ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା ,ସବୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ରହିବ ଏହିଭଳି ନିୟମ

ରାଜ୍ୟରେ ପଢ଼ୁଥିବା ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପାଇଁ ଆସିଛି ବହୁତ ବଡ ଅପଡେଟ, ତେବେ ଆସନ୍ତୁ ଜାଣିବା କଣ ସେହି ଖବର | ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ (ହାଇସ୍କୁଲ) ର ‘ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପୁସ୍ତକ ବ୍ୟାଙ୍କ ପ୍ରତିଷ୍ଠା ହେବା ହାଇସ୍କୁଲ ଲାଇବ୍ରେରିରେ ପ୍ରତିଷ୍ଠା ହେବାକୁ ଥିବା ଏହି ବ୍ୟାଙ୍କ ମାଧ୍ୟମରେ ଦଶମ ଶ୍ରେଣୀ ପାସ କରିବାକୁ ଥିବା ଛାତ୍ରଛାତ୍ରୀଙ୍କଠାରୁ ପାଠ୍ୟପୁସ୍ତକ ସଂଗ୍ରହ କରାଯାଇ ତାହାକୁ ସଂରକ୍ଷିତ କରାଯିବ |

ପରବର୍ତ୍ତୀ ସମୟରେ ନବମରୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ | ଏହାଦ୍ଵାରା ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ପାଇବାରେ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ | ସୁବିଧାରେ ସେମାନଙ୍କ ନିକଟରେ ପାଠ୍ୟପୁସ୍ତକ ଉପଲବ୍ଧ ହୋଇପାରିବ କିଭଳି ଭାବେ ଏହାକୁ ପରିଚାଳନା କରାଯିବ ସେନେଇ ଆସନ୍ତା ଏପ୍ରିଲ ୧୨ରେ ହାଇସ୍କୁଲ ପ୍ରଧାନ ଶିକ୍ଷକ ମାନଙ୍କ ବ୍ଲକସ୍ତରୀୟ ମାସିକ ବୈଠିକରେ ଆଲୋଚନା କରାଯିବ |

ଗ୍ରୀଷ୍ମ ଛୁଟି ପୂର୍ବରୁ ହେବାକୁ ଥିବା ଏହି ବ୍ଲକସ୍ତରୀୟ ବୈଠକରେ ବିଦ୍ୟାଳୟର ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ | ବ୍ଳକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଗତ ମାସରେ ଗୃହୀତ ହୋଇଥିବା ପ୍ରସ୍ତାବ ଉପରେ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେନେଇ ବିଚାରବିମର୍ଷ କରାଯିବ | ହାଉସ୍ ସିଷ୍ଟମ୍ ଓ ସ୍କୁଲ କ୍ଳବ ଉପରେ ଆଲୋଚନା ସହ ୟୁଡାଇସ୍ ତଥ୍ୟ ପ୍ରବେଶ, ଅଧାରୁ ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରାଇ ଆଣିବା ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ବିଇଓମାନେ ଆଲୋଚନା କରିବେ |

ଏଥିସହ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ଶିକ୍ଷା ସମ୍ପର୍କିତ ରୁପରେଖ ପ୍ରସ୍ତୁତ ହେବ। ବିଦ୍ୟାଳୟ ସାମଗ୍ରୀଗୁଡ଼ିକ ଯଥା ସ୍ମାଟି କ୍ଲାସରୁମ୍ ସାଇନ୍ସ ଲ୍ୟାବ୍‌, ଲାଇବ୍ରେରିର ରକ୍ଷଣାବେକ୍ଷଣ, ଜଗୁଆଳି ବ୍ୟବସ୍ଥା, ପ୍ରତି ଶ୍ରେଣୀ ପାଇଁ ଜଣେ ଲେଖାଏ ଶିକ୍ଷକଙ୍କୁ ଦାୟିତ୍ଵ ବଣ୍ଟନ ନେଇ ବୈଠକରେ ନିଷ୍ପତ୍ତି ନେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବୈଠକ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଯିବେ |

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓସେପା, ମୋ ସ୍କୁଲ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ୟୁନିସେଫ୍‌ର ଅଧିକାରୀମାନେ ୩୦ ଜିଲ୍ଲା ଗସ୍ତ କରିବା ସହ ବୈଠକରେ କେଉଁଭଳି ଆଲୋଚନା ହୋଇଛି ତାହାର ରିପୋର୍ଟ ପ୍ରସ୍ତୁତ କରିବେ |

Leave a Reply

Your email address will not be published. Required fields are marked *