ନମସ୍କାର ଦର୍ଶକବନ୍ଧୁ ଚାଣକ୍ୟ ନୀତି ଚାଣକ୍ୟଙ୍କର ଏକ ନୀତି ଗ୍ରନ୍ଥ ଅଟେ ଯେଉଁଥିରେ ଜୀବନକୁ ସୁଖମୟ ଏବଂ ସଫଳ କରିବା ପାଇଁ ଉପଯୁକ୍ତ ଉପଦେଶ ମାନ ରହିଅଛି ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜକୁ ଜୀବନର ସମସ୍ତ କ୍ଷେତ୍ରରେ ବ୍ୟବହାରିକ ଶିକ୍ଷା ଦେବା ପାଇଁ ହୋଇଅଛି ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ କି ନିଜର ଦିବ୍ୟଦୃଷ୍ଟି ଦ୍ୱାରା ଗରିବକୁ ଧନୀ କରିବାର ସକ୍ଷମ ରଖିଛନ୍ତି ଜାଣନ୍ତୁ ସେହି ଚାଣକ୍ୟଙ୍କର କିଛି ମହତ୍ତ୍ୱପୂର୍ଣ୍ଣ ନୀତି ମାନ ଯାହାକି ଆପଣଙ୍କ କୌଣସି କାମରେ ନିଶ୍ଚିତ ଭାବରେ ଲାଗିପାରେ ବନ୍ଧୁଗଣ ଆଜିର ବିଷୟରେ ରହିଛି ଚାଣକ୍ୟଙ୍କର ସେହି ଅମୁଲ୍ୟ ନୀତି ଯେ କେଉଁ ଜିନିଷ ମାଗିବା ବା ଜବରଦସ୍ତ କରିବାରେ କେବେବି ଲଜ୍ୟା କରନ୍ତୁ ନାହିଁ ଯଦି ଆପଣ ଏହି ଜିନିଷ ମାଗିବାରେ ଲଜ୍ୟା କରୁଛନ୍ତି ତେବେ ଆପଣଙ୍କର ବହୁତ କ୍ଷତି ମଧ୍ୟ ହୋଇପାରେ ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସେହି ସବୁ ଜିନିଷ ଗୁଡ଼ିକ କଣ ହୋଇଥାଏ ଯାହାକୁ କି ମାଗିବା ପାଇଁ ଏବଂ ଜବରଦସ୍ତି କରିବା ପାଇଁ କେବେବି ଲଜ୍ୟା କରିବା ଉଚିତ ନୁହେଁ |
ପ୍ରଥମ ରେ ସ୍ୱାମୀ ସ୍ତ୍ରୀର ମଧୁର ସମ୍ପର୍କ। ସ୍ୱାମୀ ସ୍ତ୍ରୀର ପ୍ରେମ ପାଇବା ପାଇଁ ଅବା ଶା-ରୀ-ରିକ ସମ୍ପର୍କ ପାଇଁ କେବେବି ଲଜ୍ୟା କରିବା ଉଚିତ ନୁହେଁ। ସ୍ତ୍ରୀ ମାନେ ସାଧାରଣତଃ ଲଜ୍ୟାଶୀଳ ହୋଇଥାନ୍ତି ଯଦି ଏହି କ୍ଷେତ୍ରରେ ପୁରୁଷ ମଧ୍ୟ ଲଜ୍ୟା କରିଥାଏ ତେବେ ଜୀବନ ଦୁଃଖ ଏବଂ ନୈରାଶ୍ୟ ଭରା ହୋଇଯାଇଥାଏ। ସେମାନଙ୍କର ବୈବାହିକ ସମ୍ପର୍କରେ ବହୁତ ବଡ଼ ଫା-ଟ ସୃଷ୍ଟି ହୋଇଥାଏ। ଏପରିକି ତାଙ୍କ ଜୀବନରେ କେହି ତୃତୀୟ ବ୍ୟକ୍ତି ନାରୀ ଅବା ପୁରୁଷ ପ୍ରବେଶ କରି ନିଜର କବଳକୁ ନେଇଯାଇଥାଏ। ଏଥିପାଇଁ ସ୍ୱାମୀ ସ୍ତ୍ରୀର ସମ୍ପର୍କରେ କେବେବି ଲଜ୍ୟା କରିବା ଉଚିତ ନୁହେଁ।
ଦ୍ୱିତୀୟରେ ଭୋଜନ କରିବା ସମୟରେ କେବେବି ଲଜ୍ୟା କରିବା ଉଚିତ ନୁହେଁ। ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ଅନୁସାରେ ଭୋଜନ କରିବା ସମୟରେ କୌଣସି ବ୍ୟକ୍ତି ଲଜ୍ୟା କରିବା ଉଚିତ ନୁହେଁ। ବନ୍ଧୁଗଣ ଯେଉଁ ବ୍ୟକ୍ତି ଭୋଜନ କରିବା ସମୟରେ ଲଜ୍ୟା କରିଥାଏ ସେହି ବ୍ୟକ୍ତି ଭୋକରେ ହିଁ ରହିଥାଏ। ଏହା ଅତ୍ୟନ୍ତ କଷ୍ଟଦାୟକ କଥା ଅଟେ ଏବଂ ଭୋଜନ କରିବା ସମୟରେ ଲଜ୍ୟା କରିବା ମଧ୍ୟ ଭୋଜନର ଅବମାନନା ହୋଇଥାଏ।
ତୃତୀୟରେ ଗୁରୁଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଅବା କାହାରି ଠାରୁ କିଛି ଜାଣିବା ସମୟରେ କେବେବି ଲଜ୍ୟା କରିବା ଉଚିତ ନୁହେଁ। ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ନିଜ ଗୁରୁଙ୍କ ଠାରୁ ଜ୍ଞାନ ନେବା ସମୟରେ କେବେବି ଲାଜ କରିବା ଉଚିତ ନୁହେଁ କାହିଁକିନା ଯେଉଁ ବ୍ୟକ୍ତି ଜ୍ଞାନ ନେବା ସମୟରେ ଲଜ୍ୟା କରିଥାଏ ସେମାନଙ୍କର ଜ୍ଞାନ ସର୍ବଦା ଅଧା ହିଁ ରହିଥାଏ ଏବଂ ଏହିପରି ବ୍ୟକ୍ତି ଜୀବନରେ କେବେବି ସଫଳ ହୋଇପାରନ୍ତି ନାହିଁ। ଏଥିପାଇଁ କୁହାଯାଏ କି ଅଧା ଜ୍ଞାନ ପରାଜୟର କାରଣ ହୋଇଥାଏ।
ଚତୁର୍ଥରେ ବାକି ବା ଉଧାର ପଇସା ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ଅନୁସାରେ କୌଣସି ବାକି ପଇସା ବା ଉଧାର ନେଇଥିବା ପଇସା ନିହାତି ମାଗିବା ଉଚିତ ଏବଂ ଯେଉଁ ବ୍ୟକ୍ତି ନିଜର ପଇସା ମାଗିବା ପାଇଁ ଲଜ୍ୟା କରିଥାଏ ସେ କେବେବି ଧନୀ ହୋଇପାରେ ନାହିଁ। ଏହା ଦ୍ୱାରା ଆପଣ ସମ୍ପୂର୍ଣ ବର୍ବାଦ ହୋଇପାରନ୍ତି। ଏଥିପାଇଁ ବାକି ପଇସା ବା ଉଧାର ପଇସା ମାଗିବା ପାଇଁ କେବେବି ଲଜ୍ୟା କରନ୍ତୁ ନାହିଁ। କାରଣ ତାହା ଆପଣଙ୍କର ହିଁ ପଇସା ଅଟେ