PMAY କୁ ନେଇ ସରକାର ଦେଲେ ବଡ଼ ଖୁସି ଖବର ,ଖୁବ ଶୀଘ୍ର ସବୁ ହିତାଧିକାରୀ ମାନେ ପାଇପାରିବେ ଘର ଜାଣନ୍ତୁ କିପରି କରିବେ ଆବେଦନ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ପାଞ୍ଚ ଲକ୍ଷ ଲୋକଙ୍କୁ ମିଳିବ ମାଗଣା ଘର ତେବେ ଏବେ ଏବେ ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜାରି କଲେ ଆଉ ଏକ ନୂଆ ଅପଡେଟ । ଖୁବ ଶୀଘ୍ର ସମସ୍ତଙ୍କୁ ମିଳିବାକୁ ଯାଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତେବେ କେଉଁ ମାନେ ପାଇପାରିବେ କଣ ରହିଛି ଅପଡେଟ ଆସନ୍ତୁ ଜାଣିବା । ସରକାର ଆସୁ ଆସୁ ଆକ୍ସନ ମୋଡରେ ମୋହନ ସରକାର। ଓଡ଼ିଶାରେ କ୍ଷମତାକୁ ଆସୁଆସୁ ୧୦୦ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ସହିତ ପିଏମ କିଷାନ ନିଧିରେ କୃଷକଙ୍କୁ କିସ୍ତିରେ ଟଙ୍କା ପଠାଇଛନ୍ତି |

ଏହି ଶହେ ରାଜ୍ୟର ହଜାର ହଜାର ମହିଳା ପଚାଶ ହଜାର ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାରି ଭିତରେ ପୁଣି ଏକ ବଡ଼ ନିୟୁଜ ଆସିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ନୂଆ ଅପଡେଟ ଆସିଛି | ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବେ ରାଜ୍ୟରେ ପାଞ୍ଚ ଲକ୍ଷ ନୂଆ ଘର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସରକାର | ଏହି ଯୋଜନାରେ କେଉଁ ମାନେ ଲାଭବାନ ହେବେ ଜାଣିରଖନ୍ତୁ ରାଜ୍ୟରେ ବିଜେପି ସରକାର ଗଠନ ପରେ ଦିଲ୍ଲୀରେ ପ୍ରାକ ବଜେଟ ଅବସ୍ଥିତ ହୋଇଛି ତେବେ ଏହି ସମୟରେ ରାଜ୍ୟରେ ବିକାଶ ପାଇଁ ଦାବି ରଖିଛନ୍ତି ସରକାର |

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ଭାବରେ PMAY ଯୋଜନାରେ ପାଞ୍ଚ ଲକ୍ଷ ଘର ମାଗିଛନ୍ତି ଉପ ମୁଖ୍ୟମନ୍ତ୍ରୀ | ପାଞ୍ଚ ଲକ୍ଷ ଘର ପାଇଁ କେନ୍ଦ୍ର ବଣ୍ଟନ ଆବଣ୍ଟିତ ହେଉ ବୋଲି ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ କହିଛନ୍ତି | ତେବେ କେନ୍ଦ୍ର ସରକାର ଅନୁମୋଦନ କଲେ ରାଜ୍ୟରେ ପାଞ୍ଚ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଘର ଯୋଗାଇବାକୁ ଦିଆ ଯାଇପାରେ | ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଏଭଳି ଲୋକଙ୍କୁ ସାହାଯ୍ୟ ପ୍ରଦାନ କରାଯାଉଛି |

ତେବେ ଯେଉଁ ମାନେ ଘରଟିଏ ତିଆରି କରିବା ପାଇଁ ଆର୍ଥିକ ଭାବରେ ଅସକ୍ଷମ ଏହିଭଳି ଲୋକଙ୍କ ପାଇଁ ଆବାସ ଯୋଜନା ମାଧ୍ୟମରେ ଅର୍ଥ ରାଶି ପ୍ରଦାନ କରାଯାଉଛି | ତେବେ ହିତାଧିକାରୀ ମାନେ ଏହି ଯୋଜନାରେ ଲାଭ ଉଠାଇବା ପାଇଁ ଆବେଦନ କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲକ୍ଷ ହେଉଛି ଗରିବ ଜନ ସାଧାରଣ ମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ |

ଚାଳ ଛପର ଘରେ ରହୁଥିବା ଗରିବ ସାଧାରଣ ଲୋକଙ୍କୁ ପକ୍କାଘରଟିଏ ତିଆରି କରିବା ପାଇଁ ଯେଉଁ ଭଳି କିଛି ସମସ୍ୟା ନହେବ ସେଥି ପ୍ରତି ଦୃଷ୍ଟି ଦେଉଛନ୍ତି ସରକାର | ତେବେ ଆପଣ ଯଦି ଯୋଗ୍ୟ ପ୍ରାର୍ଥୀ ହୋଇଥିବେ ତେବେ ଆପଣ ଚାହିଁଲେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିପାରିବେ | ଆଉ ଆପଣ ମଧ୍ୟ ପାଇପାରିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଜନାରେ ସାମିଲ ହେବା ପାଇଁ ପରିବାର ଲୋକଙ୍କ ଆୟ ତିନି ଲକ୍ଷରୁ କମ ହୋଇଥିବା ଆବଶ୍ୟକ

Leave a Reply

Your email address will not be published. Required fields are marked *