ଏବେ ଏବେ ମାଟ୍ରିକ ରେଜଲ୍ଟକୁ ନେଇ ଆସିଲା ବଡ଼ ଖବର ,ଏହି ଦିନ ଘୋଷଣା ହେବାକୁ ଯାଉଛି ଫଳାଫଳ ,ଛାତ୍ର ଛାତ୍ରୀ ମାନେ ଜାଣିରଖନ୍ତୁ

ନମସ୍କାର ଦର୍ଶକ ବନ୍ଧୁ ମାଟ୍ରିକ ରେଜଲ୍ଟ କୁ ନେଇ ଜାରି ହେଲା ବଡ଼ ସୂଚନା ଯାହା ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରୀ ତେବେ କେଉ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ କେଉଁ ୱେବସାଇଟ ଯୋଗେ ଆପଣ ସର୍ବ ପ୍ରଥମେ ଦେଖିପାରିବେ ଏନେଇ ଜାରି ହେଲା ବଡ଼ ସୂଚନା । ଏହି ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ତେବେ ମେ ମାସ ଶେଷ ଆଡ଼କୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପାଇବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଲକ୍ଷ ରଖିଛି

ତେବେ ନିର୍ବାଚନ ତାଲିମ କାର୍ଯ୍ୟ ବୋର୍ଡ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ଫଳ ପ୍ରକାଶ ବ୍ୟବସ୍ଥାରେ ଏଥର କିଛି ନୂଆ ପଦକ୍ଷେପ ନେଉଥିବାରୁ ଫଳ ପ୍ରକାଶ ଲାଗି ଆକଳନ କରି ପୂର୍ବ ଧାର୍ଯ୍ୟ ସମୟକୁ ଘୁଞ୍ଚାଇ ଦିଆଯାଇଛି । ତେବେ ପରୀକ୍ଷା ଫଳ ପ୍ରକାଶ ପରେ କୃତି ପରୀକ୍ଷାର୍ଥୀଙ୍କୁ ଡିଜିଟାଲ ସାର୍ଟି ଫିକେଟ ପ୍ରଦାନ କରିବା ଲାଗି ନିଷ୍ପତି ନିଆ ଯାଇଥିବା ବେଳେ ଏବେ ହ୍ୱାଟ ସପରେ ପରୀକ୍ଷାର୍ଥୀ ମାନେ ରେଜଲ୍ଟ ଜାଣିବା ଲାଗି ଆଉ ଏକ ନୂଆ ପଦକ୍ଷେପ ନିଆଯାଇଛି ।

ତେବେ ଫଳ ପ୍ରକାଶ ପାଇବା ମାତ୍ରେ ପରୀକ୍ଷାର୍ଥୀ ମାନେ ହାତ ପା ରେଜଲ୍ଟ ସିଟ ପାଇବା ଲାଗି ବୋର୍ଡ ପକ୍ଷର ହ୍ୱା ଟ୍ସାପ ରେ ସୁବିଧା ଉପଲବ୍ଧ କରିବାକୁ ସୂଚନା ଦିଆଯାଇଛି । ତେବେ ପରୀକ୍ଷାର୍ଥୀ ମାନେ ଫର୍ମ ପୂରଣ ସମୟରେ ଯେଉଁ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ କରିଥିଲେ ଉକ୍ତ ମୋବାଇଲ ନମ୍ବର ରେ ବୋର୍ଡ ତରଫରୁ ଲିଙ୍କ ଦିଆଯିବ ।

ଆସନ୍ତା ଦୁଇରୁ ତିନି ଦିନ ଭିତରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ଏହା ଦ୍ବାରା ଛାତ୍ର ଛାତ୍ରୀ ମାନେ ହ୍ୱାଟ ସପରେ ନିଜ ରେଜଲ୍ଟ ସିଟ ଶୀଘ୍ର ପାଇ ପାରିବେ । ଏହା ଛଡ଼ା ଆପଣ ଭାବୁଥିବେ କେଉଁ ୱେବସାଇଟ ଯୋଗେ ଆପଣ ସର୍ବ ପ୍ରଥମେ ରେଜଲ୍ଟ ପାଇପାରିବେ ତେବେ ଏହାର ଲିଙ୍କ ଆମେ ଆପଣଙ୍କୁ ଡେଇଦେବୁ ଆପଣ ଚାହିଁଲେ ଦେଖି ପାରିବେ ।

Leave a Reply

Your email address will not be published. Required fields are marked *