୨୧ ଜୁଲାଇ ଗୁରୁ ପୂର୍ଣ୍ଣିମା ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ୧ ଜିନିଷ,ସବୁ ଦୁଃଖ ଦୂର ହେବ ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଘରକୁ

ବନ୍ଧୁଗଣ 21 ଜୁଲାଇ ରବିବାର ଦିନ ପଡୁଅଛି ପବିତ୍ର ଆଷାଢ଼ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଏହି ଗୁରୁ ପୂର୍ଣ୍ଣିମା ଦିନ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ ଏବଂ ସବୁ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ |ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ ଏବଂ ଆପଣଙ୍କୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ | ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଆଷାଢ଼ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିକୁ ଗୁରୁପୂର୍ଣ୍ଣିମା ପର୍ବ ମନା ଯାଇଥାଏ ଧାର୍ମିକ ମାନ୍ୟତା ଅନୁସାରେ ଗୁରୁ ପୂର୍ଣ୍ଣିମା ଦିନ ଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ | ଏହା ସହିତ ଏହି ଦିନକୁ ବ୍ୟାସ ପୂର୍ଣ୍ଣିମା ବୋଲି କୁହାଯାଏ | ପ୍ରତ୍ୟକ ମନୁଷ୍ୟ ଦ୍ୱାରରେ ମା ଲକ୍ଷ୍ମୀ ପୂର୍ଣ୍ଣିମା ତିଥିରେ ଆସିଥାଆନ୍ତି ଯଦି ଏହି ଦିନ କିଛି ଖାସ ଉପାୟ କରାଯାଏ ତେବେ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଦେବେ |ସେ ଦରିଦ୍ର ହେଉ ଅବା ଧନୀ ସମସ୍ତଙ୍କ ଘରକୁ ମା ଲକ୍ଷ୍ମୀ ଆସିଥାଆନ୍ତି |

ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛ ରହିବାର ଏକ ବିଶେଷ ମହତ୍ତ୍ୱ ରହିଛି । କିନ୍ତୁ ସବୁ ମଣିଷ ତୁଳସୀ ଗଛର ମହତ୍ତ୍ୱ ଏବଂ ଏହାକୁ ରଖିବାର ସଠିକ ନିୟମ ବିଷୟରେ ଭଲ ଭାବରେ ଜାଣି ନାହାଁନ୍ତି । ଯାହାକି ସ୍ବୟଂ ଭଗବାନ ବିଷ୍ଣୁ ନିଜେ ବର୍ଣ୍ଣନା କରିଛନ୍ତି । ଏହାକୁ ସବୁ ଲୋକ ନିଶ୍ଚୟ ଜାଣି ରଖିବା ଉଚିତ । ତୁଳସୀ ଗଛରେ ଚୁନି ବାନ୍ଧିବା ଅତ୍ୟନ୍ତ ଜରୁରୀ ଅଟେ । ଏହାଦ୍ବାରା ମନୁଷ୍ୟର ଭାଗ୍ୟ ବଦଳିବା ସହିତ ଘରକୁ ସୁଖ ସମୃଦ୍ଧି ଏବଂ ଶାନ୍ତି ମଧ୍ୟ ଆସିଥାଏ ।

କିନ୍ତୁ ସେଥିରେ ମଧ୍ୟ କିଛି ଖାସ ନିୟମ ଯେମିତିକୁ ନୀଳ ଏବଂ ନାଲି ଚୁନି ତୁଳସୀ ଗଛରେ ବାନ୍ଧି ପାରିବେ କିନ୍ତୁ ଧଳା ଚୁନି ଅଶୁଭ ଅଟେ ଏବଂ ଏହାକୁ ସବୁବେଳେ ପରିଷ୍କାର ରଖିବା ଉଚିତ । ତାସହିତ ପୁରୁଣା ଚୁନିକୁ ମଝିରେ ମଝିରେ ବଦଳାଇ ଦେବା ମଧ୍ୟ ଉଚିତ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିବା ସହିତ ସବୁ ଦେବା ଦେବୀ ପ୍ରସନ୍ନ ହୁଅନ୍ତି ଏବଂ ବିବାହିତା ସ୍ତ୍ରୀ ସୌଭଗ୍ୟବତୀ ହୋଇଥାଆନ୍ତି ।

ତୁଳସୀରେ ଚୁନି ବାନ୍ଧିବା ପାଇଁ ଏକାଦଶୀ ଦିନ ସର୍ବୋତ୍ତମ ଅଟେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି ତୁଳସୀ ଏବଂ ଶାଳୀଗ୍ରାମ ବିବାହ । ଏହାଦ୍ବାରା ଘରର ସବୁ ସମସ୍ୟା ଦୂର ହୋଇଥାଏ । ତୁଳସୀ ଗଛ ଖୁବ ସମ୍ବେଦନଶୀଳ ଅଟେ । ତେଣୁ ଏହି ଗଛ ରଖିଲେ ପରିଷ୍କାର ଜଳ ଅର୍ପିତ କରିବା ସହିତ ଏହି ଗଛକୁ ପୂଜ୍ୟ ବିବେଚନା କରି ସବୁଦିନ ଦୀପ ଜାଳିବା ଉଚିତ ।

Leave a Reply

Your email address will not be published. Required fields are marked *