School ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଯୋଜନା, ଯାହାକୁ ସମେସ୍ତେ ଜାଣିରଖିବା ନିହାତି ଜରୁରୀ !!

ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ରହିଛି କିଛି ନୂଆ ସୂଚନା ତେବେ ଆସନ୍ତୁ ଜାଣିବା କଣ ରହିଛି ନୂଆ ସୂଚନା | ଏଣିକି ରାଜ୍ୟର ସମସ୍ତ ସର କାରୀ ସ୍କୁଲରେ ତିଥି ଭୋଜନ ଆୟୋଜନ ହେବ। ପିଏମ୍ ପୋଷଣ ସ୍କିମ୍ଅ ଧୀନରେ ହେବାକୁ ଥିବା ଏହି ତିଥି ଭୋଜନ ୧୦୦ଦିନ ମଧ୍ୟରୁ ଗୋଟିଏ ଦିନରେ କରାଯିବା ତିଥି ଭୋଜନ ମାଧ୍ୟମରେ ସ୍କୁ ଲ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଓ ସ୍ବାସ୍ଥ୍ୟକର ଖାଦ୍ୟ ପରଶାଯିବ।

ଏଥିରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସମେତ ବିଭିନ୍ନ ସାମାଜିକ ଗୋଷ୍ଠୀର ସଦସ୍ୟମାନେ ଅଂଶଗ୍ରହଣ କରି ତିଥି ଭୋଜନର ଉପକାରିତା ବଖାଣିବେ। ଏନେଇ ପିଏମ୍ ପୋଷଣ ସ୍କିମ୍, ଷ୍ଟେଟ୍ ନୋଡାଲ ଅଫିସର ର୍ଘୁରାମ ଆର ଆୟାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ତିଥି ଭୋଜନ ଯେ କୌଣସି ମହତ୍ତ୍ଵପୂର୍ଣ ଦିବସରେ ପାଳନ ହେବ। ତାହା ରାଜ୍ୟ ପ୍ରତିଷ୍ଠା ଦିବସ (ଉତ୍କଳ ଦିବସ ), ମହାପୁରୁଷଙ୍କ ଜୟନ୍ତୀ କିମ୍ବା ଶିକ୍ଷକ, ଛାତ୍ର ଛାତ୍ରୀଙ୍କ ଜନ୍ମଦିନରେ ହୋଇପାରିବ।

ଏହାଦ୍ଵାରା ପୁଷ୍ଟି କର ଖାଦ୍ୟର ଗୁରୁତ୍ବ, ଦୈନନ୍ଦିନ ଭୋଜନରେ ଏସବୁ ସେବନ କରିବାକୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସଚେତ ନତା କରାଯିବ। ଖାଦ୍ୟରେ ସବୁଜ ପତ୍ର ପରିବା, ତଟକା ଫଳ, ସ୍ବଚ୍ଛ ଜଳ, ମାଣ୍ଡିଆକୁ ସାମିଲ କରାଯିବ। ଖାଦ୍ୟ ରୋଷେଇ କଲା ବେଳେ ସ୍ବଚ୍ଛତାକୁ ଗୁରୁତ୍ବ ମିଳିବ। ନୁଡଲ୍ସ, ଚିପ୍ସ, ଚକୋଲେଟ୍ ଭଳି ଜଙ୍କଫୁଡ୍ଖା ଇବାରେ ଅଭ୍ୟସ୍ତ ନ ହେବାକୁ କୁହାଯିବ। ସେହିପରି ଖାଦ୍ୟ ରକ୍ଷା ସରିଲା ପରେ ପ୍ରଥମେ ଉପସ୍ଥିତ ଥିବା ଶିକ୍ଷକ କିମ୍ବା ରୋଷେୟା ତାହାର ମାନ ଯାଞ୍ଚ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *