ମାଟ୍ରିକ ଫଳାଫଳକୁ ନେଇ ଆସିଲା ବଡ଼ ଖବର ,ସରକାର କଲେ ବଡ଼ ଘୋଷଣା Whatsapp ରେ ସବୁ ଛାତ୍ର ଛାତ୍ରୀ ମାନେ ଦେଖିପାରିବେ ନିଜ ରେଜଲ୍ଟ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଦଶମ ପରୀକ୍ଷା ଫଳକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ଯାହାକି ବହୁତ ଜଲ୍ଦି ବାହାରିବାକୁ ଯାଉଛି ଦଶମ ରେଜଲ୍ଟ ଆପଣ ଚାହିଁଲେ ହ୍ୱାଟ୍ସଅପରେ ନିଜ ରେଜଲ୍ଟ ଚେକ କରିପାରିବେ | କିଭଳି ଚେକ କରିବେ କଣ ଆସିଛି ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଅପଡେଟ ଦେବାକୁ ଯାଉଛୁ | ଦଶମ ପରୀକ୍ଷା ଫଳକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଚଳିତ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲୁ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ମେ ମାସ ଶେଷ ଆଡ଼କୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଲକ୍ଷ୍ୟ ରଖୁଛି। ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ଚଳିତ ବର୍ଷ ଦଶମ ଫଳ ପ୍ରକାଶନ ବ୍ୟବସ୍ଥାରେ ଏଥର କିଛି ନୂଆ ପଦକ୍ଷେପ ନେଇଥିବାରୁ ଫଳ ପ୍ରକାଶ ଲାଗି ଆକଳନ ହୋଇଥିବା ପୂର୍ବ ଧାର୍ଯ୍ୟ ସମୟକୁ ଘୁଞ୍ଚାଇ ଦିଆଯାଇଛି | ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କୃତି ପରୀକ୍ଷାର୍ଥୀ ମାନେ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯିବ ଲାଗି ନିଷ୍ପତି ନିଆଯାଇଛି |

ହ୍ୱାଟ୍ସଅପରେ ଜରିଆରେ ପରୀକ୍ଷାର୍ଥୀ ମାନେ ରେଜଲ୍ଟ ଜାଣିବା ଲାଗି ଆଉ ଏକ ନୂଆ ପଦକ୍ଷେପ ନେବାକୁ ବୋର୍ଡ ପ୍ରସ୍ତୁତ ଜଣାଇଛି | ଫଳ ପ୍ରକାଶ ପାଇବା ମାତ୍ରେ ପରୀକ୍ଷାର୍ଥୀ ମାନେ ହାତ ପାହାନ୍ତାରେ ରେଜଲ୍ଟ ସିଟ ପାଇବା ଲାଗି ବୋର୍ଡ ପକ୍ଷରୁ ହ୍ୱାଟ୍ସଅପରେ ସୁବିଧା ଉପଲବ୍ଧ କରାଇବାକୁ ଯୋଜନା କରାଯାଇଛି |

ତେବେ ପରୀକ୍ଷାର୍ଥୀ ମାନେ ଫର୍ମ ପୂରଣ ସମୟରେ ଯେଉଁ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ କରିଥିଲେ ଉକ୍ତ ନମ୍ବରରେ ଲିଙ୍କ ଦିଆଯିବ ଆସନ୍ତା ଦୁଇରୁ ତିନି ଦିନ ଭିତରେ ଏସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି |ଦଶମ ପିଲା ମାନେ ଫର୍ମ ପୁରଣ ସମୟରେ ଯେଉଁ ମୋବାଇଲ ନମ୍ବର ଦେଇ ରେଜିଷ୍ଟ୍ରେସନ କରିଥିବେ

ଯେତେବେଳେ ରେଜଲ୍ଟ ବାହାରିବ ସେହି ମୋବାଇଲ ନମ୍ବରରେ ତାଙ୍କ ପାଖକୁ ସିଧା ଆସି ଲିଙ୍କ ପହଁଚି ଯାଇପାରିବ ସେମାନେ କ୍ଲିକ କରି ରେଜଲ୍ଟ ଦେଖିପାରିବେ ବୋଲି ଏହି ଭଳି ସୂଚନା ସାମ୍ନାକୁ ଆସିଛି

Leave a Reply

Your email address will not be published. Required fields are marked *