ପୁଣି ରାଜ୍ୟରେ ବଦଳିଲା ସ୍କୁଲ ଯିବା ସମୟ ,ଏଣିକି ସକାଳେ ଏହି ସମୟରେ ଖୋଲା ରହିବ ବିଦ୍ୟାଳୟ ସବୁ ଛାତ୍ର ଛାତ୍ରୀ ମାନେ ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ହୋଇଥିଲା ଏପ୍ରିଲ 2 ତାରିକ ଠାରୁ ସକାଳୁଆ ସ୍କୁଲ ହେବ ପୁଣି ସକାଳୁ ସ୍କୁଲ ଖୋଲିବା ସମୟ ପରିବର୍ତ୍ତନ କରାଯାଇଛି କଣ ଆସିଛି ଅପଡେଟ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର |ଦିନକୁ ଦିନ ରାଜ୍ୟରେ ତାପମାତ୍ରା ଉପର ମୁହଁ ହେବାରେ ଲାଗିଛି ଅସହ୍ୟ ତାତି ଏବଂ ଗରମରେ ସିଜୁଛି ସାରା ଓଡିଶା ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସ୍କୁଲ ସମୟରେ ପରିବର୍ତ୍ତନ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ |ଆଉ ଅପଡେଟ ଭାବରେ ଯାହା ଶୁଣିବାକୁ ମିଳିଛି |

ଏହିଭଳି ଭାବରେ ସବୁ ଜିଲ୍ଲାରେ ମଧ୍ୟ ସ୍କୁଲ ଖୋଲିବାର ସମୟକୁ ପରିବର୍ତ୍ତନ କରାଯାଇଛି ପିଲାର ସମସ୍ତ ସ୍କୁଲ ଟାଇମିଙ୍ଗ ବଦଳାଇ ଦିଆଯାଇଛି ଏଣିକି ସକାଳ 6.30 ରୁ 10.30 ଯାଏ ପାଠ ପଢ଼ା ଯିବ |ସେହିଭଳି ନୟାଗଡ଼ ଜିଲ୍ଲାରେ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ବୁଧବାର ସକାଳୁ ସ୍କୁଲ ସମୟରେ ପରିବର୍ତ୍ତନ ଆଣିଛନ୍ତି |

ଏପ୍ରିଲ 4 ଗୁରୁବାର ଅର୍ଥାତ ଗତ କାଲି ଠାରୁ ସକାଳ 6.30 ରୁ ପୂର୍ବାହ୍ନ 10.30 ପର୍ଯ୍ୟନ୍ତ ପାଠ ପଢ଼ାଇବା ପାଇଁ ନୟାଗଡ଼ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ପୂର୍ବରୁ ସକାଳୁ ସ୍କୁଲ 7 ରୁ ପୂର୍ବାହ୍ନ 11.30 ପର୍ଯ୍ୟନ୍ତ ଚାଲୁ ଥିଲା |ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାରେ ଖରା ପ୍ରକୋପ ବଢ଼ୁ ଥିବାରୁ ଜିଲ୍ଲା ପାଳଙ୍କ ନିର୍ଦେଶ ଅନୁସାରେ ଗୁରୁବାର ସକାଳ 6.30 ରୁ 10.30 ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବାକୁ ନିର୍ଦେଶ ଦେଇଛନ୍ତି |

ଏହି ନିୟମ ଗୁରୁବାର ଠାରୁ ଲାଗୁ ହେବା ନେଇ ଚିଠି ନମ୍ବର 2970 ରେ ନିର୍ଦେଶ ରହିଛି ଜିଲ୍ଲାର ସରକାରୀ ଏବଂ ବେସରକାରୀ ସ୍କୁଲ ପାଇଁ ଏହି ନିୟମ ଲାଗୁ ହୋଇଛି |ତେବେ କଲେଜ ପାଇଁ ନିୟମ ଲାଗୁ କରାଯାଇ ନାହିଁ ଜିଲ୍ଲାରେ ପ୍ରାୟ 5 ଦିନ ହେବ 40 ଡିଗ୍ରୀ ତାପମାତ୍ରା ରହୁଛି |

ଏକାଧିକ ସ୍ଥାନରେ 41 ଡିଗ୍ରୀ ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି |ଏହିଭଳି ଭାବରେ ସ୍କୁଲରେ ଛାତ୍ର ଛାତ୍ରୀ ପୂର୍ବାହ୍ନ 11.30 ରେ ଫେରିବା ବେଳେ ହଇରାଣ ହେଉଛନ୍ତି ଏଥିପାଇଁ କିଛି ଜିଲ୍ଲାରେ ବର୍ତ୍ତମାନ ସ୍କୁଲ ଖୋଲିବା ଏବଂ ବନ୍ଦ ହେବା ନେଇ ପରିବର୍ତ୍ତନ କରାଯାଇଛି |

Leave a Reply

Your email address will not be published. Required fields are marked *