ମା ଘଣ୍ଟେଶ୍ଵରୀ ମନ୍ଦିରର ରହସ୍ୟ ଜାଣିଲେ ଆପଣ ହାତ ଯୋଡ଼ିଦେବେ ,ମା ଙ୍କୁ ଭକ୍ତି କରୁଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣଙ୍କ ପାଡ ତଳୁ ମାଟି ଖସିଯିବା । ମା ଘଣ୍ଟେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁରସହରର ଉପକଣ୍ଠରେ ଚିପିଲିମାଠାରେ ଅବସ୍ଥିତ । ମହାନଦୀ କୂଳରେ ଏକ ମନୋରମସ୍ଥାନରେ ଏହି ମନ୍ଦିର ଅବସ୍ଥିତ । ନାମାନୁସାରେ ଏହି ମନ୍ଦିର ପ୍ରାଙ୍ଗଣରେ ଥିବା ବୃହତ ବୃକ୍ଷ୍ୟ ମାନଙ୍କରେ ମା ଘଣ୍ଟେଶ୍ୱରୀଙ୍କ ଉଦ୍ଦେଶ୍ୟରେ ବହୁ ଭକ୍ତ ଘଣ୍ଟ ବାନ୍ଧି ଥାଆନ୍ତି । ସାରାରାଜ୍ୟ ଏପରିକି ଅନ୍ୟାନ୍ୟ ରାଜ୍ୟରୁ ଅଗଣିତ ଭକ୍ତ ଏହି ସୁନ୍ଦର ସ୍ଥାନକୁ ଆସି ଦର୍ଶନ କରନ୍ତି । ଏଠାରେ ହୀରାକୁଦ ଜଳଭଣ୍ଡାରର ଜଳରାଶି ତଟରେ ବହୁତ ସୁନ୍ଦର ପିକନିକ ସ୍ଥଳ ମଧ୍ୟ ରହିଥିବାରୁ ପିକନିକ ସମୟରେରେ ବହୁତ ବଣଭୋଜି ହୁଏ ।

ଏହି ମନ୍ଦିର ସମ୍ବଲପୁର ସହରରୁ ବରଗଡ଼କୁ ଯାଇଥିବା ରାଜପଥରେ ୨୦ କିଲୋମିଟର ଦୁରବର୍ତ୍ତୀ ଗୋଶାଳା ନାମକ ସ୍ଥାନରୁ ବାମ ପଟ ରାସ୍ତାରେ ୧୦ କିଲୋମିଟର ଗଲେ ପହଞ୍ଚି ହୁଏ । ସମ୍ବଲପୁର ଓ ଭୁବନେଶ୍ୱରରୁ ଘଣ୍ଟେଶ୍ୱରୀକୁ ସିଧା ବସ ସେବା ଉପଲବ୍ଧ । ବରଗଡ଼ ବସରେ ଗୋଶାଳା ପର୍ଯ୍ୟନ୍ତ ଯାଇ ସେଠାରୁ ମଧ୍ୟ ଟେକସି ମାଧ୍ୟମରେ ଯାଇ ହେବ ।ପ୍ରାୟ ୪୫୦ ବର୍ଷ ତଳେ ମହାରାଷ୍ଟ୍ରର ନାଗପୁର ରାଜା ସମ୍ବଲପୁର ରାଜାଙ୍କ ସହିତ ମିଶି ମୃଗୟାକୁ ଏଠାରେ ଥିବା ଜଙ୍ଗଲକୁ ଆସିଥିଲେ । ହଠାତ୍‌ ସେହି ଜାଗାରେ ଗୋଟିଏ ବାଳକ ଏବଂ ବାଳିକା କେଉଁଆଡୁ ଉଭାହୋଇ ଦୃଶ୍ୟମାନ ହୋଇ ଦୁଇ ରାଜାଙ୍କର ପଥରୋଧ କଲେ ।

ଆଗକୁ ବିପଦ ଅଛି ବୋଲି କହି, ରାଜଉଆସକୁ ଫେରି ଯିବାକୁ ଅନୁରୋଧ କଲେ । ଶେଷରେ ଦୁଇ କୋମଳମତି ଶିଶୁଙ୍କର କଥା ମାନି ଦୁଇ ରାଜା ଫେରିବା ବେଳକୁ ସେମାନଙ୍କ ପରିଚୟ ଜିଜ୍ଞାସା କଲେ । କାଲି ସକାଳେ ଏଠାକୁ ଆସିଲେ ସବୁ ଜାଣିପାରିବ କହି ସେଦୁହେଁ ଜଙ୍ଗଲ ଭିତରକୁ ଦୌଡି ପଳାଇଲେ । ଦୁଇ ଛୋଟପିଲାଙ୍କର ଜଙ୍ଗଲକୁ ଆସିବା ରାଜାଦ୍ୱୟଙ୍କୁ ରାଜ ଉଆସକୁ ଫେରିଯାଉଥିବା ବେଳେ ବିସ୍ମିତ କରୁଥିଲା

ରାତ୍ରିର ଶେଷ ପ୍ରହରରେ ସ୍ୱପ୍ନରେ ଉକ୍ତ ବାଳକ ଓ ବାଳିକା ଦ୍ୱୟ ଆସିଲେ, ସେମାନେ ହର ଓ ପାର୍ବତୀ ବୋଲି ପରିଚୟ ଦେଲେ । ଭେଟହୋଇ ଥିବା ସ୍ଥାନରେ ଦେବଦେବୀଦ୍ୱୟ ରାଜାଙ୍କୁ ଅପେକ୍ଷା କରିଥିବେ ଆସନ୍ତାକାଲି ସକାଳେ ଆସିବା ପାଇଁ ଏବଂ ବଗବେରା ଗାଁର ନାୟକ ଓ ପାତ୍ରବଂଶକୁ ସେମାନଙ୍କର ଲାଳନପାଳନ ଦେବାକୁ କହିଲେ। ରାଜା ବ୍ରାହ୍ମ ମୁହୂର୍ତ୍ତରେ କିଛି ସୈନ୍ୟଙ୍କୁ ନେଇ ଉକ୍ତଜାଗାରେ ପହଞ୍ଚିଲେ |

ବାଳକ ବାଳିକା ପରିବର୍ତ୍ତେ ନିର୍ଜୀବ ପଥର ମୂର୍ତ୍ତି ଦେଖିଲେ । ସେହିଦିନଠାରୁ ସେଇ ମହାନଦୀ କୂଳ ଓ ପାହାଡର ପାଦଦେଶରେ ହର ଓ ପାର୍ବତୀଙ୍କର ପୂଜା ବନବାସୀ ପଦ୍ଧତିରେ ଚାଲିଆସୁଛି । ରାଜାଙ୍କୁ ଦେବୀ ସତର୍କ ଘଣ୍ଟି ଦେଇଥିବାରୁ ଦେବୀଙ୍କର ଏପରି ନାମକରଣ ହୋଇଛି । ଆଉ କେତେକ କହନ୍ତି-ଦେବୀ ଭକ୍ତମାନଙ୍କୁ ଘଣ୍ଟ ଗୋଡାଇ ରଖୁଥିବାରୁ ଏପରି ନାମକରଣ ହୋଇଛି ।

Leave a Reply

Your email address will not be published. Required fields are marked *