ନମସ୍କାର ଦର୍ଶକବନ୍ଧୁ ମାଟ୍ରିକ ରେଜଲ୍ଟକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର କେଉଁ ତାରିକରେ ରେଜଲ୍ଟ ପ୍ରକାଶ ପାଇବ ଏହା ଛଡ଼ା କେଉଁ ୱେବସାଇଟ ଯୋଗେ ସର୍ବ ପ୍ରଥମେ ରେଜଲ୍ଟ ପାଇପାରିବେ ଏନେଇ ବୋର୍ଡ ପକ୍ଷରୁ ଜାରି ହେଲା ନୂଆ ନିଷ୍ପତି | ସରିଲା ମାଟ୍ରିକ ଖାତା ଦେଖା ଗତ ମାର୍ଚ୍ଚ 15 ତାରିକରେ 55 ଟି କେନ୍ଦ୍ରରେ ଚାଲିଥିଲା |
ମାଟ୍ରିକ ଖାତା ମୂଲ୍ୟାୟନ ତେବେ ଖାତା ଦେଖା ମଧ୍ୟରେ କଢ଼ା ସୁରକ୍ଷା ବଳରେ ଖାତା ଗୁଡ଼ିକ ଆଣି କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଖାତା ଗୁଡ଼ିକ ରଖା ଯାଇଛି | ତେବେ ପରୀକ୍ଷା ଖାତା ଦେଖା ସରିଥିବା ବେଳେ କେତେକ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଏବଂ ସଂସ୍କୃତ ଖାତାକୁ ନେଇ ସମସ୍ୟା ଉପୁଜି ଥିଲା | ଏହିପରି 5,000 ଖାତାକୁ ପୁନଃ ମୂଲ୍ୟାୟନ ହେବାକୁ ନିଷ୍ପତି ହୋଇଛି |
ତେବେ ପରୀକ୍ଷା ଖାତା ସରିଥିବା ବେଳେ ଆରମ୍ଭ ହୋଇଯାଇଛି ଟାବୁଲେସନ ପ୍ରକ୍ରିୟା |ତେବେ ଓଏ ମାର୍କ ସିଟ କମ୍ପ୍ୟୁଟରରେ ମୂଲ୍ୟାୟନ ସରିଥିବା ବେଳେ ସବଜେକ୍ଟିଭ ଖାତା ମଧ୍ୟ ମୂଲ୍ୟାୟନ ସରିଛି |ତେବେ ମାଟ୍ରିକ ସହିତ ମଧ୍ୟମା ଖାତା ଗୁଡ଼ିକ ସମାନ୍ତରଳ ଭାବରେ ମୂଲ୍ୟାୟନ ହୋଇଛି |
ତେବେ ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ପାଇଁ 15,000 ଶିକ୍ଷକ ନିୟୋଜିତ ହୋଇଥିଲେ ଏହା ଛଡ଼ା ପ୍ରତ୍ୟକ କେନ୍ଦ୍ରରେ ତିନି ଜଣ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ହୋଇଛନ୍ତି |ହେଲେ ଏପଟେ ବୋର୍ଡର ସୂଚନା ମୁତାବକ ମେ ମାସ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବା ନେଇ ବୋର୍ଡ କର୍ତ୍ତୃପକ୍ଷ ଜାରି କରିଛି