ସାବଧାନ ! ଅକ୍ଟୋବରରେ ପୁଣି ଆସୁଛି ବଡ଼ ବାତ୍ୟା…ଏହି ତାରିଖରେ ଓଡ଼ିଶାରେ ରଚିବ ତାଣ୍ଡବ !

ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ପାଣିପାଗ କେନ୍ଦ୍ର ତରଫରୁ ବହୁତ୍ ବଡ଼ ଅପଡେଟ ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ କଣ ରହିଛି ସେହି ଆଶ୍ଚର୍ଯ୍ୟ କଲା ଭଳି ଅପଡେଟ ଆଉ ଡେରି ନକରି ଆସନ୍ତୁ ଜାଣିବା। ରାଜ୍ୟକୁ ପୁଣି ଘାରିଲା ବାତ୍ୟା ଭୟ । ପୁଣି ଏକ ଲଘୁଚାପ ଆସିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନିଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହା ଘନିଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ବୋଲି ଜିଏଫଏସ ମଡେଲ ଦର୍ଶାଇଛି । ବାତ୍ୟା ବଡ ନହେଲେ ବି ଛୋଟ ଧରଣର ବାତ୍ୟା ହୋଇପାରେ ଆକଳନ କରାଯାଇଛି । ଜିଏଫଏସ ମଡେଲର ଆକଳନ ଅନୁସାରେ, ଏହା ସମୁଦ୍ରରେ ଥିଲା ବେଳେ ବାତ୍ୟାର ରୂପ ନେବ ।

ତେବେ ଉପକୂଳକୁ ଆସିଲା ବେଳେକୁ ଏହା ଦୁର୍ବଳ ହୋଇଯିବ । କିନ୍ତୁ ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ । 24 ତାରିଖରେ ଏହା ଓଡିଶା ଉପକୂଳ ଛୁଇଁବା ନେଇ ଆକଳନ କରାଯାଇଛି । ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳ କହିଛନ୍ତି, 21 ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।

22 ତାରିଖରେ ଲଘୁଚାପ ଏବଂ 23 ତାରିଖରେ ଅବପାତର ରୂପ ନେଇପାରେ । ତେବେ ଯଦି ଏହା ଓଡିଶା ଉପକୂଳ ଦେଇ ଯିବ ଓଜିଶା ଉପକୂଳ ଦେଇ ଗଲେ ପ୍ରବଳ ବର୍ଷା ହେବ । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏହାର ଗତିବିଧି ଆକଳନ କରାଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *