ଆଜିର ରାଶିଫଳ 03 ଫେବୃଆରୀ 2025 ସୋମବାର, କେମିତି କଟିବ ଆଜିର ଦିନ |

ମେଷ ରାଶି – ଆଜି ସାମାନ୍ୟ ଅସ୍ଥିରତା ମଧ୍ୟରେ କାର୍ଯ୍ୟସାଧନ କରିବାରେ ସଫଳ ହେବେ। ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ କାମ ତ୍ୱରାନ୍ବିତ କରିବା ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ ନାହିଁ। ସେବା ଓ ପରୋପକାର ଯୋଗୁ ସାମାଜିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ।

ବୃଷ ରାଶି – କର୍ମଜଞ୍ଜାଳ ବୃଦ୍ଧି ହେତୁ ମାନସିକ ଅସ୍ଥିରତା ଲାଗି ରହିବ ଏବଂ କାର୍ଯ୍ୟହାନି ଘଟିପାରେ। ଗୃହସୀମା, ଗାଡିମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଉଦ୍‍ବେଗ ବୃଦ୍ଧି ପାଇବ। ଅପରାହ୍ନରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନସନ୍‍ ଦୂର ହେବ। କଳା ସାହିତ୍ୟ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ ଏବଂ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ।

ମିଥୁନ ରାଶି – ନିଜ ଲୋକଙ୍କ ବେଖାତିର ମନୋଭାବ ହେତୁ ଭାବାନ୍ତର ସୃଷ୍ଟିହେବ । ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ । ଆଜିର କଷ୍ଟ ସ୍ବୀକାର କରି ମଧ୍ୟ ଅନ୍ୟକୁ ସାହାଯ୍ୟ କରିବେ । ଯେତେ ଯୁକ୍ତି ଉପସ୍ଥାପନ କଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେବେ ।

କର୍କଟ ରାଶି – ଆପଣଙ୍କୁ ଏକାଧାରରେ ଅର୍ଥ, ଗୈାରବ, ସାମାଜିକ ସମ୍ମାନ, କର୍ମକ୍ଷେତ୍ରରେ ପ୍ରତିଷ୍ଠା ପ୍ରାପ୍ତ ହେବ । ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ । ଛାତି, ବେକ, ପିଠି କିମ୍ବା ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଅଜଣା ଲୋକ ସହ ଝଗଡାର ଆଶଙ୍କା ରହିଛି ।

ସିଂହ ରାଶି – ଆପଣଙ୍କ ଉନ୍ନତିରେ ଈର୍ଷାପରାୟଣ ହୋଇ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିପାରନ୍ତି। ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ ଏବଂ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିବେ। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା କାରଣରୁ କେତେକ ସୁଯୋଗ ହାତଛଡା ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ବ୍ୟବସାୟ କ୍ଷେତ୍ରରେ ପ୍ରତିଯୋଗିତା ଅବଶ୍ୟମ୍ଭାବୀ।

କନ୍ୟା ରାଶି – କୌଣସି ଗୁପ୍ତାଲୋଚନା, ଅର୍ଥ ସମ୍ପର୍କୀୟ ବିବାଦ ପ୍ରଭୃତିର ଆଲୋଚନା କରିପାରନ୍ତି । ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କଠାରୁ ନାସ୍ତି ସୂଚକ ବାକ୍ୟ ଶୁଣି ବିଷାଦଗ୍ରସ୍ତ ହେବେ । ପଡ଼ୋଶୀଙ୍କ ସହାୟତାରେ ମାଲି ମକଦ୍ଦମା, ସଭାସମିତି, ଲେଖାପଢ଼ାରୁ ଆତ୍ମତୃପ୍ତି ପାଇବେ ।

ତୁଳା ରାଶି – ବନ୍ଧୁମାନଙ୍କ ସହାୟତାରେ ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖାଦେଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ସତ୍‍ସଙ୍ଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ। ସହକର୍ମୀଙ୍କ ପରୋକ୍ଷ ସୂଚନାରୁ ହଠାତ୍‍ କୌଣସି ଘଟଣା ମନକୁ ବିବ୍ରତ କରିପାରେ।

ବିଛା ରାଶି – ଦୀର୍ଘ ଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କ ସୌଜନ୍ୟରୁ ହୋଇଯିବ। ବନ୍ଧୁଙ୍କ ସହାୟତାରେ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଶିଳ୍ପ, ବ୍ୟବସାୟ, ପରିବହନ, ବାଣିଜ୍ୟ, ଆନୁଷ୍ଠାନିକ କାମ, ରାଜନୈତିକ ପରିସ୍ଥିତି କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ବିବ୍ରତ ହୋଇପାରନ୍ତି।

ଧନୁ ରାଶି – ଆଜି ଅର୍ଥ ଲାଭ ଓ ବନ୍ଧୁ ମିଳନରୁ ମନ ଖୁସି ରହିବ । ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ । ଅନିଶ୍ଚିତତା ମଧ୍ୟରେ ଗତି କରିବେ କିମ୍ବା ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ । ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସ ମିଜାଜରେ କାମ କରିପାରନ୍ତି ।

ମକର ରାଶି – ପଡ଼ୋଶୀଙ୍କ ଆକ୍ଷେପୋକ୍ତି ଓ ପାରିବାରିକ ମତାନ୍ତର ହେତୁ ମାନସିକ ଅସ୍ଥିରତା ଲାଗି ରହିବ । ବନ୍ଧୁଙ୍କ ନିକଟରୁ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିପାରେ । ଅର୍ଥ ସମ୍ପର୍କିତ କିମ୍ବା ବିବାଦୀୟ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ । ଲାଭ ପାଇବା ଆଶାରେ କାହାର ମିଥ୍ୟା ପ୍ରତିଶ୍ରୁତି ପଛରେ ଦୌଡିବା ଠିକ୍‌ ହେବନାହିଁ ।

କୁମ୍ଭ ରାଶି – ଉପସ୍ଥିତ ବୁଦ୍ଧି ବଳରେ ପରିବାରରେ ସୁସମ୍ପର୍କ ସ୍ଥାପନ କରିବାରେ ସଫଳ ହେବେ। ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ମଜଭୁତ କରିବାକୁ ହେଲେ କଷ୍ଟ ସ୍ବୀକାର କରିବାକୁ ପଡିପାରେ। ସଭାସମିତି ଓ ମାଙ୍ଗଳିକ କାମ ସକାଶେ ଅନ୍ୟମାନଙ୍କ ସାହାଯ୍ୟ ଲୋଡିବାକୁ ବାଧ୍ୟ ହୋଇପାରନ୍ତି।

ମୀନ ରାଶି – ଆଳସ୍ୟ ଓ ଅବହେଳା କାରଣରୁ କାମ ହାସଲ ପାଇଁ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ପାରିବାରିକ ଅବସ୍ଥାରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣକୁ ନେଇ ବ୍ୟସ୍ତ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *