ନିଜ ଭକ୍ତକୁ କିପରି ବଡ଼ ବିପଦରୁ ରକ୍ଷା କଲେ ପ୍ରଭୁ ଜଗନାଥ ,ପ୍ରକୁତ କାହାଣୀ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

2015 ମସିହା କଥା ସେତେବେଳକୁ ମାଟ୍ରିକ ସାରି ନୂଆକରି ନିମାପଡା ଵାଣିଶ୍ରୀ କଲେଜରେ +2ରେ ନାମଲେଖାଇଛନ୍ତି ସାକ୍ଷୀଗୋପାଳର ସତ୍ୟବ୍ରତ ବାରିକ | ଗାଁ ଠାରୁ କଲେଜ ର ସୁବିଧା ନଥାଏ ତେଣୁ ଘରୁ ସାଇକେଲ ଯିବାକୁ ମନସ୍ତ କଲେ | ବାପାବି ନୂଆ ସାଇକେଲ କିଣିଦେଇଥିଲେ କଲେଜ ଯିବାଆସିବା ପାଇଁ ନୂଆ ନୂଆ କଲେଜ ପାଠପଢା ବେଶ ଖୁସିଥିଲେ ସତ୍ୟବ୍ରତ | ଯେହେତୁ ଘରର ଦୂରତା ପାଖାପାଖି 15 କିଲୋମିଟର ହେବେ ତେଣୁ ସବୁଦିନ କଲେଜ ନଯାଇ ସପ୍ତାହକୁ 4ଦିନ ଯାନ୍ତି ବାପାବି ସାରଙ୍କ ସହିତ କଥା ହୋଇଯାଛି ତୁ ସପ୍ତାହକୁ ଚାରିଦିନ କ୍ଲାସ କରିଲେ ଚାଲିବ | ସତ୍ୟବ୍ରତ ବି ସପ୍ତାହକୁ ଚାରିଦିନ କଲେଜ ଯାନ୍ତି କିଛିଦିନ ବେଶ ଆନନ୍ଦରେ କଟିଗଲା ସତ୍ୟବ୍ରତଙ୍କର |

କିଛିମାସ ପରେ ଦିନେ ଘରୁ ଜଲ୍ଦି ବାହାରି କଲେଜ ଯାଇଛନ୍ତି ସତ୍ୟବ୍ରତ କଲେଜ ପହଁଚିଲା ବେଳକୁ ଦିନ 10 ବାଜିସରିଥାଏ କଲେଜରେ ପହଁଚି ଦେଖନ୍ତି ତାଙ୍କ କ୍ଲାସ 12ଟାରେ ଅଛି ତେଣୁସେ ଭାବିଲେ ଆସିଛି ଯେତେବେଳେ କ୍ଲାସ କରିଦେଇକିଯିବି | ଆଉ କ୍ଲାସ ଶେଷକରି ବାହାରିଲେ ଘରକୁ ଯିବାକୁ ହେଲେ ସାଇକେଲ ପାଖରେ ପହଁଚି ଦେଖିଲା ବେଳକୁ ସାଇକେଲଟି ଲିକ ହୋଇଯାଇଥାଏ | ମନ ବ୍ୟସ୍ତ ହୋଇଗଲା ସତ୍ୟବ୍ରତଙ୍କର ଭୋକରେ ପେଟ କଣ ହୋଇଯାଇଥାଏ ବାପଯାହା ପଇସା ଦେଇଥିଲେ ସେଥିରୁ ଆସିଲା ବେଳେ କିଛି ଖର୍ଚ୍ଚ ହୋଇଯାଇଛି | ଆଉ ଏପଟେ ଭୋକ ଲାଗୁଛି ବିସ୍କୁଟ କିଣିକି ଖାଇବାକୁ ଇଛା କିନ୍ତୁ ବିସ୍କୁଟ ଖାଇଲେ ସାଇକେଲ ସଜଡ଼ା ହୋଇପାରିବନି ଭାବି ଭୋକକୁ ମାରି ସାଇକେଲ ଦୋକନାକୁ ଗଲେ |

ସେଠାର ସାଇକେଲ ଦୋକାନୀ ସାଇକେଲକୁ ଦେଖି କହିଲେ ସାଇକେଲ ଲିକ ଅଛି ଅପେକ୍ଷା କର ମୁଁ ଲିକ ମାରିଦେଉଛି | ସତ୍ୟବ୍ରତ ଭାବୁଥାନ୍ତି ଯଦି ସାଇକେଲ ଲିକ ମାରିବି ତେବେସେ ମୋଠାରୁ 10ରୁ 15 ଟଙ୍କା ନେବ ଯଦି ବାଟରେ ପୁଣି ଭୋକ ଲାଗିବ ତେବେ ଖାଇବାକୁ ମୋ ପାଖରେ ପଇସା ନଥିବ | ଏହା ଭାବି ଦୋକାନୀକୁ କହିଦେଲେ କେବଳ ପମ୍ପ ଦେଇଦିଅନ୍ତୁ ରାସ୍ତାରେ ଯାଦୁ ପମ୍ପ ପଳେଇବ ତେବେ ଦୋକାନ ଥିବା ସଜାଡ଼ିଦେଇଯିବି | ସାଇକେଲ ବି କିଛି ନକହି ଚକରେ ପମ୍ପ ଦେଇ ଛାଡିଦେଲେ ଆଉ ସତ୍ୟବ୍ରତ ଗୋଟିଏ କିଲୋମିଟର ଗଲାପରେ ପୁଣି ସାଇକେଲରୁ ପମ୍ପ ପଳେଇଗଲା ଶୂନଶାନ ରାସ୍ତାକୁ ମୁଣ୍ଡଉପରେ ଡହଡହ ଖରା କିଛି ବୁଦ୍ଧିବାଟ ଦିଶୁନଥାଏ କଣ କରିବେ କାହାକୁ ସାହାଯ୍ୟ ମାଗିବେ କିଛି ବୁଝିପାରୁନଥାନ୍ତି |

ଆଉ କିଛି ଚିନ୍ତା ନକରିକି ସାଇକେଲକୁ ଗଡେଇ ଗଡେଇ ଆଗକୁ ଚାଲିଲେ ଖାଲିପେଟେରେ ଗଡେଇ ଗଡେଇ ନିସ୍ତେଜ ହୋଇଗଲେଣି ରାସ୍ତାର ଦୁଇ ପାଖରେ ଖାଲିବିଲା ଶୋଷରେ ତଣ୍ଟି ଶୁଖିଗଲାଣି ଆଉ କିଛି ଉପାୟ ନପାଇ ଛିଡ଼ା ହୋଇଗଲେ ରାସ୍ତାରେ ଆଖିରୁ ଲୁହ ବାହାରି ଆସୁଥାଏ ହଟାତ ପାଟିରୁ ବାହାରି ଆସିଲା ହେ କଳାଠାକୁର ମୁଁ ଏବେ କରିବି କଣ ମୋ ଦେହ କଣ ହୋଇଯାଉଛି ଏଇଠି ଯଦି କିଛି ଅଘଟଣ ଘଟିଯାଏ ତେବେ ମୋ ଘର ଲୋକ ମୋତେ ହରାଇଦେବେ | ରାସ୍ତାସାରା କାହାର ଦେଖା ନାହିଁ ମହାପ୍ରଭୁ ଶୁଣିଛି ଆପଣକଲେ କାହାର ଅସହାୟତା ଦେଖିପାରନ୍ତିନାହିଁ ବାପା କୁହନ୍ତି ଯାହାର କେହିନାହିଁ ତାର ବଡ଼ ଠାକୁର ଅଛନ୍ତି ସତରେ ଯଦି ତୁମେ ଅସହାୟର ବନ୍ଧୁ ତେବେ ମୋତେ ସାହାଯ୍ୟ କର ଠାକୁର |

ଏଇଠୁ ଡାକୁଛି ମୋତେ ଏହି ସଙ୍କଟରୁ ଉଦ୍ଧାର କର ମୁଁତ ଛୋଟ ପିଲାଟିଏ କେମିତି ତୁମକୁ ଭକ୍ତି କରାଯାଏ ବି ଜାଣିନି କିନ୍ତୁ ମନରୁ ଡାକୁଛି ଠାକୁରେ ମୋତେ ଏହି ସଙ୍କଟରୁ ଉଦ୍ଧାର କର ଏମିତି କହି କହି ଟିକେ କାନ୍ଦିପକେଇଛନ୍ତି ସତ୍ୟବ୍ରତ ପୁଣି ନିଜ ଲୁହକୁ ପୋଛି ମାନେ ମାନେ କହିବାକୁ ଲାଗିଲେ ହଁ ଏଠି କୋଉ ମଣିଷର ଦେଖା ନାହିଁ ସେ କଳାଠାକୁର ବା କାହିଁକି ସାହାଯ୍ୟ କରିବାକୁ ଆସିବ ଏମିତି ଭାବି ସାଇକେଲକୁ ଆଗକୁ ଗଡେଇବାକୁ ଲାଗିଲେ ଆଉଟିକେ ଦୂରରେ ଦେଖିବାକୁ ପାଇଲେ ବିଲରେ ଗୋଟେ ଛୋଟିଆ କୁଡିଆଘର ଅଛି ଘରଟିକୁ ଦେଖି ସତ୍ୟବ୍ରତ ଟିକେ ଆଶ୍ୱାସତି ମିଳିଲା ଆଗକୁ ତଳେ ଦିଆଯାଇଥିବା ଭିଡ଼ିଓରେ ଶୁଣନ୍ତୁ….

Leave a Reply

Your email address will not be published. Required fields are marked *