Janiba katha : କେଉଁ ମାସରେ ଘର ତିଆରି କଲେ ଘରେ ଧନ ବୃଦ୍ଧି ହୁଏ, ଜାଣି ନିୟନ୍ତୁ ଆଉ କେବେବି ଭୁଲ ସମୟରେ ଘର ଆରମ୍ଭ କରନ୍ତୁ ନାହିଁ

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା କେଉଁ ମାସରେ ଘର ତିଆରି କଲେ ଆମେ ଘରେ ସୁଖ ଶାନ୍ତିରେ ରହିବା। ଦର୍ଶକ ବନ୍ଧୁ ଘର ଗୋଟିଏ ଏମିତି ଜିନିଷ ଠିକ୍ ଜାଗାରେ ଠିକ୍ ମାସରେ ଯଦି ଆପଣ ଘର ନକଲେ ତାହେଲେ ଘରେ ଅନର୍ଥ ଅଶାନ୍ତି ଲାଗି ରହିଥାଏ ଏବଂ ବୋହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ଘର ତିଆରି କରି ମଧ୍ୟ ତାହାକୁ ସମ୍ପୂର୍ଣ୍ଣ କରି ପାରନ୍ତି ନାହିଁ କାରଣ ସେମାନେ ଭୁଲ୍ ମାସରେ ଆରମ୍ଭ କରିଥାନ୍ତି। ତେବେ ଦର୍ଶକ ବନ୍ଧୁ ଅନେକ ଲୋକ ଅଛନ୍ତି ଯେଉଁମାନେ କିଛି ନକରି ଘର କରିଦେଇଥାନ୍ତି କିନ୍ତୁ ଏହା ଭୁଲ୍ ହୋଇଥାଏ ତେବେ ଦର୍ଶକ ବନ୍ଧୁ ଯଦି ଘର କରିବା ପାଇଁ ଯାଉଛନ୍ତି ତେବେ ଏହି ମାସରେ ତିଆରି କରନ୍ତୁ ଯାହା ଫଳରେ ଆପଣଙ୍କ ଘର ତିଆରିରେ କୌଣସି ଅସୁବିଧା ଆସିବ ନାହିଁ ଏବଂ ଘର ତିଆରି ହୋଇ ସରିବା ପରେ ଆପଣଙ୍କ ଘରେ ସୁଖ ଶାନ୍ତି ଲାଗି ରହିବ।

ଦର୍ଶକ ବନ୍ଧୁ ଏହି କଥାର ଧ୍ୟାନ ରଖନ୍ତୁ ଯେତେବେଳେ ଆପଣ ଘର କରୁଛନ୍ତି ପ୍ରଥମେ ଜଣାଶୁଣା ଜ୍ୟୋତିଷ ମାନଙ୍କ ଠାରୁ ପଚାରି ବୁଝନ୍ତୁ କିମ୍ବା ଆଜିକାଲି ଅନେକ ଅଫିସ୍ ଖୋଲା ହୋଇ ସାରିଲାଣି ଅନେକ ଇଞ୍ଜିନିୟର ମାନେ ଘରର ପ୍ଲାନ୍ ବିଷୟରେ ଜଣାଇ ଦେଉଛନ୍ତି ଆପଣ ତାଙ୍କର ପରାମର୍ଶ ନିଅନ୍ତି ଯାହା ଫଳରେ ଆପଣ ଆପଣଙ୍କ ଘରକୁ ଠିକ୍ ଭାବରେ ବନାଇ ପାରିବେ। ଦର୍ଶକ ବନ୍ଧୁ ଘରର ମୁଖ୍ୟଦ୍ବାର ସବୁବେଳେ ମନେରଖନ୍ତୁ ପୂର୍ବ ମୁଖ କିମ୍ବା ଉତ୍ତର ମୁଖ କରନ୍ତୁ ଏହା ସବୁଠାରୁ ଭଲ ହୋଇଥାଏ କିନ୍ତୁ ଯଦି ଆପଣଙ୍କର ସେମିତି ସୁବିଧା ନାହିଁ ତାହେଲେ ଆପଣ ଅନ୍ୟ ପଟକୁ କରିପାରିବେ। ତେବେ ଚାଲନ୍ତୁ ଜାଣିବା କେଉଁ ମାସରେ ଆପଣଙ୍କ ଘର ଆରମ୍ଭ କଲେ ଆପଣଙ୍କର ଘରେ କଣ କଣ ଘଟିବ।

ଯଦି ବୈଶାଖ ମାସରେ ଆପଣ ଗୃହ ଆରମ୍ଭ କରୁଛନ୍ତି ତେବେ ଧନ, ରତ୍ନ ଲାଭ ଏବଂ ଉନ୍ନତି ମଧ୍ୟ ହୋଇଥାଏ ନିଶ୍ଚିତ ବୈଶାଖ ମାସରେ ଆପଣମାନେ ଘର ତିଆରି କରନ୍ତୁ ଆପଣଙ୍କ ଧନ ରତ୍ନ ଲାଭ ଏବଂ ଉନ୍ନତି ହେବ। ଜ୍ୟେଷ୍ଠ ମାସରେ ଗୃହ ଆରମ୍ଭ କରୁଛନ୍ତି ତାହେଲେ ଗୃହ କର୍ତ୍ତାର ମୃତ୍ୟୁ କାର୍ଯ୍ୟରେ ବାଧା ହେବ। ବୋହୁତ ଲୋକଙ୍କୁ ଆପଣମାନେ ଦେଖିଥିବେ ଯେଉଁମାନେ ଘର ଅଧା କରିଛନ୍ତି ଏହାକୁ ସଂପୂର୍ଣ୍ଣ କରି ପାରୁନାହାଁନ୍ତି ତେବେ ସେମାନେ ଏମିତି କୌଣସି ମାସରେ ଘର ଆରମ୍ଭ କରିଥିବା ଯାହାଦ୍ଵାରା ସେ ଘର କରିପାରିବେ ନାହିଁ ଏବଂ ସେ ଘର ମଧ୍ୟ ସଂପୂର୍ଣ୍ଣ ହେବ ନାହିଁ ସେଥିପାଇଁ ଜେଷ୍ଠ ମାସରେ ଭୁଲ୍ ରେ ମଧ୍ୟ ଘର ତିଆରି କରନ୍ତୁ ନାହିଁ ଏହା କରିବା ଦ୍ବାରା ଯିଏ ଗୃହକର୍ତ୍ତା ଅଟନ୍ତି, ଯାହାଙ୍କ ପଇସାରେ ଘର ଚାଲୁଛି ତାଙ୍କର ମୃତ୍ୟୁ ହେବାର ସମ୍ଭାବନା ଥିବା ସହିତ କାର୍ଯ୍ୟରେ ମଧ୍ୟ ତାଙ୍କର ବାଧା ସୃଷ୍ଟି ହେବ।

ଆଷାଢ଼ ମାସରେ ଯଦି ଆପଣମାନେ ଘର ତିଆରି କରୁଛନ୍ତି ତାହେଲେ ଧନ ପ୍ରାପ୍ତି ଏବଂ ଗୃହପାଳିତ ପଶୁମାନଙ୍କର ବୃଦ୍ଧି ହେବ ନିଶ୍ଚିତ ଭାବରେ ଆପଣମାନେ ଯଦି ଆଷାଢ଼ ମାସରେ ଘର କରୁଛନ୍ତି ତେବେ ନିଶ୍ଚିତ ଧନ ଓ ଗୃହପାଳିତ ପଶୁ ଯଦି ଆପଣ ରଖିବେ ସେଥିରେ ଆପଣଙ୍କର ବୃଦ୍ଧି ହେବ। ଶ୍ରାବଣ ମାସରେ ଯଦି ଆପଣ ଘର କରିବେ ତାହେଲେ ସବୁ କାର୍ଯ୍ୟ ଆପଣଙ୍କର ସିଦ୍ଧି ହେବ। ଭାଦ୍ରବ ମାସ ଯଦି ଆପଣ ଘର କରିବେ ତାହେଲେ ସର୍ବ କାର୍ଯ୍ୟ ମଧ୍ୟ ଆପଣଙ୍କର ସିଦ୍ଧି ହେବଓ ଆଶ୍ୱିନ ମାସରେ ଯଦି ଆପଣ ଘର ତିଆରି କରିବେ ତେବେ କାୟା ନଷ୍ଟ ଏବଂ ରୋଗ ବୃଦ୍ଧି ହେବ। କାର୍ତ୍ତିକ ମାସରେ ଯଦି ଆପଣ ଘର ତିଆରି କରିବେ ତାହେଲେ ମନେରଖନ୍ତୁ ଚୋରଙ୍କର ଭୟ ଥାଏ, ନିଶ୍ଚିତ ଆପଣଙ୍କ ଘରେ କୌଣସି ନା କୌଣସି ସୂତ୍ରରୁ ଚୋରି ହୋଇଯାଇପାରେ।

ମାର୍ଗଶିର ମାସରେ ଯଦି ଆପଣ ଘର କରନ୍ତି ତାହାହେଲେ ଧନଧାନ୍ୟ ବୃଦ୍ଧି ହୁଏ। ଯଦି ମାର୍ଗଶିର ମାସରେ ଆପଣ ଘର କରନ୍ତି ଏହି ମାସରେ ମାତା ଲକ୍ଷ୍ମୀଙ୍କର ପୂଜା ହୋଇଥାଏ ତେଣୁ ମାର୍ଗଶିର ମାସରେ ଘର କରିବା ସବୁଠାରୁ ଭଲ ହୋଇଥାଏ। ପୌଷ ମାସରେ ଯଦି ଆପଣ ଘର କରିବେ ତାହେଲେ ଚୋର ଭୟ ରହିଥାଏ ସେଥିପାଇଁ ଆପଣ ପୌଷ ମାସରେ ଘର କେବେ କରନ୍ତୁ ନାହିଁ। ମାଘମାସ ଯଦି ଆପଣ ଘର କରିବେ ତାହେଲେ ନିଶ୍ଚିତ ଆପଣଙ୍କ ଅଳଙ୍କାର କୌଣସି ନା କୌଣସି ସୂତ୍ରରୁ ମିଳିପାରେ। ଫାଲଗୁନ ମାସରେ ଯଦି ଆପଣ ଘର ତିଆରି କରିବେ ତାହେଲେ ସୁବର୍ଣ୍ଣ ଲାଭ ଏବଂ ଧନ ଲାଭ ମଧ୍ୟ ହୋଇଥାଏ। ଚୈତ୍ର ମାସରେ ଯଦି ଆପଣ ଘର କରିବେ ତାହେଲେ ସବୁବେଳେ ଦୁଃଖ କଷ୍ଟରେ ରହିବେ ତେଣୁ ଆପଣ ଏହି ମାସରେ କେବେବି ଘର ତିଆରି କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *