Vastu tips : ଘର ଚାରିପଟେ କଣ ରହିଲେ ଧନର ବର୍ଷା ହୋଇଥାଏ ଏବଂ କେଉଁ ସବୁ ବୃକ୍ଷ ରହିଲେ ଅଶୁଭ ହୋଇଥାଏ ,ଭୟଙ୍କର କଥା ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ବାସ୍ତୁଶାସ୍ତ୍ର ଅନୁସାରେ ଘରର ଅଗଣା ଏବଂ ଚାରିପାଖରେ କଣ ସବୁ ରହିଲେ ଘରକୁ କାଙ୍ଗାଳ ଘଟିଥାଏ ଏବଂ କଣ ସବୁ ରହିଲେ ଧନ ଏବଂ ଐଶ୍ଵର୍ଯ୍ୟ ମିଳିଥାଏ ଏହି ବିଷୟରେ ଆସନ୍ତୁ ଜାଣିବା |ପ୍ରଥମେ ଆସନ୍ତୁ ଜାଣିବା ଘରର ଚାରି ପାଖରେ କେଉଁ ସବୁ ଜିନିଷ ରହିଲେ କି ପ୍ରକାରର ସମସ୍ୟା ମାନ ଆସିଥାଏ ବନ୍ଧୁଗଣ ପୂର୍ବ ଉତ୍ତର ପଶ୍ଚିମରେ ତେନ୍ତୁଳି ଗଛ ରହିବା ଦ୍ୱାରା ଗୃହରେ ନାନା ପ୍ରକାର ସମସ୍ୟା ମାନ ଦେଖା ଦେଇଥାଏ ତେନ୍ତୁଳି ଗଛ ଏମିତି ଏକ ନାକରାତ୍ମକ ଗଛ ଏଥିରେ ସମସ୍ତ ପ୍ରକାର ନାକରାତ୍ମକତା ଭରି ରହିଥାଏ ଏବଂ ପୂର୍ବ ପୁରୁଷଙ୍କ ମତରେ ତେନ୍ତୁଳି ଗଛରେ ଭୁତ ପ୍ରେତ ପିଶାଚ ବାସ କରିଥାଆନ୍ତି କାରଣ ତେନ୍ତୁଳି ଗଛ ଏମାନଙ୍କର ବେଶୀ ପ୍ରିୟ ଗଛ ତେଣୁ ଘରର ଚାରିପଟେ ତେନ୍ତୁଳି ଗଛ ରହିବା ଅତ୍ୟନ୍ତ ଅଶୁଭ ହୋଇଥାଏ |

ଘରର ଚାରିପଟେ କଣ୍ଟା ଜାତୀୟ ଗଛ ରହିବା ବାସ୍ତୁ ଚାରିପଟେ ଅଶୁଭ ହୋଇଥାଏ ଯେପରିକି ବରକୋଳି ଗଛ ,ନାଗ ଫେଣି ଗଛ ସିଜୁ କଣ୍ଟା ଗଛ ଏହା ସବୁ ଘରର କୌଣସି ଦିଗରେ ରହିବା ଅଶୁଭ ହୋଇଥାଏ ଏବଂ ଘରକୁ ଅଶୁଭ ଫଳ ଦେଇଥାଏ ଏହା ସହିତ ଡିମିରି ଗଛ ଏବଂ ଆତ ଗଛ ମଧ୍ୟ ଘରର ନିକଟରେ ରହିଲେ ଏହା ଘର ପ୍ରତି ଅନେକ ଅଶୁଭ ହୋଇଥାଏ |

ବନ୍ଧୁଗଣ ଘରର ଦକ୍ଷିଣ ପଶ୍ଚିମରେ କୂପ,ନଳକୂପ ,ଗାଡ଼ିଆ ,ପୋଖରୀ ଏହା ସବୁ ରହିଲେ ଘରର ଲୋକ ମାନଙ୍କର ମାନସିକ ଅଶାନ୍ତି ବୃଦ୍ଧି ପାଇଥାଏ ଏବଂ ମାନସିକ ରୋଗ ମଧ୍ୟ ବୃଦ୍ଧି ପାଇଥାଏ ଏବଂ ଧନହାନୀ ଦରିଦ୍ରତା ମଧ୍ୟ ଦେଖିବାକୁ ମିଳିଥାଏ ଏହାର ପ୍ରତିକାର ପାଇଁ ଘରର ଚାରିପାଖରେ ତୁଳସୀ ଗଛ ଲଗାଇ ଦିଅନ୍ତୁ ଏବଂ କିଛି ଅରଖ ଗଛ ଲଗାଇ ଦିଅନ୍ତୁ |

ଘରର ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଦେବ ଦାରୁ ଗଛ ଏବଂ ଗୁଆ ଗଛ ଲଗାଇବା ଦ୍ୱାରା ଘରକୁ ଅନେକ ଶୁଭ ଶକ୍ତି ଏବଂ ସାକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ ସମସ୍ତ ନକାରାତ୍ମକତା ଦୂର କରିଥାଏ |

ଘରର ଉତ୍ତର ପୂର୍ବ କୋଣରେ ଏବଂ ଐଶ୍ୱନ୍ୟ କୋଣରେ ଡାଳିମ୍ବ ଗଛ ଏବଂ ବେଲ ଗଛ ଲଗାଇବା ଦ୍ୱାରା ଘରକୁ ଅନେକ ଶୁଭ ଶକ୍ତି ବା ସକାରତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ ଘରେ ଥିବା ସମସ୍ତ ସମସ୍ୟା ମାନ ଦୂର ହୋଇଥାଏ |

Leave a Reply

Your email address will not be published. Required fields are marked *