,ମା ମଙ୍ଗଳା କିଏ? କେମିତି ଆଶିଲେ କାକଟ ପୁର ଆସନ୍ତୁ ଜାଣିବା | ମା ମଙ୍ଗଳା ହେଉଛନ୍ତି ମଙ୍ଗଳ କାରିଣୀ ମା ଦୁର୍ଗା ଙ୍କ ନିଶ୍ୱାସ ରୁ ଜନ୍ମ | ଯେତେ ବେଳେ 12 ବର୍ଷ ରେ ଥରେ ନବ କାଳେ ବର ହୁଏ ମା ମଙ୍ଗଳା ଙ୍କ ଅନୁମତିରେ ସଠିକ ବୃକ୍ଷର ଚୟନ କରାଯାଏ | ଯେହେତୁ ସେ ଜଗତର ନାଥ ଙ୍କର ମା ସେଇଥିପାଇଁ ସାରା ଜଗତର ମା |
ମା ମଙ୍ଗଳା ସବୁ ବେଳେ ଆମର ମଙ୍ଗଳ ପାଇଁ ଆମକୁ ଆର୍ଶୀବାଦ କରିଥାନ୍ତି |ଓଡିଶା ରେ ମା ମଙ୍ଗଳା ଙ୍କ ମୁଖ୍ୟ ମନ୍ଦିର କାକଟ ପୁର ରେ ଅବସ୍ଥିତ ଏହା ପୁରୀ ଠାରୁ 54 କିଲୋମିଟର ଓ ଭୁବେନେଶ୍ୱର ଠାରୁ 70 କିଲୋମିଟର ଠାରେ ଅବସ୍ଥିତ ପ୍ରାଚୀ ନଦୀ କୁଳ ରେ ଅବସ୍ଥିତ | କିନ୍ତୁ ମା ମଙ୍ଗଳା କେମିତି ଆସିଲେ କାକଟପୁର ? ମା ମଙ୍ଗଳା ଙ୍କୁ ଲଙ୍କା ପତି ରାବଣ ପୂଜା କରୁଥିଲେ | ଶ୍ରୀ ରାମ ଙ୍କ ଲଙ୍କା ବିଜୟ ପରେ ମା ମଙ୍ଗଳା ଙ୍କ ପୂଜା ଅର୍ଚ୍ଚନା ବନ୍ଦ ହୋଇଯାଇଥିଲା ଏମିତି ଅନେକ ବର୍ଷ ବିତିଗଲା ଥରେ ଜଣେ ସାଧାରଣ ଲୋକ ବାଣିଜ୍ୟ କରିବା ନିମନ୍ତେ ସେଠାକୁ ଯାଇଥାନ୍ତି ସେ ମା ମଙ୍ଗଳା ଙ୍କ ଭକ୍ତ ହୋଇଥିବା ବେଳେ ସେଠାରୁ ଓଡିଶା କୁ ଆଣିବା ପାଇଁ ଇଛା କଲେ |
ସେ ଓଡିଶା କୁ ଆସୁଥିବା ସମୟରେ ରେ ଡ଼ଙ୍ଗା ରେ ବସି ପ୍ରାଚୀ ନଦୀ କୁ ପରିହୋଇଥାନ୍ତି ଠିକ ସେଇ ସମୟରେ ନଦୀ ର ମଝି ରେ ମା ବୁଡି ଯାଇଥିଲେ | ବର୍ଷ ବର୍ଷ ଧରି ମା ମଙ୍ଗଳା ସେହି ନଦୀର ମଝିରେ ବୁଡି ରହି ଥିଲେ | ଦିନକର କଥା ଜଣେ ନାବିକ ତାର ଡଙ୍ଗା ରେ ନଦୀ ପରିହଉଥିଲା କିନ୍ତୁ ସେହି ସମୟରେ ପ୍ରବଳ ବନ୍ୟା ଆସିଥିବାରୁ ଡଙ୍ଗା ଟି ବୁଡି ଯାଇଥିଲା ନଇଁ ର ମଝିରେ ସ୍ଥିର ହୋଇଗଲା ନାବିକ ଜାଣିପାରିଲା ନାହିଁ ସେ କିପରି ଏତେ ବଡ ବନ୍ୟା ରୁ ବଞ୍ଚିତ ଥିବାରୁ ନାଉରିଆ ଭୋଗବାନ ଙ୍କୁ ଧନ୍ୟବାଦ ଜଣାଇଘରକୁ ଫେରିଆସିଥିଲା |
କିନ୍ତୁ ସେହି ଦିନ ସ୍ବପ୍ନ ରେ ଅସି ମା ନାଉରିଆ କୁ ଆଦେଶ ଦେଲେ କହିଲେ ମୁ ସେହି ନଇଁ ମଝିରେ ଅଛି ମତେ ସେଠାରୁ ବାହାର କର | ନାଉରିଆ ଏବଂ କିଛି ଲୋକ ସେଠାରୁ ଆଣି ମଙ୍ଗଲପୁର ଗ୍ରାମ ରେ ସ୍ଥାପନ କରିଥିଲେ |ସେହି ନଦୀ ଦେଇ ଗୋଟିଏ କୂଅ ଉଡି ଉଡି ଯାଉଥିବା ବେଳେ ସେଇ ନଈର ମଝିରେ ଅଟକି ଯାଇଥିଲା ଯେଉଁଠି ନାଉରିଆ ଜଣଙ୍କ ମା ଙ୍କୁ ପାଇଥିଲା |ସେହି କୁଆ ଟି ଅଟକି ଯାଇଥିବାରୁ ସେହି ଜାଗା ର’ନାମ କାକଟପୁର ହୋଇଥିଲା କାକ ଅକଟ ବୋଲି କାକଟପୁର |ସେହି ଦିନ ଠାରୁ ମା ମଙ୍ଗଳା କାକଟ ପୁର ମଙ୍ଗଳା ଭାବରେ ଜଣା ଶୁଣା |