ଜାଣନ୍ତୁ ମାଙ୍କ ୯ ଅବତାରଙ୍କ ବିଶେଷତ୍ୱ ଓ ରହସ୍ୟ ବିଷୟରେ |

ଦର୍ଶକ ବନ୍ଧୁ ଆଜିର ଏହି ଲେଖାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ମାତା ଦୁର୍ଗାଙ୍କର କେତୋଟି ରୁପରହିଛି ଆଉ ଏହା ବିଷୟରେ କିଛି କିଛି କଥା ଯାହା ଆପଣ ଆପଣଙ୍କ ଜୀବନରେ ଜାଣିନଥିବେ ତାହେଲେ ଆସନ୍ତୁ ଜାଣିବା ମାତା ଦୁର୍ଗାଙ୍କର ସେହି ଦିବ୍ୟ ରୂପ ଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ଭାବରେ।

ଶୈଳପୁତ୍ରୀ: ଶୈଳପୁତ୍ରୀ ମା’ ଦୁର୍ଗାଙ୍କର ପ୍ରଥମ ରୂପ। ସେ ପର୍ବତ ରାଜା ହିମାଳୟ ପୁତ୍ରୀ। ପୌରାଣିକ ମତେ ରାଜା ହିମାଳୟ ଓ ତାଙ୍କ ପତ୍ନୀ ମେନକାଙ୍କ ତପସ୍ୟାର ଫଳ ସ୍ୱରୁପ ମା’ ଦୁର୍ଗା ତାଙ୍କ କୋଳରେ ଜନ୍ମ ନେଇଥିଲେ। ସେଥିପାଇଁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ।

ବ୍ରହ୍ମଚାରିଣୀ: ବ୍ରହ୍ମଚାରିଣୀ ସ୍ୱରୂପରେ ନବରାତ୍ରିର ଦ୍ୱିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମାଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଏହୀ ରୂପରେ ମା’ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ।

ଚନ୍ଦ୍ରଘଣ୍ଟା: ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଏହା ହେଉଛି ତୃତୀୟ ରୂପ। ଏହି ଅବତାରରେ ମା’ଙ୍କ ମଥାରେ ଘଣ୍ଟା ଆକୃତିର ଏକ ଚନ୍ଦ୍ର ଶୋଭାପାଏ। ଏହି ଅବତାରରେ ମା’ଙ୍କୁ ଆରାଧନା କଲେ ଶାନ୍ତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

କୁଷ୍ମାଣ୍ଡା: ଏହା ମା’ଙ୍କର ଚତୁର୍ଥ ରୂପ। ମା’ କୁଷ୍ମାଣ୍ଡା ବ୍ରହ୍ମାଣ୍ଡର ରଚନା କରିଥିବା ପୁରାଣରେ ଲେଖାଅଛି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି।

ସ୍କନ୍ଦମାତା: ନବରାତ୍ରି ପଞ୍ଚମ ଦିବସରେ ଦେବୀଙ୍କୁ ଏହି ଅବତାରରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ। ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି।

କାତ୍ୟାୟନୀ: ନବରାତ୍ରି ଷଷ୍ଠ ଦିନରେ ଦେବୀଙ୍କୁ କାତ୍ୟାୟନୀ ଅବତାରରେ ପୂଜା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ।

କାଳରାତ୍ରୀ: ନବରାତ୍ରି ସପ୍ତମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି।

ମହାଗୌରୀ: ମାଁ ଦୁର୍ଗାଙ୍କର ଏହା ହେଉଛି ଅଷ୍ଟମ ରୂପ।  ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି।

ସିଦ୍ଧିଦାତ୍ରୀ: ନବରାତ୍ରିର ନବମ ବା ଶେଷ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି।

Leave a Reply

Your email address will not be published. Required fields are marked *