ମିଶନ ଶକ୍ତି ମା ମାନଙ୍କ ପାଇଁ ଆସିଲା ଖୁସିର ଖବର, ସରକାର ନେଲେ ବଡ଼ ନିଷ୍ପତି ଖୁବ ଶୀଘ୍ର ସବୁ ମହିଳା ଉଠାଇ ପାରିବେ ଏହି ସୁବିଧାର ଲାଭ

ଏବେ ଏବେ ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଅପଡେଟ ମୋହନ ସରକାର କଲେ ଏକ ନୂଆ ଘୋଷଣା କଣ ରାଜ୍ୟରେ ବନ୍ଦ ହୋଇଯିବ ମିଶନ ଶକ୍ତି ଯୋଜନା ଆସିଲା ଏକ ନୂଆ ଅପଡେଟ | ଦୀର୍ଘ 25 ବର୍ଷର ବିଜେଡି ଶାସନରେ ବିଡ଼ମ୍ବ ରହିଛି 2024 ଇଲେକ୍ସନରେ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେପି ରାଜ୍ୟରେ ସରକାର ଗଡ଼ିଛନ୍ତି ନିକଟରେ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ନେଲା ପରେ ବର୍ତ୍ତମାନ ଆକ୍ସନ ମୋଡରେ ଅଛନ୍ତି |

ପୂର୍ବ ସରକାରଙ୍କ ଭିତରେ ଚାଲି ଆସୁଥିବା କିଛି ଯୋଜନା ମାଧ୍ୟମରେ ପୂର୍ଣ୍ଣ ଛେଦ ମଧ୍ୟ ପଡ଼ି ସାରିଲାଣି | 5T ଏବଂ ମୋ ସରକାରକୁ ହଟାଇ ଦିଆ ଯାଇଥିବା ବେଳେ ଏବେ ମିଶନ ଶକ୍ତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି | ନୂଆ ସରକାର ଆସିବା ପରେ ରାଜ୍ୟରେ ମିଶନ ଶକ୍ତି ଯୋଜନା ଆସିବ ନା ରହିବ ଏହାକୁ ନେଇ ଆଲୋଚନା ହେଉଅଛି |

ଏମିତିକି ସରକାର ମହିଳା ମାନଙ୍କ ପାଇଁ କିଛି ପରିବର୍ତ୍ତନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି | ପ୍ରଥମେ ମୋହନ ସରକାର ଓଡ଼ିଶାର ମହିଳା ମାନଙ୍କ ପାଇଁ ଶୁଭଦ୍ରା ଯୋଜନା ଲାଗୁ କରିବା ନେଇ ପ୍ରତିଶୃତିକୁ ପୂରଣ କରିବାକୁ ଯାଉଛନ୍ତି ଆସନ୍ତା 100 ଦିନ ଭିତରେ ଏହାକୁ ଲାଗୁ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି |

ଏହା ଛଡ଼ା ମିଶନ ଶକ୍ତି ବିଷୟରେ କହିଲେ ଏହି ଯୋଜନାରେ କିଛି ଟା ପରିବର୍ତ୍ତନ କରିବା ପାଇଁ ଚିନ୍ତା କରାଯାଉଛି ତେବେ ଏହାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ନ କରାଗଲେ ମଧ୍ୟ ରାଜ୍ୟରେ ମହିଳା ମାନଙ୍କ ବିକାଶ ପାଇଁ କିଛି ନୂଆ ଯୋଜନା ଆସିପାରେ | କହିରଖୁଛୁ ଯେ ମିଶନ ଶକ୍ତି ହେଉଛି ବିଜେଡି ସରକାରଙ୍କ ଆରମ୍ଭ ହୋଇଥିବା ଏକ ଯୋଜନା |

ନୂଆ ସରକାର ଆସିଥିବା ଯୋଗୁଁ ଏଥିରେ ନିୟୋଜିତ କର୍ମଚାରୀ କର୍ମୀଙ୍କ ସ୍ଥିତି କଣ ରହିବ ତାହା ନେଇ ସନ୍ଦେହ ଘେରରେ ରହିଛି ମିଶନ ଶକ୍ତିକୁ ଆହୁରି ମଜଭୁତ କରାଯିବ ନା ବିକଳ୍ପ ଉପାୟ ଅବଲମ୍ବନ କରାଯିବ ଏହାକୁ ନେଇ ଆଲୋଚନା କରାଯାଉଛି

Leave a Reply

Your email address will not be published. Required fields are marked *