Vastu Tips : ସ୍ତ୍ରୀ ଭୁଲରେ ବି ସ୍ବାମୀର ଏହି ଦିଗରେ ଶୁଅନ୍ତୁ ନାହିଁ,ଘରକୁ ମାଡ଼ି ଆସିବ ଭୟଙ୍କର ଦାରିଦ୍ର୍ୟ ସବୁ ମହିଳା ଜାଣିରଖନ୍ତୁ

ବନ୍ଧୁଗଣ ଆମର ଦୈନିକ ଜୀବନର ପ୍ରତ୍ୟକ କ୍ରିୟା କଳାପ ଆମ ଘରର ବାସ୍ତୁ ଉପରେ ଅବଶ୍ୟ ପ୍ରଭାବ ପଡ଼ିଥାଏ ଆମର ଖାଇବା ପିଇବା ରହିବା ଶୋଇବା ଆମର ବିଚାର ଏବଂ ଆଚରଣ ଯେଉଁ ପ୍ରକାରର ହୋଇଥାଏ ସେମିତି ଆମ ଜୀବନ ଉପରେ ପଡ଼ିଥାଏ | ଆମର ବ୍ୟବହାର ଏବଂ ଆଚରଣ ଦ୍ୱାରା ହିଁ ଆମ ଜୀବନ ଉପରେ ପ୍ରଭାବ ପଡ଼ିଥାଏ | ବାସ୍ତୁ ଶାସ୍ତ୍ରର କିଛି ନିୟମର ପାଳନ କରିବା ଆମର ଦୈନିକ ଜୀବନରେ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ | ସେଥିପାଇଁ ଆମର ଅଭ୍ୟାସରେ ସୁଧାର କରିବା ଯେ ବହୁତ ଜରୁରୀ ହୋଇଥାଏ ଯେମିତି ପ୍ରତିଦିନ ନିତ୍ୟ ସମୟରେ ଗାଧେଇବା ଠିକ ସମୟରେ ଭୋଜନ କରିବା ସବୁ କାମ ଠିକ ସମୟରେ କରିବା ଏବଂ ଆମକୁ ନିଶ୍ଚିତ ସମୟରେ ଶୋଇବା ଏବଂ ଉଠିବା ଆମ ପାଇଁ ବହୁତ ଜରୁରୀ ହୋଇଥାଏ | ଏହା ଆମ ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ମଧ୍ୟ ଭଲ ହୋଇଥାଏ ଭଲ ନିଦ ଆମ ଶରୀର ପାଇଁ ବହୁତ ଏହା ଦ୍ୱାରା ଆମ ମନ ମସ୍ତିଷ୍କ ମଧ୍ୟ ଆରାମ ମିଳିଥାଏ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଶୋଇବା ଆମକୁ କେଉଁ ସମୟରେ ଶୋଇବା ଦରକାର କେଉଁ ସମୟରେ ଶୋଇବା ଅନୁଚିତ ଶୋଇବା ସମୟରେ ଆମ ମୁଣ୍ଡ କେଉଁ ଦିଗ ଆଡ଼କୁ ରହିବା ଦରକାର | ଖାସ କରି ଘରର ମହିଳା ମାନେ ଏହି ସବୁ ନିୟମର ପାଳନ କରିବା ଉଚିତ |

ପ୍ରଥମ କଥା ଘରର ମୁଖିଆ ବା କର୍ତ୍ତା ପୁରୁଷର ଶୟନ କକ୍ଷ ଦକ୍ଷିଣ ପଶ୍ଚିମ ଦିଗରେ ହେବା ଆବଶ୍ୟକ ଏହି ଦିଗରେ ଶୟନ କକ୍ଷ ହେବା ଦ୍ୱାରା ସେହି ବ୍ୟକ୍ତିକୁ ବେପାରରେ ଏବଂ ଚାକିରୀରେ ଉନ୍ନତି ହୋଇଥାଏ ଏହା ସହିତ ମୁଖିଆଙ୍କ ପରିବାରରେ ପ୍ରେମ ଏବଂ ଆଦର ବନି ରହିଥାଏ

ଦ୍ୱିତୀୟରେ ଶୋଇବା ସମୟରେ ଆମର ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବ ଦିଗ ଆଡକୁ ହେବା ଉଚିତ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ଉତ୍ତମ ମନା ଯାଇଥାଏ ଦକ୍ଷିଣ ଦିଗ ଆଡ଼କୁ ପାଦ ରଖିବା ଆଦୌ ଉଚିତ ନୁହେଁ କାହିଁକି ନା ଏହି ଦିଗକୁ ମୃ-ତ୍ୟୁ ର ଦେବତା ଜମଙ୍କ ଦିଗ ବୋଲି କୁହାଯାଏ ଏଥିପାଇଁ ଦକ୍ଷିଣ ଦିଗ ଆଡ଼କୁ ପାଦ ରଖି ଶୋଇବା ଦ୍ୱାରା ମାନସିକ ଚିନ୍ତା ବଢ଼ି ଥାଏ |

ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହୋଇଥାଏ ଏବଂ ସୂର୍ଯ୍ୟଦେବ ଆମ ହିନ୍ଦୁ ଧର୍ମରେ ସବୁଠାରୁ ଅଧିକ ପୂଜନୀୟ ଅଟନ୍ତି ଏଥିପାଇଁ ପୂର୍ବ ଦିଗ ଆଡ଼କୁ ପାଦ ରଖିକି ବିଲକୁଲ ଶୋଇବା ଉଚିତ ନୁହେଁ | ଘରର ଖୁସି ବଢ଼ାଇବା ପାଇଁ ଘରର ମହିଳା ମାନଙ୍କ ମୁଖ୍ୟ ଭୂମିକା ରହିଥାଏ ମହିଳା ମାନେ ଠିକ ସମୟରେ ଶୋଇବା ଏବଂ ଉଠିବାର ଧ୍ୟାନ ରଖିବା ଉଚିତ ସକାଳୁ ଶୀଘ୍ର ଉଠି ନିତ୍ୟ କର୍ମ ସାରି ପୂଜା ପଥରେ ଧ୍ୟାନ ଦେବା ଦରକାର

Leave a Reply

Your email address will not be published. Required fields are marked *