Breaking News : ମହାକୁମ୍ଭ ଦଳାଚକଟା ପରେ ସରକାର କଲେ ବଡ଼ ପରିବର୍ତ୍ତନ: ଏଣିକି ଭିଭିଆଇପି ପାସ୍ ବାତିଲ |

ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭର ସଙ୍ଗମ ଅଞ୍ଚଳରେ ବୁଧବାର ଭୋର ସମୟରେ ଘଟିଥିବା ଦଳାଚକଟାରେ ୩୦ ଜଣଙ୍କ ମୃ-ତ୍ୟୁ ସହ ୬୦ ଜଣ ଆହତ ହେବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ଆଗକୁ ଏଭଳି ଘଟଣାକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ସମଗ୍ର ମେଳା ଅଞ୍ଚଳକୁ ‘ଯାନବାହନ ନିଷିଦ୍ଧ ଜୋନ୍’ ଘୋଷଣା କରିବା ସହ ପ୍ରଶାସନ ପକ୍ଷରୁ କେତେକ ବଡ଼ ପରିବର୍ତ୍ତନ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପ୍ରୟାସକୁ ଆହୁରି ସୁଦୃଢ଼ କରିବା ପାଇଁ ଆଇଏଏସ୍ ଅଧ୍ବକାରୀ ଆଶିଷ ଗୋୟଲ ଓ ଭାବୁ ଗୋସ୍ବାମୀଙ୍କୁ ତୁରନ୍ତ ପ୍ରୟାଗରାଜରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଜୟ କିରଣଙ୍କ ସହ ମିଶି ୨୦୧୯ ଅର୍ଦ୍ଧକୁମ୍ଭକୁ ସଫଳତାର ସହ ପରିଚାଳନା କରିବାରେ ଉଭୟ ଅମଲା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହି ସମୟରେ ଭାନୁ ଗୋସ୍ୱାମୀ କୁମ୍ଭମେଳା ପ୍ରାଧୂକରଣର ଜିଲ୍ଲାପାଳ ଓ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ବେଳେ ଆଶିଷ ଗୋୟଲ ଆହ୍ଲାବାଦର କମିସନର ଭାବେ କାର୍ଯ୍ୟ କରିଥିଲେ। ଏହାବ୍ୟତୀତ ମହାକୁମ୍ଭ କାର୍ଯ୍ୟରେ ସହଯୋଗ କରିବା ପାଇଁ ବଡ଼ ଧରଣର କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ବ ଅଭିଜ୍ଞତା ଥିବା ୫ ଜଣ ସ୍ବତନ୍ତ୍ର ସଚିବ ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଯାନବାହନ ନିଷିଦ୍ଧ ଜୋନ୍: ମହାକୁମ୍ଭ ମେଳା ଅଞ୍ଚଳରେ ସମସ୍ତ ପ୍ରକାର ଯାନବାହନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

ଭିଭିଆଇପି ପାସ୍‌ ବାତିଲ: କୌଣସି ବ୍ୟତିକ୍ରମ ଛଡ଼ା ସ୍ବତନ୍ତ୍ର ବା ଭିଭିଆଇପି ପାସ୍ ଦ୍ବାରା କୌଣସି ଗାଡ଼ି ଭିତରକୁ ପ୍ରବେଶ କରିପାରିବ ନାହିଁ।
ଏକତରଫା ମାର୍ଗ: ଶ୍ରଦ୍ଧାଳୁଙ୍କ ଯାତାୟାତକୁ ଶୃଙ୍ଖଳିତ କରିବା ପାଇଁ ଏକତରଫା ଟ୍ରାଫିକ୍ ବ୍ୟବସ୍ଥା ଲାଗୁ କରାଯାଇଛି। ଫେବ୍‌ରୁଆରି ୪ ପର୍ଯ୍ୟନ୍ତ କଡ଼ା କଟକଣା: ଶୃଙ୍ଖଳା ବଜାୟ ରଖୁବା ପାଇଁ ଫେବ୍‌ରୁଆରି ୪ ପର୍ଯ୍ୟନ୍ତ ସହରକୁ ଚାରି ଚକିଆ ଯାନ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଅନ୍ତର୍ବିଭାଗୀୟ ସମନ୍ଵୟ ଉପରେ ଗୁରୁତ୍ବ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକାଧ୍ଵକ ଗାଇବ୍ଲାଇନ୍ ଜାରି କରିଛନ୍ତି। ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ମହାକୁମ୍ଭ ବ୍ୟବସ୍ଥାର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦଳାଚକଟା ଘଟଣାର କାରଣ ଅନୁସନ୍ଧାନ ପାଇଁ ୩ ଜଣିଆ ବିଚାରବିଭାଗୀୟ କମିସନ ନିଯୁକ୍ତ ହୋଇଛନ୍ତି। ଏହି କମିଟିରେ ଜଷ୍ଟିସ ହର୍ଷ କୁମାର, ପୂର୍ବତନ ମହାନିର୍ଦ୍ଦେଶକ ଭିକେ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭିକେ ସିଂହ ରହିଛନ୍ତି। ଏଥ୍ ସହ ମୃ-ତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *