Jio ସିମ ୟୁଜର ମାନଙ୍କ ପାଇଁ ଆସିଲା ବଡ଼ ଖବର, ଏତିକି ଟଙ୍କା ରିଚାର୍ଜ କରି ପାଇପାରିବେ ଅତିରିକ୍ତ ଡାଟାର ଲାଭ ସବୁ ବ୍ୟବହାର କାରୀ ଜାଣିରଖନ୍ତୁ

ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଆନ୍ସ ଜିଓ ଗତ ମାସରେ ତାର ରିଚାର୍ଜ ପ୍ଳାନର ଦର ବୃଦ୍ଧି କରିଥିଲା । ଏଥିସହିତ କମ୍ପାନୀ ତାର ଦୁଇଟି ଶସ୍ତା ପ୍ଲାନକୁ ମଧ୍ୟ ବନ୍ଦ କରିଦେଇଥିଲା । ଜୁଲାଇ ୩ ତାରିଖରୁ ଗ୍ରାହକଙ୍କ ପାଇଁ ଜିଓ ସେବା ମହଙ୍ଗା ହୋଇଯାଇଛି । ଏହାପରେ ଚଳିତ ମାସ ପ୍ରଥମ ସପ୍ତାହରେ କମ୍ପାନୀ ତାର ୧୦ଟି ପ୍ଲାନକୁ ଲିଷ୍ଟରୁ ହଟାଇ ଦେଇଥିଲା ।

ଫଳରେ ଜିଓ ଗ୍ରାହକଙ୍କୁ ଗୋଟିଏ ପରେ ଆଉ ଗୋଟିଏ ଝଟକା ଲାଗିଥିଲା । ତେବେ ଏହା ମଧ୍ୟରେ ଜିଓ ଗ୍ରାହକଙ୍କୁ ପୁଣି ଦୁଇଟି ଝଟକା ଲାଗିଛି ଏଣିକି ସିମକୁ ଆକ୍ଟିଭ ରଖିବା ମହଙ୍ଗା ହୋଇଯିବ । କାରଣ କମ୍ପାନୀ ଦୁଇଟି ଶସ୍ତା ପ୍ଲାନ୍ସକୁ ଏବେ ତାର ପୋର୍ଟୋ ଫୋଲିୟୋରୁ ହଟାଇ ଦେଇଛି । ଜିଓ ୧୪୯ ଟଙ୍କିଆ ଓ ୧୭୯ ଟଙ୍କିଆ ପ୍ଲାନକୁ ରିମୁଭ୍ କରିଦେଇଛି ।

ଏଥିସହିତ କମ୍ପାନୀ କିଛି ପ୍ଲାନର ଦାମ୍ ମଧ୍ୟ ବୃଦ୍ଧି କରିଛି । ତେଣୁ ଏଣିକି ସିମକୁ ଆକ୍ଟିଭ ରଖିବାକୁ ହେଲେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଅର୍ଥ ଗଣିବାକୁ ପଡ଼ିବ । ଜିଓର ସର୍ବନିମ୍ନ ରିଚାର୍ଜ ପ୍ଲାନ ଏବେ ୧୮୯ ଟଙ୍କା ରହିଛି । ଏଥିରେ ଗ୍ରାହକଙ୍କୁ ୨ ଜିବି ମୋବାଇଲ ଡାଟା, ଅସୀମିତ କଲିଂ, ୩୦୦ ଏସଏମଏସ ଓ ଜିଓ ଆପ୍ସ ସବସ୍କ୍ରିପସନ ମିଳିବ । ଏହାର ବୈଧତା ୨୮ ଦିନ ପାଇଁ ରହିଛି ।

ପୂର୍ବରୁ ଏହି ପ୍ଲାନ୍ସ ୧୫୫ ଟଙ୍କାରେ ଆସୁଥିବା ବେଳେ ଏବେ ତାହା ୨୨ ପ୍ରତିଶତ ବଢ଼ିଯାଇଛି । କମ୍ପାନୀ ରିଚାର୍ଜ ପ୍ଲାନ୍ସର ଦର ବୃଦ୍ଧି କରିବା ସହିତ ଅନଲିମିଟେଡ ୫ଜି ସେବାରେ ମଧ୍ୟ ପରବର୍ତ୍ତନ କରିଛି । ଏଣିକି ଦୈନିକ ୨ ଜିବି ବା ତା’ଠାରୁ ଅଧିକ ଡାଟା ପ୍ଲାନ୍ସରେ ହିଁ ୫ଜି ସେବାର ଫାଇଦା ଉଠାଇ ପାରିବେ ଗ୍ରାହକ । ଦୈନିକ ୧.୫ ଜିବି ଡାଟା ପ୍ଲାନ ନେଇଥିବା ଗ୍ରାହକଙ୍କୁ ୫ଜି ଡାଟା ବୁଷ୍ଟର କିଣିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *