23 ଏପ୍ରିଲ୍ ଚୈତ୍ର ପୂର୍ଣ୍ଣିମା ଦିନ କାହାକୁ କିଛି ନକହି ଚୁପଚାପ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ୧ ଜିନିଷ, ଘରକୁ ଆସିବେ ସ୍ୱୟଂ ମା ଲକ୍ଷ୍ମୀ

ନମସ୍କାର ଦର୍ଶକବନ୍ଧୁ 23 ଏପ୍ରିଲ ମଙ୍ଗଳବାର ପବିତ୍ର ଚୈତ୍ର ପୂର୍ଣ୍ଣିମା ହିନ୍ଦୁ ଧର୍ମରେ ଚୈତ୍ର ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ଅଛି ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ମାସର ଶୁକ୍ଲପକ୍ଷର ପୂର୍ଣ୍ଣିମା ତିଥିକୁ ଚୈତ୍ର ପୂର୍ଣ୍ଣିମା ମନା ଯାଇଥାଏ ଏହି ଦିନ ହନୁମାନ ଜୟନ୍ତୀ ମଧ୍ୟ ପାଳନ ହେବାକୁ ଯାଉଛି ବନ୍ଧୁଗଣ ପୂର୍ଣ୍ଣିମା ତିଥି ମା ଲକ୍ଷ୍ମୀଙ୍କର ଦିନ ହୋଇଥାଏ ମା ଲକ୍ଷ୍ମୀ ପୂର୍ଣ୍ଣିମା ତିଥିରେ ଅବତରଣ ହୋଇଥିଲେ ପ୍ରତ୍ୟକ ମନୁଷ୍ୟ ଦ୍ୱାରରେ ମା ଲକ୍ଷ୍ମୀ ପୂର୍ଣ୍ଣିମା ତିଥିରେ ଆସି ଥାଆନ୍ତି ଯଦି ଏହି ଦିନ କିଛି ଖାସ ଉପାୟ କରାଯାଏ ତ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିନେବେ ସେ ଦରିଦ୍ର ହେଉ କିମ୍ବା ଧନୀ ସମସ୍ତଙ୍କ ଘରକୁ ମା ଲକ୍ଷ୍ମୀ ଆସିଥାଆନ୍ତି |ବନ୍ଧୁଗଣ ତୁଳସୀ ତ ସବୁ ଲଗାଇ ଥାଆନ୍ତି କିନ୍ତୁ ଏହି କଥା ବହୁତ କମ ଲୋକ ଜାଣନ୍ତି ତୁଳସୀ ଗଛରେ ଏହି ଗୋଟିଏ ଜିନିଷ ବାନ୍ଧି ଦେବା ଦ୍ୱାରା ମା ତୁଳସୀଙ୍କ ଠାରୁ ସର୍ବଦା ଆଶୀର୍ବାଦ ମିଳିଥାଏ |ତାହା ସହିତ ମା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇଥାଆନ୍ତି ବନ୍ଧୁଗଣ ତୁଳସୀ ଗଛ ଘରେ ଲଗାଇବା ଦ୍ୱାରା ଏହା ଅତ୍ୟନ୍ତ ଶୁଭ ହୋଇଥାଏ ନିୟମିତ ଭାବରେ ତୁଳସୀ ଗଛର ପୂଜା କଲେ ଲାଭ ମିଳିଥାଏ |ଏହି ତୁଳସୀ ଗଛ ମୂଳରେ ଗୋଟିଏ ଜିନିଷ ବାନ୍ଧିଲେ ଏହି ଉପାୟ କରିଲେ ମା ତୁଳସୀଙ୍କ ଆଶୀର୍ବାଦ ମିଳିଥାଏ |

ତୁଳସୀ ଗଛ ମଧ୍ୟରେ ଔଷଧୀୟ ଗୁଣ ଭରପୁର ହୋଇ ରହିଛି। ପ୍ରତ୍ୟେକ ଯଜ୍ଞ ଅନୁଷ୍ଠାନ ଓ ତାନ୍ତ୍ରିକ କାର୍ଯ୍ୟରେ ତୁଳସୀ ଗଛର ପ୍ରୟୋଗ ହୋଇଥାଏ। ଯେଉଁଠାରେ ତୁଳସୀ ଗଛ ରହିଥାଏ, ସେଠାରେ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବାସ କରିଥାନ୍ତି। କହିବାକୁ ଗଲେ ଭଗବାନ ବିଷ୍ଣୁଙ୍କର ତୁଳସୀ ପତ୍ର ଅତ୍ୟନ୍ତ ପ୍ରିୟ ଅଟେ।

ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁଙ୍କର ପୂଜା ସମ୍ପନ୍ନ ହୋଇ ନଥାଏ। ପୌରାଣିକ ମାନ୍ୟତା ଅନୁସାରେ ଦେବୀ ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କର ପତ୍ନୀ ବୋଲି କୁହାଯାଇଛି। ଯେଉଁ ଘରେ ତୁଳସୀ ଗଛ ରହିଥାଏ, ସେଠାରେ ସକାରାତ୍ମକ ପ୍ରଭାବ ବିସ୍ତାର ହୋଇଥାଏ। ଏହାସହିତ କୌଣସି ଖରାପ ଶକ୍ତି ସେଠାରେ ପ୍ରବେଶ କରି ପାରେ ନାହିଁ।

ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଚଉରା ରହିଥାଏ। ଏହାସହିତ ସକାଳେ ଓ ସଞ୍ଜରେ ତୁଳସୀ ଚଉରା ପାଖରେ ଘିଅର ଦୀପ ପ୍ରଜ୍ବଳନ କରାଯାଇଥାଏ। ଏହାଦ୍ବାରା ଦେବୀ ତୁଳସୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ଦେବୀ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ବେଳେବେଳେ ଆମ ଦ୍ଵାରା କିଛି ଭୁଲ ହୋଇଯିବା କାରଣରୁ ଶୁଭ ଫଳ ପ୍ରାପ୍ତି ହେବାରୁ ବଞ୍ଚିତ ହୋଇ ଯାଉ। ଅଧିକାଂଶ ଲୋକେ ତୁଳସୀ ଗଛରେ ଲାଲ ଚୁନରୀ ଲଗାଇ ନଥାନ୍ତି କିନ୍ତୁ ତୁଳସୀ ଗଛକୁ ଲାଲ ଚୁନରି ପିନ୍ଧାଇଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

କିନ୍ତୁ ଲାଲ ମଙ୍ଗଳ ଗ୍ରହର ପ୍ରତୀକ ଅଟେ ଏବଂ ତୁଳସୀର ପ୍ରତୀକ ବୁଧ ଗ୍ରହ ଅଟେ ମଙ୍ଗଳ ଓ ବୁଧ ଗ୍ରହ ମିତ୍ର ନୁହନ୍ତି। ତେଣୁ ତୁଳସୀ ଗଛରେ ଧଳା, ନୀଳ ରଙ୍ଗର ଚୁନରୀ ଲଗାଇ ପାରିବେ। ଏହାକୁ ଆପଣ କୌଣସି ପର୍ବପର୍ବାଣୀ ବା ପୂର୍ଣ୍ଣିମାରେ ବଦଳାଇ ଦିଅନ୍ତୁ। ପ୍ରତ୍ୟେକଦିନ ସକାଳ ଓ ସନ୍ଧ୍ୟାରେ ଘିଅର ଦୀପ ପ୍ରଜ୍ବଳନ କରିବା ଉଚିତ। ଏହାଦ୍ବାରା ଦେବୀ ବୃନ୍ଦାବତି ପ୍ରସନ୍ନ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *