Vastu sastra :ଏହି 5ଟି ଲକ୍ଷଣ ଥିବା ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଖୁବ କମ ସମୟ ମଧ୍ୟରେ କରି ଦିଅନ୍ତି କୋଟିପତି ,ଜୀବନରେ କେବେବି ଆସେ ନାହିଁ ଦୁଃଖ

ନମସ୍କାର ବନ୍ଧୁଗଣ ଆଜିର ଏହି ବିଷୟରେ ଆମେ ଜାଣିବା ଏହି ପାଞ୍ଚୋଟି ଲକ୍ଷଣ ଥିବା ନାରୀ ମାନେ ତାଙ୍କ ସ୍ୱାମୀଙ୍କୁ କରିଦିଅନ୍ତି ମାଲାମାଲ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ହସ୍ତରେଖା ବା ଦେହରେ ଥିବା ବିଭିନ୍ନ ଜିନିଷ ଏବଂ ଶରୀର ଗଠନରୁ ଜଣେ ଯୁବତୀଙ୍କ ସ୍ଵଭାଵ ,ଚରିତ୍ର ,ଭାଗ୍ୟ ଏବଂ ଭବିଷ୍ୟତ ଆକଳନ କରିଥାଏ | ସାମୁଦ୍ରିକ ଶାସ୍ତ୍ର ଏକ ପ୍ରାଚୀନ ଶାସ୍ତ୍ର ଏହି ଶାସ୍ତ୍ରରେ ବ୍ୟକ୍ତିର ଶାରୀରିକ ଗଠନରୁ ତାର ଭବିଷ୍ୟତ ନିର୍ଦ୍ଧାରଣ କରିପାରେ | ଏହି ଶାସ୍ତ୍ର ଅନୁସାରେ କନ୍ୟାର ଲକ୍ଷଣ ଆମେ କହିଥିବା ସବୁ କଥା ସହ ସମାନ ହୋଇଥାଏ ତାହେଲେ ସେ ନିଜେ ଭାଗ୍ୟଶାଳୀ ହେବା ସହିତ ନିଜ ସ୍ୱାମୀଙ୍କୁ ମଧ୍ୟ ମାଲାମାଲ କରି ଦେଇଥାଏ | ତେବେ ଆସନ୍ତୁ ଜାଣିବା କଣ ସେହି ଚିହ୍ନ ଏବଂ ଲକ୍ଷଣ ବିଷୟରେ ଯାହା ଗୋଟିଏ ନାରୀ ପାଖରେ ରହିଲେ ତାଙ୍କ ସ୍ୱାମୀ ହୋଇଯାଆନ୍ତି ମାଲାମାଲ |

ପ୍ରଥମରେ ହେଲା ସାମୁଦ୍ରିକ ଶାସ୍ତ୍ରରେ ସିଧା ଏବଂ ଉନ୍ନତ ନାସା ବା ନାକକୁ ଶୁଭଙ୍କର ବୋଲି କୁହାଯାଇଛି ଏହା ସହିତ ଲାଲ ରଙ୍ଗର ଓଠ ହୋଇଥିଲେ ମଧ୍ୟ ଅଧିକ ଶୁଭ ବୋଲି ବିବେଚନା କରାଯାଇଛି | ଏହି ଦୁଇଟି ସଙ୍କେତ ଥବା କନ୍ୟା ଭାଗ୍ୟଶାଳୀ ହେବା ସହତ ନିଜ ସ୍ୱାମୀଙ୍କୁ ଭାଗ୍ୟଶାଳୀ କରିଥାଆନ୍ତି

ଦ୍ୱିତୀୟରେ ହେଲା ଯେଉଁ କନ୍ୟାଙ୍କର ବେକ ଛୋଟ ହୋଇଥାଏ ଏବଂ ଜିଭ ଅପେକ୍ଷାକୃତ ଲମ୍ବା ହୋଇଥାଏ ସେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଆନ୍ତି ଏଭଳି କନ୍ୟା ନିଜ ସ୍ୱାମୀଙ୍କ ଅଧିକ ଯତ୍ନ ନେଇଥାଆନ୍ତି |ଏଥି ସହିତ ଅଜାଣତରେ ଧନ ବୃଦ୍ଧି ଘଟିଥାଏ

ତୃତୀୟରେ ରହିଛି ଯେଉଁ କନ୍ୟାର ମଥା ଆଗ ପଟକୁ ଉଚ୍ଚ ରହିଥାଏ ତାହେଲେ ମଧ୍ୟ ସେ ସୌଭାଗ୍ୟବତି ହୋଇଥାଏ ସର୍ବଦା ସେ ନିଜ ସ୍ୱାମୀଙ୍କ ପ୍ରତି ଅନୁରପ୍ତ ଏବଂ ବିଶ୍ୱସ୍ତ ହୋଇଥାଆନ୍ତି ସ୍ୱାମୀଙ୍କ ଅର୍ଥ ଉପାର୍ଜନରେ ସହଯୋଗ କରନ୍ତି |

ଚତୁର୍ଥରେ ରହିଛି ଯେଉଁ କନ୍ୟାଙ୍କର ତଳି ପାଦ ସମତଳ ଏବଂ ଚିକ୍କଣ ହୋଇଥାଏ ସେ ଲକ୍ଷ୍ମୀବତ ହୋଇଥାଆନ୍ତି ଦେବୀ ଲକ୍ଷ୍ମୀ ଏମାନଙ୍କ ଉପରେ ସର୍ବଦା କୃପା କରିଥାଆନ୍ତି |

ପଞ୍ଚମରେ ରହିଛି ଗଭୀର ନାଭି ସମ୍ପର୍କ କନ୍ୟା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଆନ୍ତି ବିଶେଷ କରି ଧନ ସମ୍ପତ୍ତି କ୍ଷେତ୍ରରେ ଏମାନେ ଭାଗ୍ୟଶାଳୀ ହୋଇଥାଆନ୍ତି |

Leave a Reply

Your email address will not be published. Required fields are marked *