ସୁଭଦ୍ରା ଯୋଜନାରେ ଆସିଲା ବଡ ଖୁସିଖବର ଏହି ତାରିଖରୁ ଆପଣମାନେ କରିପାରିବେ ଆବେଦନ ଆଉ ଆପଣଙ୍କୁ ମିଳିବାକୁ ଯାଉଛି 50ହଜାର ତାଙ୍କର ଭାଉଚର | ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଅପଡେଟ | ରାଜ୍ୟରେ ମୋହନ ସରକାର ଆରମ୍ଭ ହେବା ଦିନରୁ, ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ଚାରିଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି । ସେହି ଘୋଷଣା ଭିତରେ ସବୁଠାରୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା । ତେବେ କିଏ ଏହି ଯୋଜନାର ଲାଭ ପାଇବେ ଓ କେମିତି ଆବେଦନ କରିବେ, ମହଳାଙ୍କୁ ଦେଇଥିବା ପ୍ରତିଶୁତି ପୁରଣ ପାଇଁ ସରକାର ପ୍ରଥମ କ୍ୟାବିନେଟରେ ସୁଭଦ୍ରା ଯୋଜନାର ମୋହର ମାରିଛନ୍ତି ।
ଆଉ ଏହାକୁ 100ଦିନ ଭିତରେ ଏହାକୁ କାର୍ଯ୍ୟ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ଏହି ଯୋଜନାକୁ ନେଇ ସବୁଠି ଚର୍ଚ୍ଚା । ଆଉ ଏହାରି ଭିତରେ କେଉଁମାନେ ଓ କେମିତି ଆବେଦନ କରିବେ ଓ କେଉଁ ପ୍ରମାଣ ପତ୍ର ଦାଖଲ କରିବାକୁ ପଡିବ ସେନେଇ ଆସିଛି ତଥ୍ୟ ।
ସୁଭଦ୍ରା ଯୋଜନା: କେଉଁମାନେ ଯୋଜନା ପାଇଁ ଯୋଗ୍ୟ?
-ମହିଳା ଜଣଙ୍କ ଓଡ଼ିଶାର ବାସିନ୍ଦା ହୋଇଥୁବେ ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ଯରେ ହେବା ଜରୁରୀ
– କେବଳ ବିବାହିତା ମହିଳା ମାନେ ଅନୁର୍ଭୁକ୍ତ ହୋଇପାରିବେ
– ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ
– ଆବେଦନକାରୀ କୌଣସି ସରକାରୀ ଚାକିରୀ କରିନଥୁବେ
– ଅବିବାହିତ ମହିଳା ହୋଇପାରିବେନି ସାମିଲ
– ଅଙ୍ଗନବାଡି କର୍ମୀ ହୋଇପାରିବେ ହିତାଧୁକାରୀ
ତେବେ ହିତାଧିକାରୀ ହୋଇଥିଲେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ୱେବସାଇଟ ରେ ଆବେଦନ କରିପାରିବେ । ତେବେ ୱେବସାଇଟ ଭିଜିଟ କରିବା ପାଇଁ https://bit.ly/4eoQLUD ଏହି ଲିଙ୍କ ରେ କ୍ଲିକ କରି ଆପଣମାନେ ଚେକ କରିପାରିବେ |