ବାଛନ୍ତୁ ନିଜର ଜନ୍ମ ହୋଇଥିବା ବାର ଓ ଜାଣନ୍ତୁ ନିଜ ଚରିତ୍ର ,ସ୍ଵଭାଵ ଏବଂ ଭବିଷ୍ୟତ ବିଷୟରେ

ନମସ୍କାର ଦର୍ଶକବନ୍ଧୁ ଆଜି ଆପଣଙ୍କ ପାଇଁ ଏକ ସୁନ୍ଦର ବିଷୟ ବସ୍ତୁ ରହିଛି ବିଷୟଟି ହେଉଛି କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଏବଂ ସ୍ଵଭାଵ ହୋଇଥାଏ ତେବେ ଚାଲନ୍ତୁ ଜାଣିବା |

ରବିବାର -ଯେଉଁ ବ୍ୟକ୍ତି ରବିବାର ଦିନ ଜନ୍ମ ଗ୍ରହଣ କରିଥାଆନ୍ତି ସେ ପୁରୁଷ ତେଜବନ୍ତ ବୁଦ୍ଧିମନ୍ତ ବିଚକ୍ଷଣ ଚତୁରବନ୍ତ ,ଧାର୍ମିକ ଅତ୍ୟନ୍ତ ଜିଦଖୋର ,ଅହଂ ଗୁଣ ସମ୍ପନ୍ନ ,ଅସ୍ଥିର ,ଚଞ୍ଚଳ ମତି ଯେକୌଣସି କାର୍ଯ୍ୟରେ ଲାଗିଥାଆନ୍ତି ସେ କାର୍ଯ୍ୟ କଦାପି ଛାଡ଼ନ୍ତି ନାହିଁ ଏହି ପୁରୁଷ ମାନେ ରାଜସୁଖ ଗୁଣରେ ପ୍ରବୀଣ ଅଟନ୍ତି ଏହି ବ୍ୟକ୍ତି ମାନେ ସତ୍ୟ କହିବାକୁ କେବେବି ପଛାନ୍ତି ନାହିଁ ଭାଙ୍ଗି ପଡ଼ିବେ ସତ କିନ୍ତୁ ଓହରିବେ ନାହିଁ |ଏହି ବାରରେ ଜନ୍ମ ହୋଇଥିବା ସ୍ତ୍ରୀ ମାନେ ଅସ୍ଥିର ମତି ଏବଂ ଵିଚକ୍ଷଣ ଅଟନ୍ତି |

ସୋମବାର -ଏହି ବାର ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାଆନ୍ତି ସେ ପୁରୁଷ ଧର୍ଯ୍ୟବନ୍ତ ,ସ୍ଥିର ମତା ବହୁ ଗୁଣ ବିଶିଷ୍ଟ ବିଚାରଶୀଳ ନ୍ୟାୟଵନ୍ତ ବୁଦ୍ଧି ଜ୍ଞାନରେ ବିଚକ୍ଷଣ ଶାସ୍ତ୍ର ପ୍ରିୟ କଳାବିଦ୍ୟା ପ୍ରେମିକ ବହୁମୁଖୀ ପ୍ରତିଭାର ଅଧିକାରୀ ଚନ୍ଦ୍ର ତୁଲ୍ୟ ସୌନ୍ଦର୍ଯ୍ୟ ,ସୁନ୍ଦର ,ରୂପବନ୍ତ ,ନିୟମରେ ବସବତି ବହୁ ସୁଖ ଭୋଗକରି କାହା ପ୍ରତି ଅନିଷ୍ଟ ଚିନ୍ତା କରନ୍ତି ନାହିଁ ଏବଂ ତାଙ୍କ ଜୀବନ କାଳରେ ଅନେକ ବ୍ୟୟଯୁକ୍ତ ଖାଦ୍ୟ ମୁଣ୍ଡ ଉପରକୁ ଆସେ ମୁଣ୍ଡ ଘୁରିଥାଏ ଅର୍ଥାତ କାର୍ଯ୍ୟ ପୂରଣ ହୋଇଥାଏ |

ମଙ୍ଗଳବାର -ଏହି ଦିନ ଯେଉଁ ବ୍ୟକ୍ତି ଜନ୍ମଗ୍ରହଣ କରିଥାଏ ସେ ପୁରୁଷ ଅସ୍ଥିରତା ହେତୁ ସବୁ କାର୍ଯ୍ୟରେ ଅଧା ପାନ୍ତରୀଆ ରହିଥାଆନ୍ତି କିନ୍ତୁ ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟ ପୂରଣ ହୁଏ ଏମାନେ ଶତ୍ରୁବାଦୀ ଅତ୍ୟନ୍ତ ଜିଦଖୋର ଧର୍ମକୁ ବିଶ୍ୱାସ କରନ୍ତି ଅଥଚ ଧାର୍ମିକ ହୋଇପାରନ୍ତି ନାହିଁ କିନ୍ତୁ ବ୍ୟୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ନେଇ ଆସନ୍ତି ସେଥିପାଇଁ ବ୍ୟୟ କରିବାକୁ ରାସ୍ତା ମଧ୍ୟ ଖୋଜିଥାଆନ୍ତି |ଏହିପରି ସ୍ତ୍ରୀ ଲୋକ ଅସ୍ଥିରା ଏବଂ କ୍ଲେଶୀ ହୋଇଥାଆନ୍ତି |

ବୁଧବାର -ଏହି ବାର ବିଷ୍ନୁଙ୍କ ବାର ଅଟେ ଯେଉଁ ବ୍ୟକ୍ତି ବୁଧବାରରେ ଜନ୍ମଗ୍ରହଣ କରିଥାଆନ୍ତି ସେ ପୁରୁଷ ଅତ୍ୟନ୍ତ ବୁଦ୍ଧିମତ ,କୌଶଳୀ ଏବଂ କମ୍ପ୍ୟୁଟର ଭଳି ଏମାନଙ୍କ ମୁଣ୍ଡ କାମ କରିଥାଏ |ପରହିତକାରୀ ଶତ୍ରୁ ବସ କାରୀ ବହୁ ମୁଖି ସୁନାମି ଏବଂ ଧନ୍ୟ ହୁଅନ୍ତି |ଦାନ ଧର୍ମରେ ଉତ୍ସାହ ଏବଂ କୌଣସି ପରିସ୍ଥିତିରେ ଏମାନେ ବିଚଳିତ ହୁଅନ୍ତି ନାହିଁ ଧର୍ମ କାର୍ଯ୍ୟରେ ଉପଯୋଗୀ ଏବଂ କୌଣସି ବ୍ୟୟଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ମଧ୍ୟ ଧର୍ଯ୍ୟ ହରା ହୁଅନ୍ତି ନାହିଁ |ଏହି ଦିବସରେ ଜାତ ସ୍ତ୍ରୀ ମାନେ ବୁଦ୍ଧିମତୀ ଏବଂ ଧନବତୀ ହୋଇଥାଆନ୍ତି

ଗୁରୁବାର -ଏହି ବାରରେ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାଏ ସେ ସବୁଠାରୁ ଗୁରୁ ମାନ୍ୟ ସମ୍ମାନ ପାଇଥାଆନ୍ତି ତଥା ରାଜ ସମ୍ମାନ ଏବଂ ପ୍ରଶଂସକର ଭାଜନ ହୁଅନ୍ତି |ଏମାନେ ସତକାର୍ଯ୍ୟରେ ପ୍ରବୀଣ ଅଟନ୍ତି ବୁଦ୍ଧି ଏବଂ ଜ୍ଞାନରେ ଶ୍ରେଷ୍ଠ ହୁଅନ୍ତି ଗଭୀର ଶାନ୍ତ ଶିଳ ଏବଂ ଧାର୍ମିକ ହୋଇଥାଆନ୍ତି |ଏହି ବ୍ୟକ୍ତି ସର୍ବଦା ଚାଞ୍ଚଳିକ ପରିସ୍ଥିତିର ସାମ୍ନା ସମୁଖିନ୍ନ ହେଲେ ମଧ୍ୟ ଅଳିଆ ମଧ୍ୟରେ ନିଜ ଆତ୍ମାକୁ ନିର୍ମଳ କରି ରଖିଥାଆନ୍ତି |ଏହି ଦିବସରେ ଜାତ ସ୍ତ୍ରୀ ଲୋକମାନେ ଅତ୍ୟନ୍ତ ସୁଖିନି ଅଟନ୍ତି ଅର୍ଥାତ ଏମାନଙ୍କ ଜୀବନ ବହୁତ ସୁଖରେ କଟିଥାଏ |

ଶୁକ୍ରବାର -ଏହି ବାର ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାଏ ସେ ପୁରୁଷ ଶୁକ୍ରାଚାର୍ଯ୍ୟଙ୍କ ଭଳି କାମ ଦେଖାନ୍ତି ବହୁ ଗୁଣରେ ବିଶିଷ୍ଟ ଅଟନ୍ତି ଯେତେବି ବ୍ୟୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସି ଯାଉନା କାହିଁକି ତଥାପି ସେ ଧର୍ଯ୍ୟ ସହିତ କାର୍ଯ୍ୟକୁ ତୁଲାଇ ଥାଆନ୍ତି କଳା ବିଦ୍ୟାରେ ଅତ୍ୟନ୍ତ ପ୍ରେମିକ ଅଟନ୍ତି ଏକ ଗୁଣ ବ୍ୟୟ କଲେ ମଧ୍ୟ ଦଶ ଗୁଣା କାର୍ଯ୍ୟ ହାସଲ କରିଥାଆନ୍ତି ସେଥିପାଇଁ ଆଧ୍ୟାତ୍ମିକ ଶକ୍ତି ବଳରେ ଭାସିଲା ପଥର ଏବଂ ବୁଡ଼ିଲା ସୋଲ ଏହିପରି କାର୍ଯ୍ୟକ୍ରମ ଦେଖାନ୍ତି ଅତ୍ୟନ୍ତ ଚତୁରବନ୍ତ ବହୁ ମୁଖି ଏବଂ ଲୋକପ୍ରିୟ ଅଟନ୍ତି |

ଶନିବାର -ଏହି ବାରରେ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାଆନ୍ତି ସେମାନେ ଅସ୍ଥିର କାମଭିଲାଷୀ ଶତ୍ରୁବାଦୀ ଅତ୍ୟନ୍ତ ଜିଦଖୋର ଏବଂ ନୀଚ ବୁଦ୍ଧିରେ ପରିଚାଳିତ ହୁଅନ୍ତି ଏହି ବ୍ୟକ୍ତିମାନେ ସବୁବେଳେ ବିଚଳିତ ବୁଦ୍ଧିରେ ଥାଆନ୍ତି |ଅହଂ ଗୁଣ ବିରୋଧୀ ଏବଂ ନ୍ୟାୟରେ ପାଶ୍ଚାତ ବଦ ହୁଅନ୍ତି ନାହିଁ ଏହି ଦିବସରେ ଜାତକ ସ୍ତ୍ରୀ ଅତ୍ୟନ୍ତ ଜିଦଖୋର ସ୍ୱଭାବର ହୋଇଥାଆନ୍ତି |ଉଦାହରଣ ଶନିଶ୍ଚର ଶନିବାରରେ ଜନ୍ମଗ୍ରହଣ କରିଥିଲେ ତେଣୁ ଭଗବାନ ଶନିଙ୍କ ଭଳି ଯାହାଙ୍କୁ ଭଲ ପାଇବେ ତାଙ୍କ କାର୍ଯ୍ୟ ସଫଳ କରି ଛାଡ଼ିବେ |

Leave a Reply

Your email address will not be published. Required fields are marked *