ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ବଡ଼ ସୂଚନା ,ଏହି ସବୁ ଜିଲ୍ଲାକୁ ପ୍ରବଳ ଛେଚିବ କାଳବୈଶାଖୀ ବର୍ଷା ,ସତର୍କ ସୂଚନା ଦେଲେ IMD

ନମସ୍କାର ଦର୍ଶକବନ୍ଧୁ ପାଣିପାଗ କେନ୍ଦ୍ରରୁ ଆସିଥିବା ସୂଚନା ମୁତାବକ ରାଜ୍ୟ ଉପରେ ବର୍ତ୍ତମାନ ଏକ ପଶ୍ଚିମାଝଡ଼ ସକ୍ରିୟ ହୋଇଥିବା ବେଳେ ବାୟୁ ମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି ଏହା ସହିତ ଉପକୂଳ ଓଡ଼ିଶାରେ ମଧ୍ୟ ଏକ ଗୁରୁଚାପ ବଳୟ ମଧ୍ୟ ସକ୍ରିୟ ରହିଛି ଏଥିପାଇଁ ଆଜିକୁ ପ୍ରଚୁର ମାତ୍ରାର ଜଳୀୟ ବାସ୍ପ ବାୟୁ ପ୍ରବେଶ କରୁଛି |ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ବର୍ଷା ପାଇଁ ପାଗ ମଧ୍ୟ ଅନୁକୂଳ ରହିଛି |

ତେବେ ଆଜି ସକାଳୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡ଼ିକରେ କାଳବୈଶାଖୀ ବର୍ଷା ସକାଳୁ ସକାଳୁ ଦେଖା ଯାଇଥିଲା ଏପଟେ ଆସନ୍ତା କିଛି ଦିନ ଏହି ଭଳି ପାଗ ଲାଗି ରହିବ |ତେବେ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ଝଡ଼ ବର୍ଷା ଲାଗି ରହିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି |

ଏହି ଜିଲ୍ଲା ଗୁଡ଼ିକ କଣ କଣ ଆସନ୍ତୁ ଜାଣିବା ଓଡିଶାର ବିଭିନ୍ନ ସ୍ଥାନରେ ପଶ୍ଚିମାଝଡ଼ ପ୍ରଭାବରେ ମେଘୁଆ ପାଗ ସହିତ ହାଲୁକା ଧରଣର ବର୍ଷା ମଧ୍ୟ ଲାଗି ରହିଛି କଟକ ଏବଂ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ଲାଗି ରହିଛି ଅନ୍ୟପଟେ ଏଥର ଶୀଘ୍ର ଆସିପାରେ ମୌସୁମୀ ଏହା ସହିତ ଏଥର ରାଜ୍ୟରେ ମୌସୁମୀ ଜନିତ ବର୍ଷା ଶୀଘ୍ର ହୋଇପାରେ |

ଭାରତୀୟ ପାଣିପାଗ ବିଭାଗ IMD ପକ୍ଷରୁ ମୌସୁମୀ ଋତୁ ପାଇଁ ଏହା ପାଇଁ ପୂର୍ବାନୁମାନ ଜାରି କରାଯାଇଛି |ରାଜ୍ୟର ଅନେକ ସ୍ଥାନରେ ବୃଷ୍ଟିପାତ ଅଧିକ ପରିମାଣରେ ହେବ ଆସନ୍ତା 24 ଘଣ୍ଟା ମଧ୍ୟରେ ମାଲକାନଗିରି ,ଗଞ୍ଜାମ ,ଗଜପତି ,ଖୋର୍ଦ୍ଧା ,ପୁରୀ ,ଜଗତସିଂହ ପୁର ,କେନ୍ଦ୍ରାପଡ଼ା ,ଭଦ୍ରକ ,ଯାଜପୁର ଏବଂ ବାଲେଶ୍ୱର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି |

Leave a Reply

Your email address will not be published. Required fields are marked *