ଆଜିର ରାଶିଫଳ 6 ଜୁନ ଗୁରୁବାର 2024, କେମିତି କଟିବ ଆଜିର ଦିନ

ମେଷ: ମଙ୍ଗଳଗ୍ରହ ମଙ୍ଗଳର ପ୍ରତୀକଭାବରେ ଉତ୍ତମ ଶାରିରୀକ ସ୍ବାସ୍ଥ୍ୟ, ସାମାଜିକ ସମ୍ମାନ ସହ ଆର୍ଥିକ ଉନ୍ନତି ଘଟିବ। ସଫଳତା ପ୍ରାପ୍ତି, ଅର୍ଥ ଲାଭ, ବନ୍ଧୁତାସ୍ଥାପନ, ଶତ୍ରୁ ଉପରେ ବିଜୟ, ବନ୍ଧୁଙ୍କଠାରୁ ଧନପ୍ରାପ୍ତି ଇତ୍ୟାଦିର ସମ୍ଭାବନା | ଏହି ଦିନ ଶିକ୍ଷା, ପରୀକ୍ଷା ଓ 1 ଭ୍ରମଣ ପାଇଁ ଶୁଭ ଅଟେ |

ବୃଷ: ସକାଳୁ ବିଭିନ୍ନ କାମର ଚିନ୍ତା ଯୋଗୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ମୃଗଶିରା ନକ୍ଷତ୍ର ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। ଅର୍ଥହାନୀ, ବିଘ୍ନ, କଳହ, ସମ୍ମାନ ନଷ୍ଟ, ଅନାବଶ୍ୟକ ବ୍ୟୟ, ଡିପ୍ରେଶନ୍ ଇତ୍ୟାଦିର ସମ୍ଭାବନା

ମିଥୁନ: ଆଜି ବନ୍ଧୁଙ୍କ ମେଳରେ ଅଧିକାଂଶ ସମୟ କଟାଇବାର ସୁଯୋଗ ପାଇବେ। ପାରିବାରିକ ଜୀବନରେ ଆଦର, ସ୍ନେହ ପାଇ ନିଜକୁ ଭାଗ୍ୟବାନ ମନେକରିପାରନ୍ତି। ଉତ୍ତମ ସ୍ବାସ୍ଥ୍ୟ, ଅର୍ଥ ଓ ସମ୍ପତି ଲାଭ, ଭାଗ୍ୟଦୟ, ସୁଖାଦ୍ୟ ପ୍ରାପ୍ତି, ବୈବାହିକ ଜୀବନରେ ଶାନ୍ତି, ବନ୍ଧୁମିଳନ, ମାନସିକ ଶାନ୍ତି, ସମ୍ମାନ ଲାଭ, ଶତ୍ରୁ ଉପରେ ବିଜୟ, ନୂତନ କାର୍ଯ୍ୟାରମ୍ଭ ଇତ୍ୟାଦିର ସମ୍ଭାବନା |

କର୍କଟ: ନୂତନ ସ୍ଥାନ ପରିଦର୍ଶନର ସୌଭାଗ୍ୟ ଅର୍ଜନ ସହ ବନ୍ଧୁଙ୍କ ଆଦରଣୀୟ ହେବେ। ମୂଲ୍ୟବାନ୍‌ ଜିନିଷ କ୍ରୟ ସକାଶେ ମୋଟା ଅର୍ଥ ଆବଶ୍ୟକ ହୋଇପାରେ। ନିର୍ଭଶୀଳତା, ଆଳସ୍ୟ, ଇର୍ଷା, ହାନୀ, ବ୍ୟୟ, ଦୁର୍ଘଟଣା, ବନ୍ଧୁ ବାନ୍ଧବ ଙ୍କ ସହିତ ମନୋମାଳିନ୍ୟ, ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଇତ୍ୟାଦିର ସମ୍ଭାବନା |

ସିଂହ: ରବି ଏକାଧିକ ଗ୍ରହ ସହିତ କର୍ମଭାବରେ ଥିବାରୁ କର୍ମଜଞ୍ଜାଳ ବୃଦ୍ଧି ପାଇବ। ହିତୈଷୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। ପ୍ରଭାବଶାଳୀ ବନ୍ଧୁମାନଙ୍କ ସହ ସମ୍ବନ୍ଧ,ସର୍ବସୁଖ ପ୍ରାପ୍ତି, ଅର୍ଥଲାଭ, ସମ୍ପତ୍ତିଲାଭ, ସ୍ବାସ୍ଥ୍ୟରେ ଉନ୍ନତି, ବିବାହ ଯୋଗ ଓ ସୁଖାଦ୍ୟ ପ୍ରାପ୍ତି ଇତ୍ୟାଦିର ସମ୍ଭାବନା |

କନ୍ୟା: ଆକସ୍ମିକଭାବରେ ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଲକ୍ଷ୍ୟପ୍ରାପ୍ତି, ସମ୍ମାନ ବୃଦ୍ଧି, ସଫଳତା, ସୁଖ, ପାରିବାରିକ ଶାନ୍ତି, କାର୍ଯ୍ୟକ୍ଷେତ୍ରରେ ସଫଳତା, ଉପହାର ପ୍ରାପ୍ତି, ଘରୋଇ ସୁଖସୁବିଧା ପ୍ରାପ୍ତି, ସମ୍ପତ୍ତି ବିକ୍ରୟରୁ ଲାଭ, ଲୋକସମ୍ପର୍କ, ସାମଜିକ ସମ୍ମାନ ପ୍ରାପ୍ତି ଇତ୍ୟାଦିର ସମ୍ଭାବନା |

ତୁଳା: ଦୁଃସ୍ଥାନସ୍ଥ ଗ୍ରହ ପ୍ରଭାବରୁ ଆବଶ୍ୟକତା ପୂରଣ ସକାଶେ ବହୁତ ଝଡ଼ଝଞ୍ଜା ମଧ୍ୟରେ ଅର୍ଥଲାଭ କରିବେ। ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ଦୌର୍ବଲ୍ୟ, ଅପ୍ରତ୍ୟାଶିତ ବ୍ୟୟ, ଅର୍ଥହାନୀ ଜନିତ ଭୟ, ମାନସିକ ଅଶାନ୍ତି, ଶୟନରେ ଅସୁବିଧା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆଳସ୍ୟ, ସମ୍ମାନହାନୀ ଇତ୍ୟାଦିର ସମ୍ଭାବନା |

ବିଛା: ରାହୁ ଏବଂ ଶନିଙ୍କ ପ୍ରଭାବରୁ ସମସ୍ୟା ଓ ଅଶାନ୍ତି ରହିଥିଲେ ମଧ୍ୟ ପାରିବାରିକ ଜୀବନ ଉତ୍କଟ ହେବନାହିଁ। ଆଜିର କାମ ସକାଶେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶତ୍ରୁବୃଦ୍ଧି, ଅର୍ଥହାନୀ, ଭୟ, ସ୍ବାସ୍ଥ୍ୟରେ ଅବନ୍ନତି, କଳହ, ଚିନ୍ତା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆର୍ଥିକ ସମସ୍ୟା ଇତ୍ୟାଦିର ସମ୍ଭାବନା |

ଧନୁ: ଚତୁର୍ଥସ୍ଥ ରାହୁଙ୍କ ହେତୁ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି ଗ୍ରହଣ ନ କରିପାରନ୍ତି। ଅର୍ଥଲାଭ, ସୁଖାଦ୍ୟ ଓ ସୁବ ପ୍ରାପ୍ତି, ଯାନବାହାନ ପ୍ରାପ୍ତି, ଆନନ୍ଦଦାୟକ ଭ୍ରମଣ, ବିଘ୍ନନାଶ ଓ ସର୍ବକ୍ଷେତ୍ରରେ ସଫଳତା ଇତ୍ୟାଦିର ସମ୍ଭାବନା |

ମକର: ଆର୍ଥିକ ସ୍ଥିତିରେ ଅବନତି ହେତୁ ସାମୟିକ ଆଶ୍ୱସ୍ତି ମଧ୍ୟ ଅନୁଭବ କରିପାରିବେ ନାହିଁ। ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରତ୍ୟେକ କ୍ଷେତ୍ରରେ ମଙ୍ଗଳ ପ୍ରଭାବରୁ ଉତ୍ତେଜିତ ରହିପାରନ୍ତି। ଅର୍ଥଲାଭ, ଶତ୍ରୁ ଉପରେ ବିଜୟ, ଉତ୍ତମ ସ୍ବାସ୍ଥ୍ୟ, ପାରିବାରିକ ଶାନ୍ତି, ସୁସଙ୍ଗ ପ୍ରାପ୍ତି, ମାନସିକ ଶାନ୍ତି ଇତ୍ୟାଦିର ସମ୍ଭାବନା |

କୁମ୍ଭ: ସ୍ବଗୃହୀ ଶନିଙ୍କ ସୁପ୍ରଭାବରୁ ବୁଝାମଣା ଠିକ୍‌ ରହିବା ହେତୁ କାମଗୁଡ଼ିକ ଶୃଙ୍ଖଳିତଭିତ୍ତିରେ ସମ୍ପନ୍ନ ହେବ। କିନ୍ତୁ ପରିବାରରେ ମତଭେଦଜନିତ କୌଣସି ସ୍ଥିର ସିଦ୍ଧାନ୍ତ ନେଇପାରିବେ ନାହିଁ। ସ୍ବାସ୍ଥ୍ୟ ହାନୀ, ଦୁଃଖ, ସର୍ବକ୍ଷେତ୍ରରେ ବିଘ୍ନ, ପାଚନଜନିତ ରୋଗ, ଅନାବଶ୍ୟକ ଭ୍ରମଣ, ଅର୍ଥହାନୀ, ସମ୍ମାନହାନୀ, ଦାରିଦ୍ର୍ୟ, ପ୍ରେମରେ ଅସଫଳତା ଇତ୍ୟାଦିର ସମ୍ଭାବନା |

ମୀନ: ଭୟ, ଚିନ୍ତା, ଅର୍ଥହାନୀ, ପାରିବାରିକ ଅଶାନ୍ତି, ରୋଗ, ସନ୍ଦେହ ଇତ୍ୟାଦିର ସମ୍ଭାବନା | କଳହ ଓ | ମତଭେଦ ରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ | ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କଅଁଳିଆ କଥା ଓ ବନ୍ଧୁବର୍ଗଙ୍କ ସହାୟତା ଦିନଟିକୁ ରୁଚିପୂର୍ଣ୍ଣ କରିବ। ବୁଧ ଅନ୍ୟଗ୍ରହ ସଂଯୋଗରେ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଶିଳ୍ପ, ବାଣିଜ୍ୟ, ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବ।

Leave a Reply

Your email address will not be published. Required fields are marked *