ନୂଆ ରେକର୍ଡ କରିପାରନ୍ତି କୋହଲି ହାତରେ ବଡ଼ ସୁଯୋଗ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କ୍ୟାପଟେନ ବିରାଟ କୋହଲି ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଟିଟ୍ୱେଣ୍ଟି ବିଶ୍ଵକପ ଟାଇଟଲ ଜିତିବା ପରେ କୋହଲି କିଛି ଦିନ ପାଇଁ ବିରତି ନେଇଥିଲେ ଏବଂ ତାପରେ ସେ ଲଣ୍ଡନ ଯାଇଥିଲେ
ପୂର୍ବରୁ କୋହଲି ଶ୍ରୀଲଙ୍କା ଗସ୍ତରେ ଯିବେ ନାହିଁ ବୋଲି ଖବର ଆସିଥିଲା ସେ ଟି ଟନ୍ତି ଫର୍ମାଟ ରେ ଅବସର ଘୋଷଣା କରି ସାରିଥିଲେ ମଧ୍ୟ ସେ ଟେଷ୍ଟ ଏବଂ ୱାନ ଡେ ଖେଳିବା ଜାରି ରଖିବେ । ତେବେ ଆଗକୁ ଶ୍ରିଲଙ୍କା ବିପକ୍ଷ ରେ ଭାରତ ଟି ତୋନ୍ତି ଏବଂ ୱାଙ୍ଖଡେ ସିରିଜ୍ ଖେଳିବାକୁ ଯାଉଛି
କୋହଲି ସିରିଜ ଖେଳିବେ ଏବଂ ଏକ ନୂଆ ରେକର୍ଡ ର ଟାର୍ଗେଟ କରିଛନ୍ତି ବୋଲି ଜଣା ପଡ଼ିଛି। ବର୍ତ୍ତମାନ ଦିନିକିଆ କ୍ରିକେଟ ରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ସଚିନ ତେନ୍ଦୁଲକର ତାଙ୍କ କ୍ୟାରିୟର ରେ ସେ ୪୬୩ ଟି ୱାନ ଡେ ମ୍ୟାଚ ଖେଳି ୧୮,୪୨୬ ରନ ସ୍କୋର କରିଛନ୍ତି ।
ଏହା ପରେ ଶ୍ରୀଲଙ୍କାର କୁମାର ସାଙ୍ଗକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଯିଏ କି ୪୦୪ ମ୍ୟାଚ ଖେଳି ନିଜ ୱାନ ଡେ କ୍ୟାରିୟର ରେ ୧୪,୨୩୪ ରନ ସ୍କୋର କରିଛନ୍ତି । ବର୍ତ୍ତମାନ ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି ସେ ବିରାଟ କୋହଲି ୨୯୨ ଟି ମ୍ୟାଚ ଖେଳି ୧୩,୮୪୮ ରନ ସଂଗ୍ରହ କରିଛନ୍ତି ।
ଚଉଦ ହଜାର ରନ ପୂରଣ କରିବା ପାଇଁ ତାଙ୍କୁ ଆଉ ମାତ୍ର ୧୫୨ ରନର ଆବଶ୍ୟକ । ଏହି ଶିରିଜରେ କୋହଲି ସମସ୍ତ ମ୍ୟାଚ ଖେଳିବେ କୋହଲିଙ୍କ ପାଇଁ ଏହା କୌଣସି କଷ୍ଟ ସାଧ୍ୟ ହେବ ନାହିଁ ।