ଓଡ଼ିଶାର ପାଞ୍ଚୋଟି ଖତରନାୟକ ଡ୍ୟାମ ଯାହା ନାଁ ଶୁଣିଲେ ଲୋକେ ଯିବା ପାଇଁ ଡରନ୍ତି ,ଜାଣନ୍ତୁ ଏହି Dam ସବୁଠୁ ଭୟଙ୍କର

କୌଣସି ନଦୀ କିମ୍ବା ନାଳକୁ ବନ୍ଧାଇ ସେଇଠୁ ବହି ଯାଉଥିବା ପାଣିକୁ ଗୋଟେ ଜାଗାରେ ଅଟକାଇ ସେ ପାଣିରୁ ବିଜୁଳି ଓ ଖରା ଦିନେ ଜଳ ସେଚନ କରିବା ପାଇଁ ଡ୍ୟାମ ତିଆରି ହୋଇଥାଏ । ବେଳେବେଳେ ବନ୍ୟା କାରଣରୁ ଡ୍ୟାମରେ ପାଣି ଅଧିକ ହୋଇଥାଏ । ଯାହା ଦ୍ଵାରା ଡ୍ୟାମ ଖତରନାକ ଲାଗିଥାଏ । ଆଜି ଆମେ ଜାଣିବା ଓଡିଶାର ଖତରନାକ ଡ୍ୟାମ ବିଷୟରେ କାହିଁକି ଏହି ଡ୍ୟାମ ଗୁଡ଼ିକୁ ଖତରନାୟକ କୁହାଯାଇଥାଏ

ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ହୀରାକୁଦ ଡ୍ୟାମ । ଓଡିଶାର ସମ୍ବଲପୁର ଜିଲ୍ଲା ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ହୀରାକୁଦ ଡ୍ୟାମ । ହୀରାକୁଦ ଏସିଆର ଲମ୍ବା ଡ୍ୟାମ ନାମରେ ବି ପରିଚିତ । ଏହି ଡ୍ୟାମର ଲମ୍ବ ୪.୮ କିଲୋମଟର ଓ ଏହି ଡ୍ୟାମର ଉଚ୍ଚତା ୨୦୦ ଫୁଟ । ଏ ଡ୍ୟାମରେ ସମୁଦାୟ ୯୮ଟି ଗେଟ ଅଛି । ଏ ଡ୍ୟାମରେ ପାଣି ପାଖାପାଖି ୫୫ କିଲୋମିଟର ଯାଏଁ ରହିଛି । ଯେତେବେଳେ ଲଗାତାର ବର୍ଷା ହୋଇଥାଏ ଏ ଡ୍ୟାମ ଖତରନାକ ଦେଖାଯାଏ ।

ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ଅନୁଗୁଳ ଜିଲ୍ଲାରେ ଅବସ୍ଥିତ ରେଙ୍ଗାଳି ଡ୍ୟାମ ହୀରାକୁଦ ପରେ ଏହା ହେଉଛି ଓଡିଶାର ଦ୍ଵିତୀୟ ବୃହତ୍ତମ ଡ୍ୟାମ । ଏହି ଡ୍ୟାମକୁ ୧୯୭୫ ମସିହାରେ ନିର୍ମାଣ କରଯାଇଥିଲା । ବ୍ରାହ୍ମଣୀ ନଦୀରେ ଏ ଡ୍ୟାମ କରାଯାଇଛି । ଏ ଡ୍ୟାମର ଉଚ୍ଚତା ୭୦.୫ ମିଟର ଓ ଏହି ଡ୍ୟାମର ଲମ୍ବା ୧୦୪୦ ମିଟର । ଏହି ଡ୍ୟାମ ଉପରେ ଗାଡି ଚଳେଇବା ନିଷେଧ । ଏଥିରୁ ଭାବି ପାରୁଥିବେ ଏ ଡ୍ୟାମ କେତେ ଖତରନାକ ।

ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି କଳାହାଣ୍ଡି ଜିଲ୍ଲାର ଇଦ୍ରାବତୀ ଡ୍ୟାମ । ଇନ୍ଦ୍ରାବତୀ ଡ୍ୟାମକୁ ଓଡିଶାର ପ୍ରାଣ କେନ୍ଦ୍ର ବୋଲି ମଧ୍ୟ କୁହାଯାଏ । ଏହି ଡ୍ୟାମଟି ୨୦୦୧ ମସିହାରେ ନିର୍ମାଣ ହୋଇଥିଲା । ଏହି ଡ୍ୟାମର ଉଚ୍ଚତା ୪୫ ମିଟର ଓ ଏହି ଡ୍ୟାମର ଲମ୍ବ ୫୩୯ ମିଟର । ଏ ଡ୍ୟାମରୁ ୬୦୦ ମେଗା ୱାଟର ବିଜୁଳି ବାହାରି ଥାଏ ଅଧିକ ବର୍ଷା ହେଲେ ଏ ଡ୍ୟାମ ପୁରା ଖତରନାକ ହେଇଯାଏ ।

ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଢେଙ୍କାନାଳରେ ଅବସ୍ଥିତ ସାପୁଆ ଡ୍ୟାମ । ଏହି ଡ୍ୟାମଟି ଦେଖିବା ପାଇଁ ସାପ ଭଳି ଅଙ୍କା ବଙ୍କା ଏହି ଡ୍ୟାମଟି ବହୁତ ସୁନ୍ଦର ଦେଖାଯାଏ । ଏହି ଡ୍ୟାମର ଜଳରୁ ଖରି ଫସଲ ୮୫୫ ହେକ୍ଟର ଏରିଆରେ ହୋଇଥାଏ । ଏହି ଡ୍ୟାମରେ ଗାଧୋଇବା ପାଇଁ ଅନେକ ଲୋକ ଆସିଥାନ୍ତି ଆଉ ଗାଧୋଇବା ବେଳେ କିଛି ଲୋକଙ୍କ ଜୀବନ ମଧ୍ୟ ଯାଇଛି ।

ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ସୁନ୍ଦରଗଡର ମନ୍ଦିରା ଡ୍ୟାମ । ମନ୍ଦିରା ଡ୍ୟାମ ରାଉଲକେଲାର ଏକ ପ୍ରସିଦ୍ଧ ଡ୍ୟାମ । ଏହି ଡ୍ୟାମରୁ ପାଣି ରାଉଲକେଲା ଷ୍ଟିଲ ପ୍ଳାଣ୍ଟକୁ ଯାଇଥାଏ । ଏହି ଡ୍ୟାମ ଯୋଗୁଁ ୨୪୦୦ ପରିବାର ବିସ୍ଥାପିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *