ପାଉଁଜି ଏବଂ ଝୁଣ୍ଟିଆ ସ୍ୱାମୀ ଜୀବନରେ ଆଣେ ଦୁଃଖ ଏବଂ କଷ୍ଟ ,ଋଣ ଆଉ ବୋଝରେ ବୁଡ଼ି ଯାଆନ୍ତି ସ୍ୱାମୀ ,ମହିଳା ମାନେ ଜାଣନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଗୋଡ଼ ମୁଦି ଓ ପାଉଁଜି କେଉଁ ପ୍ରକାର ବ୍ୟବହାର କରିବା ଆବଶ୍ୟକ। ଜ୍ୟୋତିଷ ଶାସ୍ତ୍ରରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବାର ଅନେକ ନିୟମ ବିଷୟରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ସେହି ସବି ନିୟମ ବିଷୟରେ

ଭାରତୀୟ ମହିଳା ମାନଙ୍କର ବେଶ ଭିନ୍ନ ପ୍ରକାରର ହୋଇଥାଏ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳା ମାନେ ବିବାହ ପରେ ଷୋହଳ ଶୃଙ୍ଗାର ପିନ୍ଧି ଥାଆନ୍ତି। ସେଥିମଧ୍ୟରୁ ପାଉଁଜି ଓ ଝୁଣ୍ଟିଆ ଅନ୍ୟତମ। ମହିଳା ମାନେ ଏହି ଦୁଇଟି ଜିନିଷକୁ ଭୁଲ ଭାବରେ ବ୍ୟବହାର କଲେ, ତାଙ୍କ ଜୀବନ ଉପରେ ସଙ୍କଟ ମାଡି ଆସିଥାଏ। ତେବେ ଆସନ୍ତୁ ଜାଣିବା ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିଲେ କିପରି ଲାଭ ବା କ୍ଷତି ମିଳିଥାଏ, ଆସନ୍ତୁ ଜାଣିବା।

ବିବାହ ପରେ ମହିଳା ମାନେ ନିଜର ପାଉଁଜି ଓ ଝୁଣ୍ଟିଆ ବା କୌଣସି ଶୃଙ୍ଗାର ଅନ୍ୟମାନଙ୍କୁ ପିନ୍ଧିବାକୁ ଦିଅନ୍ତୁ ନାହିଁ। କାରଣ ଏଭଳି କରିବା ଦ୍ୱାରା ଆପଣଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟ ଓ ଆୟୁଷ ଉପରେ ପ୍ରଭାବ ପଡିଥାଏ। ଏହାସହିତ ଘରେ କଳି ଝଗଡା ଓ ବାଦବିବାଦ ଲାଗି ରହିଥାଏ। ଏଭଳି ମାନ୍ୟତା ରହିଛି କି, ଯେଉଁ ମହିଳାଙ୍କ ପାଉଁଜିରୁ ଘୁଙ୍ଗୁର ଶବ୍ଦ ଶୁଣା ଯାଇ ନଥାଏ, ତାହେଲେ ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ।

ତେଣୁ ସର୍ବଦା ପାଉଁଜି ଓ ଝୁଣ୍ଟିଆ ଭାଙ୍ଗି ଗଲେ ତାକୁ ତୁରନ୍ତ କାଢି ନୂଆ ପିନ୍ଧନ୍ତୁ। ଯଦି ଆପଣଙ୍କୁ କେବେବି ରାସ୍ତାରେ ଝୁଣ୍ଟିଆ ଓ ପାଉଁଜି ଦେଖୁଛନ୍ତି ତାହେଲେ ଏହାକୁ କେବେବି ଘରକୁ ଆଣନ୍ତୁ ନାହିଁ। ନଚେତ ଏହା ଆପଣଙ୍କ ଘରକୁ ବର୍ବାଦ କରି ଦେଇପାରେ। ଏହାସହିତ ନକାରାତ୍ମକ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରିପାରେ।

ଏବେ ଆସନ୍ତୁ ଜାଣିବା ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ଵାରା କେଉଁ ପ୍ରକାରର ଲାଭ ମିଳିଥାଏ। ପ୍ରତ୍ୟେକ ବିବାହିତ ମହିଳା ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ଅଧିକ ସୁନ୍ଦର ଓ ଆକର୍ଷକ ଦେଖା ଯାଇଥାନ୍ତି। ଏହାସହିତ ତାଙ୍କ ସ୍ଵାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ପାଉଁଜିର ଧ୍ଵନି ଘରର ନକାରାତ୍ମକ ଶକ୍ତିକୁ ଦୂର କରି ଦେଇଥାଏ।

Leave a Reply

Your email address will not be published. Required fields are marked *