Vastu Tips : ଅକ୍ଷୟ ତୃତୀୟା ଦିନ କାହାକ କିଛି ନକହି ଚୁପଚାପ ଘରକୁ ନେଇ ଆସନ୍ତୁ ଏହି ସବୁ ଜିନିଷ ,ଘରେ ନିଶ୍ଚୟ ହେବ ଧନର ବୃଦ୍ଧି

ନମସ୍କାର ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟ ତିଥିକୁ ଅକ୍ଷୟ ତୃତୀୟା ବୋଲି କହିଥାଆନ୍ତି ଏହି ତିଥି ବା ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ ଏହି ଦିନ ଦାନ କର୍ମକୁ ବହୁତ ପୁଣ୍ୟ କାମ ବୋଲି କୁହା ଯାଇଥାଏ | ଏହି ଦିନ କୌଣସି କାର୍ଯ୍ୟର ଆରମ୍ଭ ଏବଂ ଅନୁକୂଳ ପାଇଁ ଶ୍ରେଷ୍ଠ ହୋଇଥାଏ ଏହି ଅକ୍ଷୟ ତୃତୀୟା ଦିନ ସର୍ବ ସିଦ୍ଧି ଯୋଗ କାରକ ବୋଲି କୁହା ଯାଇଥାଏ ଏହି ଦିନର ପ୍ରତ୍ୟକ ମୁହୂର୍ତ୍ତ ଅର୍ଥାତ ଏହିପରି ମୁହୁର୍ତ୍ତରେ ଯେକୌଣସି ଶୁଭ କାର୍ଯ୍ୟର ଆରମ୍ଭ ଏବଂ ଅନୁକୂଳ କଲେ ଏହା ବହୁତ ଶୁଭ ଫଳ ଦେଇଥାଏ ଅର୍ଥାତ ଯାହାର କ୍ଷୟ ହୁଏ ନାହିଁ | ଅକ୍ଷୟ ତୃତୀୟା ମାସର ତୃତୀୟ ତିଥି ଅଟେ ତେଣୁ ଏହାର ନାମ ଅକ୍ଷୟ ତୃତୀୟା ରହିଅଛି | ଏହି ଦିନ ନୂଆ ଗାଡି କିଣିବା ,ନୂଆ ଘର ଅନୁକୂଳ କରିବା ସୁନା ରୂପା କିଣିବା ବିବାହ ଶ୍ରାଦ୍ଧ କରିବା ସ୍ନାନ ବା ବୁଡ଼ ପକାଇବା ଅତ୍ୟନ୍ତ ଶୁଭ ହୋଇଥାଏ | ଏହି ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଧନ ବୈଭବ ପ୍ରାପ୍ତି ପାଇଁ କିଛି କାର୍ଯ୍ୟ କରା ଯାଇଥାଏ | ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପାଇବା ସହିତ ଅକ୍ଷୟ ଧନର ପ୍ରାପ୍ତି ହୋଇଥାଏ | ତେବେ ଆସନ୍ତୁ ଜାଣିବା ଏହି ଦିନ କିଛି ଜିନିଷ ଯାହା ଘରକୁ ଆଣିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି |

ପ୍ରଥମରେ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା ଅକ୍ଷୟ ତୃତୀୟା ଦିନ ସୁନାର କିମ୍ବା ରୂପାର ମାତା ଲକ୍ଷ୍ମୀଙ୍କ ପାଦୁକା ଘରକୁ ଆଣିବାର ନିୟମ ରହିଛି ଏଣୁ ଏହି ଦିନ ସୁନା କିମ୍ବା ରୂପାର ମାତା ଲକ୍ଷ୍ମୀଙ୍କ ପାଦୁକା ଘରକୁ ନିଶ୍ଚୟ ଆଣନ୍ତୁ |

ଦ୍ୱିତୀୟରେ କଉଡ଼ି ମାତା ଲକ୍ଷ୍ମୀଙ୍କ କଉଡ଼ି ଅତ୍ୟନ୍ତ ପ୍ରିୟ ହୋଇଥାଏ ଏଣୁ ଏହି ଦିନ ଘରକୁ କିଛି କଉଡ଼ି ଆଣି ହଳଦୀ ଏବଂ କେଶରରେ ଗୋଳାଇ ପୂଜା ସ୍ଥାନରେ ରଖି ଏହାର ନିୟମିତ ପୂଜା ଅବଶ୍ୟ କରନ୍ତୁ |

ତୃତୀୟରେ ନଡ଼ିଆ ଏକ ଆଖିଆ ନଡ଼ିଆ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହା ଅତ୍ୟନ୍ତ ସହାୟକ ହୋଇଥାଏ ଅକ୍ଷୟ ତୃତୀୟା ଦିନ ଏହାକୁ ନିଶ୍ଚୟ ପୂଜା ସ୍ଥାନରେ ସ୍ଥାପନ କରନ୍ତୁ ଏବଂ ବିଧି ବିଧାନରେ ନିୟମିତ ପୂଜା କରନ୍ତୁ |

ଚତୁର୍ଥରେ ମାତା ଲକ୍ଷ୍ମୀଙ୍କ ପ୍ରତିମା ବା ଫୋଟ ଏହି ଦିନ ମାତା ଲକ୍ଷ୍ମୀଙ୍କ ପ୍ରତିମା ବା ଫୋଟ ଘରକୁ ଆଣି ବିଧି ବିଧାନର ସହ ନୟମିତ ପୂଜା କରନ୍ତୁ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ନିଶ୍ଚୟ ପ୍ରାପ୍ତି ହେବ |

ପଞ୍ଚମରେ ରହିଛି ଧାତୁ ନିର୍ମିତ କଇଁଛ ମାତା ଲକ୍ଷ୍ମୀଙ୍କ ବିଭିନ୍ନ ବାହାନ ମଧ୍ୟରୁ ଗୋଟିଏ ହେଉଛି କଇଁଛ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ଘରକୁ ଧାତୁରେ ନିର୍ମିତ କଇଁଛ ନିଶ୍ଚୟ ଆଣନ୍ତୁ |

Leave a Reply

Your email address will not be published. Required fields are marked *