+2 ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ସରିଲା ଖାତା ଦେଖା ମୂଲ୍ୟାୟନ ଏହି ଦିନ ପ୍ରକାଶ ପାଇବ ପରୀକ୍ଷା ଫଳାଫଳ

ନମସ୍କାର ଦର୍ଶକବନ୍ଧୁ ଯୁକ୍ତ ଦୁଇ ରେଜଲ୍ଟ କେବେ ପ୍ରକାଶ ଏବେ ଏବେ ନିୟୁଜ ପେପରରେ ଏକ ଆର୍ଟିକିଲ ପ୍ରକାଶ ପାଇଛି ଯାହାକି ବହୁତ ଜଲ୍ଦି ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ପିଲାଙ୍କର ପରୀକ୍ଷା ଫଳ କେବେ ପାଇବେ କଣ ଆସିଛି ଅପଡେଟ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଆଜି ଜଣାଇ ଦେବାକୁ ଯାଉଛୁ |ଯୁକ୍ତ ଦୁଇ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଶେଷ ହୋଇ ସାରିଛି ଆଉ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ବର୍ତ୍ତମାନ ଚାଲୁ ରହିଛି |

ଆଉ ଏପ୍ରିଲ 20 ତାରିକ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଶେଷ ହେବ ବୋଲି ସୂଚନା ମିଳିଛି ତେବେ ପିଲାଙ୍କୁ ଆଉ ରେଜଲ୍ଟ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ଆଉ ବହୁତ ଜଲ୍ଦି ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଫଳାଫଳ |ରାଜ୍ୟରେ 69 ଟି ଅଫଲାଇନ ଓ 41 ଟି ଅନଲାଇନ ମୂଲ୍ୟାୟନ କେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସୁରୁଖୁରୁରେ ଚାଲୁ ରହିଛି |

ସାତ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟେ ଅଫଲାଇନ ଏବଂ ଅନଲାଇନ ମୂଲ୍ୟାୟନରେ ସାମିଲ ହୋଇଛନ୍ତି |ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଅଧିକାଂଶ ବିଷୟର ଉତ୍ତର ଖାତା ମୂଲ୍ୟାୟନ ଇତି ମଧ୍ୟରେ ଶେଷ ପର୍ଯ୍ୟାୟରେ ପହଁଚି ସାରିଲାଣି କଳା ଏବଂ ଧନ୍ଦାମୂଳକ ବିଷୟର ମୂଲ୍ୟାୟନ ବର୍ତ୍ତମାନ ଜାରି ରହିଛି |

ହାତରେ କିଛି ସମୟ ରହିଥିବାରୁ ଅଧ୍ୟାପକ ଏବଂ ଆଧ୍ୟାପିକାଙ୍କ ଉପସ୍ଥିତକୁ ସୁନିଶ୍ଚିତ ମଧ୍ୟ କରାଯାଇଛି ଯାହାକି ମୂଲ୍ୟାୟନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଢ଼ାକଢ଼ି ଭାବରେ ରହିଛି |ମୋବାଇଲ ଏବଂ ବିଦ୍ୟୁତିକ ସାମଗ୍ରୀ ବେଶ ଉପରେ କଟକଣା ମଧ୍ୟ ଲାଗି ରହିଛି |

ଏଥିରୁ ସ୍ପଷ୍ଟ ଅପଡେଟ ମିଳି ଯାଉଛି ଯାହାକି ଏପ୍ରିଲ 20 ତାରିକ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଶେଷ ହେବାକୁ ଯାଉଛି ମେ 15 ତାରିକ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଲକ୍ଷ ରଖିଛି CHSE ଏବର୍ଷ ସବୁ ବିଭାଗର ପରୀକ୍ଷା ଫଳ ଗୋଟିଏ ଦିନରେ ପ୍ରକାଶ ପାଇବ |

Leave a Reply

Your email address will not be published. Required fields are marked *