହଣ କରୁ ନଥିଲେ ଭଗଵାନ ଶ୍ରୀରାମ ଲଙ୍କାରୁ ରାବଣକୁ ପରାସ୍ତ କରି ମାତା ସୀତାଙ୍କ ସହିତ ୧୪ ବର୍ଷ ବନବାସ ପୂର୍ଣ୍ଣ କରି ଯେତେବେଳେ ଅଯୋଧ୍ୟାରେ ପହଞ୍ଚିଲେ ସେତେବେଳେ ରାଜସଭା ସଭା ମଣ୍ଡଳୀ ସମ୍ମୁଖରେ ଏହି ସମସ୍ତ ରହସ୍ୟ ଉପରୁ ପରଦା ଉନ୍ମୋଚନ ହୋଇଥିଲା ଭଗଵାନ ଶ୍ରୀରାମ ଯେତେବେଳେ ଲଙ୍କା ବିଜୟୀ କଥା ସଭା ମଣ୍ଡଳୀରେ କହୁଥିଲେ ସେତେବେଳେ ଗୁରୁ ବଶିଷ୍ଠ କହିଥିଲେ ହେ ରାମ ଆଜି ମୁଁ ଏହି ସଭା ମଣ୍ଡଳୀ ସମ୍ମୁଖରେ ଏକ ଏପରି ରହସ୍ୟ ସମ୍ପର୍କରେ ଜଣାଇବାକୁ ଯାଉଛି ତାହା ବିଷୟରେ ଆପଣମାନେ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ଗୁରୁ ବଶିଷ୍ଠ କହିଥିଲେ ହେ ପ୍ରଭୁ ଶ୍ରୀରାମ ଚନ୍ଦ୍ର କଣ ଆପଣ ଜାଣିଛନ୍ତି ୧୪ ବର୍ଷ ବନବାସ ସମୟରେ ଲକ୍ଷ୍ମଣ କିଛି ଖାଦ୍ୟ ଗ୍ରହଣ କରି ନାହାଁନ୍ତି ଏହାଶୁଣି ଶ୍ରୀରାମ କହିଲେ ମୁଁ ତ ନିଜେ ପ୍ରତ୍ୟେକ ଦିନ ଲକ୍ଷ୍ମଣଙ୍କୁ ପତ୍ରରେ ଖାଦ୍ୟ ବଢ଼ି ଖାଇବାକୁ ଦେଇଛି ଯଦି ଲକ୍ଷ୍ମଣ ତାହା ଖାଉ ନଥିଲେ ତେବେ ଆଖପାଖରେ ବି କେଉଁଠି ଭୋଜନ ପଡିଥିବାର ମୁଁ ତ ଦେଖିନାହିଁ ତେଣୁ ମୁଁ ଆପଣଙ୍କର ଏହି କଥାକୁ କଦାଚିତ୍ ସତ୍ୟ ବୋଲି ଗ୍ରହଣ କରି ପାରିବି ନାହିଁ।

ଭଗଵାନ ଶ୍ରୀରାମଙ୍କ ପାଖରୁ ଏପରି କଥା ଶୁଣିବା ପରେ ଗୁରୁ ବଶିଷ୍ଠ କହିଲେ ଆପଣଙ୍କ ସଙ୍କା କେବଳ ଲକ୍ଷ୍ମଣ ହିଁ ଦୂର କରିପାରିବେ ଲକ୍ଷ୍ମଣ ଏହା ହିଁ ବଡ଼ ବିନମ୍ର ଭାବରେ କହିଲେ ଭ୍ରାତା ଆପଣ ଯେଉଁ ଭୋଜନ ମତେ ଦେଉଥିଲେ ତାହା ମୁଁ ମୋ ଶକ୍ତି ମାଧ୍ୟମରେ ଅଯୋଧ୍ୟାକୁ ପଠାଇ ଦେଉଥିଲି ଏହାଶୁଣି ଏହାଶୁଣି ଶ୍ରୀରାମ କହିଲେ କଣ ସେହି ଖାଦ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିଛି ଏହାଶୁଣି ଲକ୍ଷ୍ମଣ କହିଲେ ହଁ ସେହି ଖାଦ୍ୟ ଏପର୍ଯ୍ୟନ୍ତ ଅଯୋଧ୍ୟାରେ ରହିଛି ମୋ ସହିତ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖାଇ ଦେଉଛି ଭଗଵାନ ଶ୍ରୀରାମ ଲକ୍ଷ୍ମଣଙ୍କ ସହିତ ସେହି ସ୍ଥାନରେ ପହଞ୍ଚି ଯାହା ଦେଖିଲେ ତାହା ଦେଖି ସେ ଆଚମ୍ବିତ ହୋଇଗଲେ ସେହି ସ୍ଥାନରେ ୧୪ ବର୍ଷର ଖାଦ୍ୟ ସାଇତା ହୋଇ ରଖା ଯାଇଥିଲା।

ଦର୍ଶକ ବନ୍ଧୁ ଯେତେବେଳେ ବିଭୀଷଣ ପ୍ରଭୁ ଶ୍ରୀରାମଙ୍କ ସଭାରେ ପହଞ୍ଚିଲେ ସେତେବେଳେ ହନୁମାନ ଏବଂ ସୁଗ୍ରୀବ ବିଭୀଷଣଙ୍କୁ ଗୁପ୍ତଚର ବୋଲି ଭାବି ସାବଧାନ ରହିବାର ସତର୍କ ବାଣୀ ଶୁଣାଇ ଦେଲେ ଆଉ ଏହାଶୁଣି ପ୍ରଭୁ ରାମଚନ୍ଦ୍ର କହିଲେ ଯେହେତୁ ବିଭୀଷଣ ଜଣେ ଶରଣାର୍ଥୀ ହୋଇ ଏହି ସଭା ମଣ୍ଡଳରେ ଉପସ୍ଥିତ ଅଛନ୍ତି ତେଣୁ ସମସ୍ତେ ତାଙ୍କ ଆତିଥ୍ୟ ଗ୍ରହଣ କରି ଆଦର ସତ୍କାର କରିବା ଉଚିତ୍ ଆପଣ ରାକ୍ଷସ ଆଉ ଗୋପ୍ତଚରଙ୍କ ବିଷୟରେ ଭାବନ୍ତୁ ନାହିଁ କାରଣ ଲକ୍ଷ୍ମଣ ତାଙ୍କୁ ଗୋଟିଏ ମୁହୂର୍ତ୍ତରେ ନିପାତ୍ କରିଦେବ ତେଣୁ କଥା ଅଛି ଭଗଵାନ ଶ୍ରୀରାମଙ୍କ ପରି ମର୍ଯ୍ୟାଦା ଏବଂ ଲକ୍ଷ୍ମଣଙ୍କ ପରି ତ୍ୟାଗ ପାରାୟଣତା ସମସ୍ତଙ୍କ ପାଖରେ ନଥାଏ।

Leave a Reply

Your email address will not be published. Required fields are marked *