ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ଖୁସି ଖବର ,ସବୁ Student ମାନଙ୍କୁ ଦିଆଯିବ ଏହି ନୂଆ ଉପାୟରେ ଶିକ୍ଷା ଅଭିଭାବକ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ରାଜ୍ୟ ସାରା ସ୍କୁଲ ପିଲାମାନଙ୍କ ପାଇଁ ଆଣିଲେ ଆଉ ଏକ ନୂଆ ସୁବିଧା ତେବେ ସ୍କୁଲ ପିଲା ଏହି ଯୋଜନା ସାହାଯ୍ୟରେ ଅତି ସହଜରେ ମଧ୍ୟ ପାଠ ପଢ଼ିପାରିବେ କଣ ଆସିଛି ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଆପଣ ଯଦି ସ୍କୁଲ ପିଲା ହୋଇଥିବେ ନଚେତ ଆପଣ ଜଣେ ଅଭିଭାବକ ହୋଇଥିବେ ତେବେ ଆଜିର ବିଷୟଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ | ରାଜ୍ୟର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବା ପାଇଁ ରାଜ୍ୟ ସରକାର ନିୟମିତ ଭାବରେ ପ୍ରୟାସ ଜାରି ରଖିଛନ୍ତି |

ଶିକ୍ଷକ ଏବଂ ଛାତ୍ର ଛାତ୍ରୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ନୂଆ ଯୋଜନା ପ୍ରୟାସ କରିବା ସହିତ ନୂଆ ବ୍ୟବସ୍ଥା ମଧ୍ୟ ଲାଗୁ କରିଛନ୍ତି ଛାତ୍ର ଛାତ୍ରୀଙ୍କ ଗଣିତ ପାଠ ପଢ଼ାକୁ ସହଜ ସାଧ୍ୟ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି | ଏଥିପାଇଁ ଏକ ଆପ ପ୍ରସ୍ତୁତ କରିଥିବା ବେଳେ ଉକ୍ତ ଆପରେ ଥିବା ଗେମ ମାଧ୍ୟମରେ ପିଲାମାନେ ସହଜରେ ଗଣିତ ପାଠ ବୁଝି ପାରିବେ ସାଧାରଣ ଭାବରେ ଅନେକ ଛାତ୍ର ଛାତ୍ରୀଙ୍କ ଗଣିତ ପାଠ ବୁଝାଇବା ଏତେ ସହଜ ନୁହେଁ

ତେଣୁ ସବୁ ପିଲାଙ୍କୁ ଗଣିତ ବିଷୟରେ ଦକ୍ଷ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି |ଅକ୍ଷର ଫାଉଣ୍ଡେସନ ତରଫରୁ ଏକ ଫ୍ରି ଗେମିଙ୍ଗ ଫ୍ଲାଇଟ ଗଣିତ ବିଷୟ ଆପ ବିଲଡିଙ୍ଗ କ୍ଲବ ବିବି ବିକଶିତ କରାଯାଉଛି | ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ପାଠ୍ୟ ପୁସ୍ତକର କ୍ୟୁଆର କୋଡ ସହିତ ଏକ ଆପକୁ ସଂଯୋଗ କରାଯାଇଛି ଓ ଦୀକ୍ଷା ଆପରେ ମଧ୍ୟ ଦକ୍ଷ କରାଯାଇଛି |

ଦୀକ୍ଷା ପୋର୍ଟାଲରେ ଅପ୍ଲୋଡ କରିଥିବା ଏହା ଆପକୁ ବ୍ୟବହାର କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତରଫରୁ ନିର୍ଦେଶ ଦିଆଯାଇଛି | ଛାତ୍ର ଛାତ୍ରୀ ମାନେ ମୋବାଇଲ ଆପରେ ଥିବା ଗେମ ମାଧ୍ୟମରେ କିପରି ସହଜରେ ଗଣିତ ବୁଝି ପାରିବେ ସେଥିପାଇଁ ବିଲଡିଙ୍ଗ ବ୍ଳକ ଆପକୁ ପ୍ରସ୍ତୁତ କରାଯାଇଛି |

ସମସ୍ତ ଗେମ ସହିତ ଗଣିତ ପାଠ୍ୟ ପୁସ୍ତକ ଓ କ୍ୟୁଆର କୋଡକୁ ସଂଯୋଗ କରିଥିବା ବେଳେ ଏହା ଆଣ୍ଡ୍ରଏଡ ସ୍ମାର୍ଟ ଫୋନରେ କାମ କରୁଛି | ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ପାଠ୍ୟ ପୁସ୍ତକରେ ଦିଆ ଯାଇଥିବା କ୍ୟୁଆର କୋଡ ଜରିଆରେ ଏହି ଆପ ବ୍ୟବହାର କରିବାକୁ କୁହାଯାଇଛି | ଗୁଗଲ ପ୍ଲେ ଷ୍ଟୋରରେ ମଧ୍ୟ ଏହି ଆପ ଆପଣ ଡାଉନଲୋଡ କରିପାରିବେ |

Leave a Reply

Your email address will not be published. Required fields are marked *