ଆଶ୍ଚର୍ଯ୍ୟ ଜନକ ଖୁଲାସା ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ ସାମି | ଏ ନେଇ ବଡ଼ ଖୁଲାସା ସାମ୍ନାକୁ ଆସିଛି। ସାମି ଏବେ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସରେ ସେ ଡ୍ରେସିଂ ରୁମରେ ଦେଖାଦେଇ ପାରନ୍ତି ବୋଲି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି। ତେବେ ସାମି ଟିମ୍ ଇଣ୍ଡିଆକୁ ଫେରିବା ତାଙ୍କର ଅଗଣିତ ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର ହୋଇଥିବା ବେଳେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ।
ଉକ୍ତ ଖବରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କଣ ସତରେ ନିଜ ଜୀବନ ହାରିଥାନ୍ତେ ମହମ୍ମଦ ଶାମି ଉକ୍ତ ଖୁଲାସା ଶାମିଙ୍କ ଆତ୍ମହତ୍ୟା ସହ ଜଡ଼ିତ ରହିଛି। ଶାମିଙ୍କର ଜଣେ ନିକଟତମ ବନ୍ଧୁ ଉମେଶ କୁମାର ଏହି ଖୁଲାସା କରିଛନ୍ତି। ଶୁଭଙ୍କର ମିଶ୍ରଙ୍କ ପଡକାଷ୍ଟ ‘ଅନପ୍ଲଗଡ’ରେ ଉମେଶ ତାଙ୍କର ବନ୍ଧୁ ଶାମିଙ୍କ ନେଇ ଏଭଳି ଖୁଲାସା କରିଛନ୍ତି। ନିଜ ଉପରେ ଆସିଥିବା ମ୍ୟାଚ ଫିଲିଂ ଅଭିଯୋଗକୁ ନେଇ ଶାମି ଚିନ୍ତିତ ରହିଥିଲେ। ପତ୍ନୀ ହସୀନ ଜହାଁଙ୍କ ଅଭିଯୋଗ କାରଣରୁ ଶାମି ବହୁମାତ୍ରାରେ ଭାଙ୍ଗିପଡ଼ିବା ସହିତ ମାନସିକ ସ୍ତରରେ ଅବସାଦ ଘେରକୁ ଚାଲିଯାଇଥିଲେ।
ପାକିସ୍ତାନ ଠାରୁ ମ୍ୟାଚ ଫିଟିଂ କରିଥିବା ଅଭିଯୋଗ ଶାମିଙ୍କ ରାତିର ନିଦ ହଜାଇ ଦେଇଥିଲା। ଶାମି ସବୁକିଛି ସହ୍ୟ କରିପାରନ୍ତି, ମାତ୍ର ମ୍ୟାଚ ଫିଙ୍ଗି ଅଭିଯୋଗକୁ କଦାପି ବରଦାସ୍ତ କରିପାରିବେ ନାହିଁ ବୋଲି ଉମେଶ କହିଥିଲେ। ମ୍ୟାଚ ଫିକ୍ଷି ଅଭିଯୋଗ ଆସିବା ରାତିରେ ଶାମି ନିଜ ସହ କିଛି ଖରାପ କରିବାକୁ ଚିନ୍ତା କରୁଥିଲେ। ସମ୍ଭବତଃ ସେ ନିଜକୁ ସମାପ୍ତ କରିବାକୁ ଭାବୁଥିଲେ। ପାହାନ୍ତା ୪ଟା ସମୟରେ ଉମେଶ ପାଣି ପିଇବାକୁ ଉଠିଥିବା ସମୟରେ ଶାମି ୧୯ତମ ଫ୍ଲୋରର ବାଲକୋନୀରେ ଛିଡ଼ା ହୋଇରହିଥିଲେ।
ସେହି ରାତି ଶାମିଙ୍କ ପାଇଁ ଅତ୍ୟନ୍ତ ଭୟାନକ ଓ ଦୀର୍ଘ ରହିଥିଲା। ଯେଉଁଦିନ ଶାମିଙ୍କ ମୋବାଇଲକୁ ତାଙ୍କର କ୍ଲିନଚିଟ୍ ନେଇ ମେସେଜ୍ ଆସିଥିଲା ସେଦିନ ଶାମି ବହୁତ ଖୁସିଥିଲେ ବୋଲି ଉମେଶ କହିଛନ୍ତି। ସେହି ସମୟର ଖୁସି ଶାମିଙ୍କ ପାଇଁ ବିଶ୍ୱକପ୍ ଜିତିବାର ଖୁସି ପରି ଥିଲା ବୋଲି ଉମେଶ କହିଥିଲେ।