ନମସ୍କାର ଦର୍ଶକବନ୍ଧୁ ପୁଣି ବଢିପାରେ ସ୍କୁଲ ଛୁଟି ଏବେ ଏବେ ନେଇ ଆସିଲା ଏକ ବହୁତ ବଡ଼ ଖବର ତାହା ସହିତ ଅନଲାଇନରେ ମଧ୍ୟ ହେବ କ୍ଲାସ | ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଖବର | ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ସହିତ ଅସହ୍ୟ ତାତିରେ କଲବଳ ହେଉଛନ୍ତି ରାଜ୍ୟବାସୀ ଦିନରେ ଆକାଶରୁ ନିଆଁ ବରସୁଥିବା ବେଳେ ରାତିରେ ଅସହ୍ୟ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି |
ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠାରୁ ସମସ୍ତ ସ୍କୁଲକୁ ତିନିଦିନ ପାଇଁ ଛୁଟି ଘୋଷଣା କରିଛନ୍ତି | ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତତୀୟ ଓ ବେସରକାରୀ ସ୍କୁଲ ଗୁଡିକ ବନ୍ଦ ରହିବ | ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ପୂର୍ବରୁ ସକାଳୁଆ ବିଦ୍ୟାଳୟ ପାଇଁ ରାଜ୍ୟସରକାର ନିଶ୍ଚପତି ନେଇଥିଲେ |
ଏପ୍ରିଲ 2 ତାରିଖରୁ ସକାଳ 7ଟାରୁ ଦିନ 11:30 ପର୍ଯ୍ୟନ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କର ପାଠପଢା ହେଉଥିଲା | ଏବେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ବିଦ୍ୟାଳୟର ସମୟରେ ପରିବର୍ତ୍ତନ କରାଯାଇଥିଲା | ଏବେ ଆସନ୍ତା 4ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି |
ସେଥିପାଇଁ ସ୍କୁଲକୁ ବର୍ତ୍ତମାନ ୩ଦିନ ଛୁଟି କରାଯାଇଛି କିନ୍ତୁ ଏହା ସହିତ ଆଉଗୋଟିଏ ସୂଚନା ଆସିଛି ଯଦି ୩ଦିନ ପରେ ଖରାର ପ୍ରକପ ବୃଦ୍ଧି ପାଏ ତେବେ ପୁଣି ସ୍କୁଲ ଛୁଟି ହେବର ସମ୍ଭାବନା ରହିଛି | ଏହା ସହିତ ଆଉ ଗୋଟେ ସୂଚନା ଆସିଛି ଏବେ ଏହି ସମୟରେ ସ୍କୁଲ କିନ୍ତୁ ଖୋଲା ରହିବ ଏହା ସହିତ ଛାତ୍ର ଛାତ୍ରୀମାନଙ୍କ ନାମଲେଖା ସମ୍ପର୍କରେ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିବ |