ହୁମା ବକ୍ର ମନ୍ଦିରର ପ୍ରକୃତ ରହସ୍ୟ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ,ଜାଣିଲେ ଆପଣ ହାତ ଯୋଡ଼ିଦେବେ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ହୁମା ମନ୍ଦିର ଇତିହାସ ବିଷୟରେ କହିବାକୁ ଯାଉଛୁ । କଥା ଅନୁଯାୟୀ ପବଙ୍ଗା ଗାଁର ଜଣେ ହୋତା ପରିବାରର ଗୋଟେ ଗାଈ ଥିଲା ଆଉ ସେହି ଗାଈ ଚରେଇବାକୁ ଜଣେ ଗାଈ ଚରାଳି ମଧ୍ୟ ଥିଲେ । ସେ ସବୁଦିନ ମହାନଦୀ କୁଳକୁ ଗାଈ ଚରାଇବାକୁ ଆସୁଥିଲେ ଓ ସନ୍ଧ୍ୟାରେ ଫେରୁଥିଲେ । ସବୁଦିନ ଠିକ ଚାଲିଥିଲା କିନ୍ତୁ ଦିନେ ହୋତା ବାବୁ ଅନୁମାନ କରିଲେ ଗାଈର କ୍ଷୀର ଦେବାର ପରିମାଣ କମିବାରେ ଲାଗିଛି । ସେ ସଙ୍ଗେ ସଙ୍ଗେ ଗାଈ ଚରୁଆଳିକୁ ପ୍ରଶ୍ନ କରିଲେ ଗାଇର ଏମିତି ଗୋରୋଷୋର ପରିମାଣ କାହିଁକି ଆପେ ଆପେ କମିବାରେ ଲାଗିଛି ?

ଏମିତି କହି ହୋତା ବାବୁ ନିଜେ ଗାଇର ଲାଞ୍ଜ ଧରି ଗାଇ ଚରାଇବାକୁ ଗଲେ । ସେହି ସମୟରେ ଅନୁଧ୍ୟାନ କରିଲେ ସେ ଗାଈଟି ମହାନଦୀ ଆରପାରିକୁ ଯାଇ ପ୍ରସ୍ତର ଉପରେ ଔରସ ଆପେ ଆପେ ଝରୁଥାଏ । ହୋତା ବାବୁ ଦେଖି ଆଶ୍ଚର୍ଯ୍ୟ ହେଲେ ଆଉ ଭାବିଲେ ଏଠାରେ ମହାଦେବ ଆବିର୍ଭାବ ହୋଇଛନ୍ତି । ସେ ପ୍ରସ୍ତରଟି ଦେଖିବାକୁ ଲିଙ୍ଗ ଭଳି । ସେହିଦିନ ଠାରୁ ହୋତା ବାବୁ ଗାଈକୁ ସେଠାକୁ ଛାଡିବା ସହ ନିଜେ ପୂଜା କରିଲେ । ତାଙ୍କ ପୂଜାର ଖବର ସମ୍ବଲପୁରର ରାଜା ବଳରାମଦେବ ପାଇବା ପରେ ପରିଭ୍ରମଣ କରିବାକୁ ଆସିଲେ ଆଉ ଘଟଣାକୁ ବୁଝିଲେ ।

ଅନେକ ଦିନ ପରେ ରାଜାଙ୍କୁ ସ୍ଵପ୍ନ ହେଲା ମହାଦେବ କହିଲେ ମୋତେ ଏହି ସ୍ଥାନରେ ତୁ ପୁଜାଜ କର ଏବଂ ମୋର ଭବ୍ୟ ମନ୍ଦିର ନିର୍ମାଣ କର । ଯାହାକୁ ଶୁଣିବା ପରେ ରାଜା ମନ୍ଦିର ନିର୍ମାଣ କାମ ଆରମ୍ଭ କରିଲେ । ସାଧାରଣତ ଗୋଟେ ଗାଈ ବା ବଳଦ ହୁମା ହୁମା କରି ଶବ୍ଦ ଉଚ୍ଚାରଣ କରିଥାଏ । ସେହି ହୁମା ଶବ୍ଦରୁ ରାଜା ମନ୍ଦିର ର ନାଁ ଦେଲେ ହୁମା ମନ୍ଦିର । ଆଉ ସେହିଦିନ ଠାରୁ ମହାଦେବ ସେହି ମନ୍ଦିରରେ ପୂଜା ପାଉଛନ୍ତି । ଏହି ମନ୍ଦିରର ଅନେକ ଘଟଣା ଦୁର୍ଘଟଣା ଘଟିଛି ।

ସ୍ଥାନୀୟ ଲୋକଙ୍କ ମତରେ ଥରେ ମହିଳା ତାଙ୍କ ସ୍ବାମୀଙ୍କ ସହ ମହାନଦୀ ନିକଟରେ ମାଛ ଧରିବାକୁ ଜାଲ ପକାଇଥିଲେ । ଯେବେ ସେମାନେ ଅନ୍ୟ ସ୍ଥାନରୁ ମାଛ ନ ପାଇ ମନ୍ଦିର ନିକଟରେ ଥିବା ହୁରା ମାଛକୁ ଧରିବାକୁ ଚେଷ୍ଟା କରିଲେ ଓ ଜାଲ ବିଛାଇ ମାଛକୁ ଧରି ପନିକିରେ କାଟିବାକୁ ଚେଷ୍ଟା କରିଲେ ସେତେବେଳେ ମହିଳା ଜଣକ ସ୍ଵଶରୀର ପ୍ରସ୍ତର ପାଲଟି ଯାଇଥିଲେ । ଏହା ହେଉଛି ମନ୍ଦିର ରୋଚକ ରହସ୍ୟ ।

କିଛି ଲୋକଙ୍କ ମତରେ ଯେବେ ହୁମା ମନ୍ଦିର ନିର୍ମାଣ ହୋଇଥିଲା ମହାନଦୀ ଓ ତାର କନ୍ୟାକୁ ଆଖି ଆଗରେ ରଖୀ ମନ୍ଦିରକୁ ନିର୍ମାଣ ଦିନ ଠାରୁ ବକ୍ର କରା ଯାଇଥିଲା । ଆଉ କିଛି ଲୋକଙ୍କ ମତରେ ମହାନଦିରେ ବନ୍ୟା ଆସିବାରୁ ମନ୍ଦିର ଟି ଆପେ ଆପେ ବକ୍ର ହୋଇ ଯାଇଥିଲା । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *