ଆଜିର ରାଶିଫଳ 25 ଏପ୍ରିଲ ଗୁରୁବାର 2024 ,କେମିତି କଟିବ ଆଜିର ଦିନ

ମେଷ ରାଶି – ଅର୍ଥାଭାବ ସାଙ୍ଗକୁ ସନ୍ତାନଙ୍କ ବିଶୃଙ୍ଖଳା ସମ୍ପର୍କୀୟ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ। ପାରଷ୍ପରିକ ଦୋଷଦର୍ଶିତା ହେତୁ ପାରିବାରିକ ପରିସ୍ଥିତି ଗୋଳମାଳିଆ ରହିବ। ଠିକ୍‌ ନିଷ୍ପତ୍ତି ନେବାରେ ସମର୍ଥ ହେବେ ମାତ୍ର ପଦସ୍ଥ ବ୍ୟକ୍ତିମାନେ ବିରୁଦ୍ଧାଚରଣ କରିପାରନ୍ତି। ଅନ୍ୟମାନଙ୍କ ଭଲ ସକାଶେ ନିଜେ ହଇରାଣ ହୋଇପାରନ୍ତି।

ବୃଷ ରାଶି – ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସାଧନରେ ସମର୍ଥ ହେବେ। ସରଳ ସ୍ବଭାବ ହେତୁ ଅନ୍ୟମାନଙ୍କ ଶ୍ଳେଷାତ୍ମକ କଥାକୁ ବୁଝିପାରିବେ ନାହିଁ। ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ କିନ୍ତୁ ମନରେ ଶାନ୍ତି କିମ୍ବା ସନ୍ତୋଷ ଆସି ନ ପାରେ। ବ୍ୟବସାୟରେ ଆଶା ପୂରଣ ହେବାରେ ଅସୁବିଧା ରହିବ ନାହିଁ।

ମିଥୁନ ରାଶି – କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ ଉନ୍ନତି ସହ ବୃତ୍ତି ଓ ବାଣିଜ୍ୟ ସକାଶେ ବିଶେଷ ଚିନ୍ତିତ ହେବାକୁ ପଡ଼ିବ ନାହିଁ। ସାମାଜିକ ସ୍ତରରେ ଆଦର ଅଭ୍ୟର୍ଥନା ସହ ସବୁରି ସଦିଚ୍ଛା ମିଳିବ।

କର୍କଟ ରାଶି – ପରିସ୍ଥିତିକୁ ଅନୁଧ୍ୟାନ କରି ସମୟୋଚିତ ପଦକ୍ଷେପ ନେବା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ରାଜନୀତି, ପ୍ରଶାସନିକସ୍ତରରେ ଏବଂ ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ। ଅଶ୍ଳେଷା ନକ୍ଷତ୍ର ହାତକୁ ନେଇଥିବା କାମ ସହଜରେ ସମ୍ପନ୍ନ କରିପାରିବେ ନାହିଁ।

ସିଂହ ରାଶି – କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପାରିବାରିକ କ୍ଷେତ୍ରରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ମାତ୍ର ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପରିବାର ସକାଶେ ଆବଶ୍ୟକ ମନେ କରୁଥିବା ଜିନିଷ ସମୂହକୁ କିଣିପାରିବେ।

କନ୍ୟା ରାଶି – ଆଜି ଏକାଧାରରେ ପାରିବାରିକ ଓ ଆର୍ଥିକ ସମସ୍ୟାକୁ ସୁଧାରି ନେବେ ଏବଂ କର୍ମକ୍ଷେତ୍ର ସ୍ବାଭାବିକ ରହିବ। ଶିଳ୍ପ, ବାଣିଜ୍ୟାଦିରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଚିନ୍ତା କରିଥିବା କାମ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ପିଲାଙ୍କ ପଢ଼ା ସମସ୍ୟା ନେଇ ଚିନ୍ତିତ ରହିବେ। ନିଜର କାର୍ଯ୍ୟଦକ୍ଷତା ହେତୁ ସମ୍ପର୍କୀୟଙ୍କ ଦ୍ୱାରା ପ୍ରଶଂସିତ ହେବେ।

ତୁଳା ରାଶି – କର୍ମାରମ୍ଭ, ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ମାତ୍ର ଖର୍ଚ୍ଚାନ୍ତ ହେବେ ଏବଂ କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ରହିପାରିବେ ନାହିଁ। ଦ୍ୱନ୍ଦ୍ୱରେ ପଡ଼ି ସହକର୍ମୀଙ୍କ ଦ୍ୱନ୍ଦ୍ୱଯୁକ୍ତ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝି ପାରିବେନି। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ।

ବିଛା ରାଶି – ଅନୁକୂଳ ବାତାବରଣରେ କାମଗୁଡ଼ିକ ସମ୍ପନ୍ନ ହେବ ମାତ୍ର ନିଜ କାମ ଛାଡ଼ି ପରକାମରେ ମନ ଦେଇପାରନ୍ତି। ରୋଜଗାର ମନ୍ଦ ନ ହେଲେ ମଧ୍ୟ ସନ୍ତୋଷଜନକ ହୋଇ ନ ପାରେ। ପାରିବାରିକ ସଂକଟ ଦୂରେଇବାକୁ ଯାଇ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଖୁସି ହୋଇପାରନ୍ତି।

ଧନୁ ରାଶି – ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ବହୁତ ଭଲ ହେବ। କର୍ମକ୍ଷେତ୍ରରେ ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି ଶାନ୍ତିରେ ନିଃଶ୍ୱାସ ମାରିବେ। ଖଳ ଲୋକଙ୍କ ହାବୁଡରୁ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ କିନ୍ତୁ ତାହା ବିରୋଧୀ ଗୋଷ୍ଠୀଙ୍କ ଗାତ୍ରଦାହର କାରଣ ହୋଇପାରେ।

ମକର ରାଶି – ସାମାଜିକ ସମ୍ମାନ ଓ ଆର୍ଥିକ ଅଭିବୃଦ୍ଧି ମାନସିକ ସ୍ଥିତିକୁ ଋଦ୍ଧିମନ୍ତ କରିବ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, କଚେରି ମାମଲା, କ୍ରୀଡ଼ା ପ୍ରଭୃତିରୁ ସଫଳତା ମିଳିପାରେ। ସାହିତ୍ୟ, ସାମ୍ବାଦିକତା, ବାଣିଜ୍ୟ, ବ୍ୟବସାୟ, କଳା, ସଙ୍ଗୀତ କ୍ଷେତ୍ର ନିରଙ୍କୁଶ ରହିବ। ଆଇନାନୁମୋଦିତ ଭାବେ ଜମିଜମା ବିବାଦ ଜଟିଳ ଆକାର ଧାରଣ କରିପାରେ।

କୁମ୍ଭ ରାଶି – ଆଜି ଯାହା କରିବେ ସବୁ କାମ ହେବ କିନ୍ତୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନୁହେଁ। ଅସୁବିଧା କିମ୍ବା ସଂକଟଜନକ ସ୍ଥିତି ଆସିବ ନାହିଁ ମାତ୍ର ମନ ସ୍ଥିର ରହି ନପାରେ। ବନ୍ଧୁମିଳନ, ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ହାସଲ କରିବେ। ସମୟୋଚିତ କାର୍ଯ୍ୟଶୈଳୀର ବୈପରୀତ୍ୟ ହେତୁ ସ୍ବାସ୍ଥ୍ୟ ବିଗିଡିଯିବାର ଆଶଙ୍କା ରହିଛି।

ମୀନ ରାଶି – ମାନସିକ ଅସ୍ଥିରତା ଦୂରେଇଯିବ ଏବଂ ଶୁଭଚିନ୍ତକମାନଙ୍କ ସାନ୍ନିଧ୍ୟରୁ ଖୁସି ରହିବେ। କଳା, ସାହିତ୍ୟ, ଗବେଷଣା, ଆଲୋଚନା, ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ। ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିପାରେ। ବିଳାସପ୍ରିୟ ହେବା ସହ ଭ୍ରମଣକୁ ପସନ୍ଦ କରିପାରନ୍ତି।

Leave a Reply

Your email address will not be published. Required fields are marked *