ଏବେ ଏବେ ସରକାର କଲେ ବଡ଼ ଘୋଷଣା ,ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଠ୍ୟ ପୁସ୍ତକରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ ,ସବୁ Student ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର ବର୍ତ୍ତମାନ ଯାହାବି କିଛି ନୂଆ ସୂଚନା ମିଳିଛି ତାହା ସମସ୍ତେ ଜାଣିରଖିବା ଜରୁରୀ |କେବଳ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନସିଆରଟି )ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନ (ଏସସିଇଆରଟି )ଦ୍ୱାରା ପ୍ରକାଶିତ ପୁସ୍ତକ ଗୁଡ଼ିକୁ ଘରୋଇ ସ୍କୁଲ ପିଲା କିଣିବେ |

ଏହା ବାଦ ଅନ୍ୟ କୌଣସି ପୁସ୍ତକ କିଣିବା ପାଇଁ ପିଲା ମାନଙ୍କୁ ସ୍କୁଲ ବାଧ୍ୟ କରିପାରିବେ ନାହିଁ |ସେହିପରି ଘରୋଇ ସ୍କୁଲ ଗୁଡ଼ିକ ମଧ୍ୟ ସେମାନଙ୍କ ସ୍କୁଲ ଫି କମେଇବେ ବୋଲି ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଏନସିପିସିଆର ନିର୍ଦେଶ ଦେଇଛନ୍ତି | ଏନସିପିସିଆର ପକ୍ଷରୁ ରାଜ୍ୟର ସମସ୍ତ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ କରା ଯାଇଥିବା ଚିଠିରେ ଉଲେଖ ରହିଛି ଯେ |

ଘରୋଇ ସ୍କୁଲ ପିଲାଙ୍କୁ ଅନ୍ୟ ପ୍ରକାଶକଙ୍କ ବହି କିଣିବାକୁ ବାଧ୍ୟ କରିବା ଏକ ଅପରାଧ ଗୁଣାତ୍ମକ ଶିକ୍ଷା ହେଉଛି ପିଲାଙ୍କ ଅଧିକାର |ଆରଟି ଆର୍ଟ 2009 ଧାରା 29 ଅନୁଯାଇ ସମସ୍ତଙ୍କୁ ସମସ୍ତଙ୍କୁ ସମାନ ଗୁଣାତ୍ମକ ଶିକ୍ଷା ଦିଆଯିବ |ଏହା ଦ୍ୱାରା ସ୍କୁଲରେ ପିଲାଙ୍କ ମଧ୍ୟରେ ସମାନତା ରହିବ |ସେହିପରି ଏସସିଇଆରଟି ଏବଂ ଏସସିଆରଟି ପାଠ୍ୟପୁସ୍ତକ ଦର ହ୍ରାସ କରିବେ |

ପିଲାଙ୍କ ବ୍ୟାଗ ଯେପରି ହାଲୁକା ହେବ ସେଥି ଲାଗି ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି | ଏହି ଚିଠିକୁ ସମସ୍ତ ରାଜ୍ୟର ଗଣଶିକ୍ଷା ବିଭାଗ ଓ ଘରୋଇ ସ୍କୁଲ ଗୁଡ଼ିକ ନିଜ ୱେବସାଇଟରେ ଅପ୍ଲୋଡ କରିବେ ଏଥିସହ ସମସ୍ତ ଅଭିଭାବକ ମାନଙ୍କୁ ମଧ୍ୟ ଏହି ଚିଠି ପ୍ରଦାନ କରାଯିବ |

Leave a Reply

Your email address will not be published. Required fields are marked *