ମାଟ୍ରିକ ରେଜଲ୍ଟକୁ ନେଇ ସରକାର ନେଲେ ବଡ଼ ନିଷ୍ପତି ,ଏହି ଦିନ ପ୍ରକାଶ ପାଇବ ପରୀକ୍ଷା ରେଜଲ୍ଟ ସବୁ ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ମାଟ୍ରିକ ରେଜଲ୍ଟକୁ ନେଇ ଆସିଲା ବହୁତ ବଡ଼ ଖବର ବର୍ତ୍ତମାନ ଯାହାବି କିଛି ନୂଆ ଅପଡେଟ ଆସିଛି ତାହା ସମସ୍ତେ ଜାଣିରଖିବା ଜରୁରୀ ତେବେ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା | ଚଳିତ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଲକ୍ଷ୍ୟ ରଖୁଛି ।

ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ବ୍ୟବସ୍ଥାରେ ଏଥର କିଛି ନୂତନ ପଦକ୍ଷେପ ନେଇଥିବାରୁ ରେଜଲ୍ଟ ପ୍ରକାଶ ଲାଗି ଆକଳନ ହୋଇଥିବା ପୂର୍ବ ଧାର୍ଯ୍ୟ ସମୟକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ଫଳ ପ୍ରକାଶ ପରେ କୃତୀ ପରୀକ୍ଷାର୍ଥୀମାନଙ୍କୁ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ ଲାଗି ନିଷ୍ପତ୍ତି ନିଆଯାଇଥିବା ବେଳେ

ଏବେ ହ୍ୱାଟସ୍‌ଆପ୍ ରେ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିବା ଲାଗି ଆଉ ଏକ ନୂଆ ପଦକ୍ଷେପ ନେବାକୁ ବୋର୍ଡ ପ୍ରସ୍ତୁତି ଚଳାଇଛି। ଫଳ ପ୍ରକାଶ ମାତ୍ରେ ପରୀକ୍ଷାର୍ଥୀମାନେ ହାତପାଆନ୍ତାରେ ରେଜଲୁ ସିଟ୍ ପାଇବା ଲାଗି ବୋର୍ଡ ପକ୍ଷରୁ ହ୍ଵାଟସ୍‌ଆପ୍ ରେ ଏହି ସୁବିଧା ଉପଲବ୍ଧ କରାଇବାକୁ ଯୋଜନା ହୋଇଛି।

ତେବେ ପରୀକ୍ଷାର୍ଥୀମାନେ ଫର୍ମ ପୂରଣ ସମୟରେ ଯେଉଁ ମୋବାଇଲକୁ ରେଜିଷ୍ଟ୍ରେସନ କରାଇଥିଲେ ଉକ୍ତ ନମ୍ବରରେ ଲିଙ୍କ ଦିଆଯିବ | ଆସନ୍ତା ଦୁଇ ତିନିଦିନ ଭିତରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ବୋର୍ଡ ତରଫରୁ ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *