Malika Bachana:ମାଂସ ଖାଉଥିବା ଲୋକ ଥରେ ନିଶ୍ଚୟ ଦେଖନ୍ତୁ ଭୟଙ୍କର କଥା ଏହା କେତେ ପାପ କେତେ ପୁଣ୍ୟ

ନମସ୍କାର ଦର୍ଶକବନ୍ଧୁ ସାଧାରଣତ ମନୁଷ୍ୟ କେଉଁ ଖାଦ୍ୟ ଖାଇବ ତଥା କେଉଁ ଖାଦ୍ୟ ନ ଖାଇବ ମନୁଷ୍ୟର ନିଜର ଇଛା ଉପରେ ନିର୍ଭର ରହିଥାଏ । ଆମ ହିନ୍ଦୁ ଧର୍ମରେ କିଛି ଲୋକ ମାଂସାହାରୀ କୁ ନିଷେଧ ମାନିଥିବା ବେଳେ ଆଉ କିଛି ଲୋକ ମାଂସାହାରୀ କୁ ମାନ୍ୟତା ଦେଇଛନ୍ତି । ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ହିନ୍ଦୁ ଧର୍ମ ରେ ମାଂସ ଖାଇବାକୁ ମନାଅଛି କି ନାହିଁ ସାଧାରଣତ ବ୍ୟକ୍ତି ଜଣଙ୍କ ଏହାକୁ ନେଇ ଗ୍ରହଣ କରି ପାରୁ ନାହାଁନ୍ତି ।

କାରଣ କିଛି ବେଦରେ ମାଂସ ଖାଇବା ତଥା ପଶୁବଳି ଦେବା ବିଷୟରେ କିଛି ଉଚିତ କଥା ବର୍ଣ୍ଣନା କରାଯାଇଅଛି । ବେଦ ଏବଂ ପୁରାଣ ହିନ୍ଦୁ ଧର୍ମ ର ମୁଖ୍ୟ ଧର୍ମଗ୍ରନ୍ଥ ଅଟେ । ବେଦ ରେ ପଶୁହତ୍ୟା ପାପ ବୋଲି କୁହାଯାଇଛି ଏବଂ ମାଂସ ଖାଇବା ସମ୍ବନ୍ଧରେ ସ୍ପଷ୍ଟ ଭାବରେ ମନାକରାଯାଇଅଛି ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଅଛି ଯେ ଚାଉଳ, ଗହମ, ଡାଲି ଭଳି ଖାଦ୍ୟ ଗ୍ରହଣ କର ।

ଏହି ଖାଦ୍ୟ ଗ୍ରହଣ କର କୌଣସି ମନୁଷ୍ୟ ସହିତ ହିଂସା କର ନାହିଁ । ଗରୁଡ ପୂରଣ ରେ ଏହା କୁହାଯାଇଅଛି ଯେ ଗାଈ ଜଗତର ମାତା ଅଟେ ଏବଂ ସେମାନଙ୍କର ରକ୍ଷାରେ ହିଁ ସମାଜର ଉନ୍ନତି ଅଛି । ମନୁଷ୍ୟ ତାଙ୍କ ସମାନର ସମସ୍ତ ଚାରି ଗୋଡିଆ ପଶୁଙ୍କୁ ଭଲ ପାଇବା କଥା । ଯେଉଁ ମଣିଷ ସାତ୍ଵିକ ଭୋଜନ କରିଥାଏ, ତାହାର ଚିନ୍ତାଧାରା ସଠିକ ରହିଥାଏ । ମାଂସ ଖାଉଥିବ ଲୋକେ ସାଧାରଣତ କୁକର୍ମ, ରୋଗୀ ଏବଂ ଅଳସୁଆ ହୋଇଥାନ୍ତି ।

ମାଳିକା ବଚନ ଅନୁସାରେ ସାତ୍ଵିକ ଆହାର ଆୟୁକୁ ବୃଦ୍ଧି, ମନକୁ ସୁଦ୍ଧ, ଏବଂ ବଳ ବୃଦ୍ଧି ତଥା ସ୍ୱାସ୍ଥ୍ୟକୁ ଫୁର୍ତ୍ତି କରିବାରେ ସାହାର୍ଯ୍ୟ କରିଥାଏ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ମହାନତା ଜୀବନ ନେବାରେ ନୁହେଁ ଜୀବନ ଦେବାରେ ରହିଥାଏ ଏହା ହିଁ ଜୀବନର ମୂଲ୍ୟ ଅଟେ ।

Leave a Reply

Your email address will not be published. Required fields are marked *