ସକାଳୁଆ ସ୍କୁଲ ନେଇ ପୁଣି ସରକାର କଲେ ବଡ଼ ଘୋଷଣା,କ୍ଲାସ ସମୟରେ ଲାଗୁ ହେଲା ଏହି ନୂଆ ନିୟମ ,ସବୁ ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଖରାର ତାତି ବଢ଼ିବାରୁ ପୁଣି ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ସରକାର ଘୋଷଣା କଲେ ଏକ ନୂଆ ସୁବିଧା କଣ ଆସିଛି ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ଦେବାକୁ ଯାଉଛୁ |ସବୁ ସ୍କୁଲ ପିଲାଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି ଏବେ ସରକାରଙ୍କ ନୂଆ ସୂଚନା ଅନୁସାରେ ସ୍କୁଲରେ ପାଣି ପିଇବା ପାଇଁ ବାଜିବ ଘଣ୍ଟି ଜଳ ବିରତି ଘଣ୍ଟି ବଜାଇବା ନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛନ୍ତି |

ଏନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଗୋଷ୍ଟି ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି |ତାପମାତ୍ରା ବୃଦ୍ଧି ଏବଂ ନିର୍ଜଳୀକରଣ ଜନିତ ସମସ୍ୟାକୁ ପୂର୍ବାନୁମାନ କରି ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ଜଳ ବିରତି ଘଣ୍ଟି ଲାଗୁ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ଏଥିରେ ଉଲେଖ କରାଯାଇଛି ଦୈନିକ କ୍ଲାସ ସମୟରେ ତିନି ଥର ଜଳ ବିରତି ଘଣ୍ଟି ବାଜିବ ସକାଳ 8.30 ,10.00 ଏବଂ 11 ଟାରେ ଜଳ ବିରତି ଘଣ୍ଟି ବାଜିବ |ଜଳ ବିରତି ଘଣ୍ଟି ବାଜିବା ପରେ କ୍ଲାସରେ ଥିବା ଛାତ୍ର ଛାତ୍ରୀ ମାନେ ପାଣି ପିଇବେ |

ସମସ୍ତ ଛାତ୍ର ଛାତ୍ରୀ ନିର୍ଦିଷ୍ଟ ସମୟରେ ପାଣି ପିଉଛନ୍ତି କି ନାହିଁ ଏହି ଶିକ୍ଷାକୁ ଶିକ୍ଷୟିତ୍ରୀ ମାନେ ତଦାରଖ କରିବେ |ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେବେ ବୋଲି ଚିଠିରେ ଲେଖାଯାଇଛି |ନିଜ ନିଜ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କ ସହାୟତାରେ ଜଳ ବିରତି ଘଣ୍ଟିକୁ ବାଧ୍ୟତାମୂଳକ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ଅନୁରୋଧ କରିଛି ବିଭାଗ |

ଏହି ଗ୍ରୀଷ୍ମ ଦିନରେ ଛାତ୍ର ଛାତ୍ରୀଙ୍କ ସୁସ୍ଥତା ନିମନ୍ତେ ବିଶେଷ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି |ଉଭୟ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ପାଣି ପିଇବା ପାଇଁ ମନେ ପକାଇବାକୁ ନିଜକୁ ହାଇବ୍ରେଟ ରଖିବା ପାଇଁ ସଚେତନ କରିବା ଜଳ ବିରତି ଘଣ୍ଟିର ମୁଖ୍ୟ ଉଦେଶ୍ୟ ବୋଲି କୁହାଯାଇଛି |

Leave a Reply

Your email address will not be published. Required fields are marked *