School ଛାତ୍ର ଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତି ,ପାଠ୍ୟ ପୁସ୍ତକକୁ ନେଇ ହେଲା ବଡ଼ ପରିବର୍ତ୍ତନ ସବୁ ଅଭିଭାବକ ମାନେ ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ସ୍କୁଲ ପିଲାଙ୍କ ପାଇଁ ଆସିଲା ବଡ଼ ଖବର ସେମାନେ ମାଗଣାରେ ପାଇବାକୁ ଯାଉଛନ୍ତି ଏହି ସୁବିଧା କଣ ଆସିଛି ଅପଡେଟ ସ୍କୁଲ ପିଲା ମାନଙ୍କ ପାଇଁ ଆଜିର ବିଷୟଟି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା |ରାଜ୍ୟର ସମସ୍ତ ଘରୋଇ ଏବଂ ଅନୁଦାନ ପ୍ରାପ୍ତ ଓଡ଼ିଆ ମିଡିୟମ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ରାଜ୍ୟ ସରକାର ମାଗଣା ପୁସ୍ତକ ପ୍ରଦାନ କରିବେ |ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି |

ଏଥିପାଇଁ ଟେଷ୍ଟ ବୁକ ପ୍ରଡକ୍ସନ ଆଣ୍ଡ ମାର୍କେଟିଙ୍ଗକୁ ପୁସ୍ତକ ଛପା ଓ ବଣ୍ଟନ ନିମନ୍ତେ ଶ୍ରେଣୀ ବ୍ଲକ ଏବଂ ଜିଲ୍ଲା ସ୍ତରରେ ନାମଲେଖା ତଥ୍ୟ ଦିଆଯାଇଛି |ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମକୁ ସୁରୁଖୁରୁରେ କରିବା ପାଇଁ 2024-25 ଶିକ୍ଷାବର୍ଷରେ ସମସ୍ତ ଘରୋଇ ଏବଂ ଅନୁଦାନ ପ୍ରାପ୍ତ ଓଡ଼ିଆ ମିଡିୟମ ସ୍କୁଲ ତାଲିକା ମାଗିଛି ଗଣଶିକ୍ଷା ବିଭାଗ ଯାହାକି ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ସୁବିଧା ସ୍କୁଲ ପିଲାଙ୍କୁ ଦିଆ ହେବାକୁ ଯାଉଛି |

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ପୁସ୍ତକ ବଣ୍ଟନ କରାଯିବ ବୋଲି ସୂଚନା ଦେଖିବାକୁ ମିଳିଛି |ଯାହାକି ରାଜ୍ୟ ସରକାର ଆଉ ଏକ ନୂଆ ସୁବିଧା ଦେଇ ଆସୁଛନ୍ତି ସ୍କୁଲ ପିଲାଙ୍କ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ସୁବିଧା ପାଇପାରିବେ |ନବମ ଦଶମ ପିଲାଙ୍କ ପାଇଁ ନୁହେଁ |

ଏହା କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏନେଇ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି |2024-25 ଶିକ୍ଷାବର୍ଷ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ନାମ ଲେଖା ଯାଇଥିବା ଛାତ୍ର ଛାତ୍ରୀଙ୍କୁ ମାଗଣା ପୁସ୍ତକ କିପରି ସୁରୁଖୁରୁରେ ଦିଆଯିବ ସେ ଦିଗରେ ଉଚିତ ପଦକ୍ଷେପ ନେବାକୁ ବୋଲି କୁହାଯାଇଛି

Leave a Reply

Your email address will not be published. Required fields are marked *