ଏବେ ଏବେ ମାଟ୍ରିକ ରେଜଲ୍ଟକୁ ନେଇ ଆସିଲା ବଡ଼ ଖବର ,ଏହି ଦିନ ଆସିବ Student ମାନଙ୍କ ଫଳାଫଳ ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ

ଏଇ ଏବେ ଆସିଲା ମାଟ୍ରିକ ପରୀକ୍ଷା ଫଳକୁ ନେଇକି ବଡ଼ ଖବର, ବର୍ତମାନ ଯାହାବି କିଛି ସୂଚନା ମିଳିଛି ଆସନ୍ତୁ ଜାଣିବା | ଏପ୍ରିଲ୍ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମାଧ୍ଯମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆକଳନ କରାଯାଇଥିଲା । କିନ୍ତୁ ପୂର୍ବ ନିର୍ଦ୍ଧାରିତ ସମୟସୀମା ମଧ୍ଯରେ ଏବେ ଫଳ ପ୍ରକାଶ ପାଇବାର ସମ୍ଭାବନା କ୍ଷୀଣ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି। ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇ ଟାବୁଲେସନ୍ ପ୍ରକ୍ରିୟା ଶେଷ ହୋଇଥିଲେ ହେଁ ଡିଜିଟାଲ୍ ସାର୍ଟିଫିକେଟ୍‌ ପ୍ରସ୍ତୁତିକ କାର୍ଯ୍ୟ ଏବେ ଚାଲିଛି ।

ଏହି କାର୍ଯ୍ୟ ଶେଷ ହେବା ପାଇଁ ପ୍ରାୟ ଆଉ ଏକ ସପ୍ତାହ ସମୟ ଲାଗିଯିବ। ଏହି ଡିଜିଟାଲ ସାର୍ଟିଫିକେଟରେ ଯେମିତି କିଛି ତ୍ରୁଟି ନ ରହିବ ସେଥିପାଇଁ ବୋର୍ଡ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥୁଲା | ବୈଠକରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ, ସମ୍ପାଦକ ମଞ୍ଜୁଲତା ମଲ୍ଲିକଙ୍କ ସମେତ ଅନ୍ୟ ଅଧିକାରୀମାନେ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ। ମାଟ୍ରିକ୍ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷାର ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଚାଲିଥିବା ସୂଚନା ମିଳିଛି।

ମୂଲ୍ୟାୟନ ସମୟରେ ପ୍ରଥମେ ଶିକ୍ଷକ ଏବଂ ପରେ ବୋର୍ଡ କର୍ମଚାରୀମାନଙ୍କ ନିର୍ବାଚନୀ ତାଲିମ କାର୍ଯ୍ୟ ଚାଲିଥିଲା। ଅସହ୍ୟ ତାତି ଯୋଗୁଁ ଟାବୁଲେସନ୍ କାର୍ଯ୍ୟ ପାଇଁ ଆଉ କିଛି ଦିନ ଅଧିକ ସମୟ ଲାଗିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ବୋର୍ଡର ୩/୪ ଜଣ ଅଫିସରଙ୍କୁ ଛାଡ଼ିଦେଲେ ବାକି ପ୍ରାୟ ସମସ୍ତ କର୍ମଚାରୀ ଯଥା ଶହେ ଜଣଙ୍କର ଏଥର ନିର୍ବାଚନ ଡ୍ୟୁଟି ପଡ଼ିଛି। ମତଦାନ ପରିଚାଳନାରେ ନିୟୋଜିତ କର୍ମଚାରୀମାନେ ନିକଟରେ ତାଲିମ୍ କାର୍ଯ୍ୟରେ ରହିଯିବାରୁ ଟାବୁଲେସନ୍ ପ୍ରକ୍ରିୟାରେ କିଛି ଦିନ ବିଳମ୍ବ ହୋଇଥିଲା।

କର୍ମଚାରୀ ଅଭାବ ଯୋଗୁଁ ଠିକାରେ ନିଯୁକ୍ତ କିଛି ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ବାରା ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ସୂଚନାଯୋଗ୍ୟ କି, ଗତ ଫେବ୍ରୁଆରୀ ୨୦ ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ସହ ମଧ୍ୟମା ଏବଂ ଏସ୍ଓଏସ୍‌ସି ପରୀକ୍ଷା ହୋଇଥିଲା। ରାଜ୍ୟରେ ୫ ରକ୍ଷରୁ ଅଧିକ ମାଟ୍ରିକ୍ ପରୀକ୍ଷାର୍ଥୀ ୩ ହଜାର ୧୫୩ଟି କେନ୍ଦ୍ରରେ ଏଥର ପରୀକ୍ଷା ଦେଇଥିଲେ । ସୂଚନା ଅନୁଯାୟୀ ଗତବର୍ଷ ମାଟ୍ରିକ୍ ପରୀକ୍ଷା ଫଳ ମେ ୧୮ ତାରିଖରେ ପ୍ରକାଶ ପାଇଥିଲା।

ତେବେ ଚଳିତ ବର୍ଷ ନିର୍ବାଚନୀ ତାଲିମ୍, ସାର୍ଟିଫିକେଟ୍‌ରେ ନିର୍ଭୁଲ୍ ତଥ୍ୟ, ଡିଜିଟାଲ୍ ସାର୍ଟିଫିକେଟ୍ ଆଦି କେତେକ ନୂତନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ସୁଦ୍ଧା ଗତବର୍ଷ ଯେଉଁ ସମୟରେ ଫଳ ପ୍ରକାଶକ ପାଇଥୁଲା ଚଳିତ ବର୍ଷ ଉକ୍ତ ସମୟ ସୀମା ମଧ୍ଯରେ ଫଳ ପ୍ରକାଶ ପାଇବାକୁ ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ବୋଲି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି

Leave a Reply

Your email address will not be published. Required fields are marked *