ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଘୋଷଣା ବର୍ତ୍ତମାନ ଯାହାବି କିଛି ନୂଆ ଅପଡେଟ ଆସିଛି ତାହା ସମସ୍ତେ ଜାଣି ରଖିବା ଜରୁରୀ ବିଦ୍ୟାଳୟଗୁଡ଼ିକର ଭିଭିଭୂମି ଏବଂ ଶୈକ୍ଷିକ ଗୁଣବତ୍ତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ଯୋଜନା ବା ପିଏମ୍ ସ୍କୁଲ ଯୋଜନା ଆରମ୍ଭ ହୋଇଛି।
ରାଜ୍ୟର ପ୍ରାୟ ୮ଶହ ବିଦ୍ୟାଳୟ ଏଥିରେ ଉପକୃତ ହେବେ। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଓ ରାଜ୍ୟ ଶିକ୍ଷା ବିଦ୍ୟାଳୟକୁ ପିଏମ୍ ଶ୍ରୀ ସ୍କୁଲରେ ବିକଶିତ କରାଯିବାର ପ୍ରାବଧାନ ରହିଛି । ଏହି ସ୍କୁଲଗୁଡ଼ିକରେ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପ୍ରସ୍ତୁତ ପାଠ୍ୟକ୍ରମ ପଢ଼ାଯିବ।
ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ସହ ମନୋବଳ ବଢ଼ାଇବାକୁ ପ୍ରାଥମିକତା ଦିଆଯିବ। କଳା, ସାହିତ୍ୟ ବିଜ୍ଞାନରେ ସୃଜନଶୀଳତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବଢ଼ାଇବା ପାଇଁ ପିଏମ୍ଶ୍ରୀ ଯୋଜନାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ
ଆଇସିଟି, ଡିଜିଟାଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଲଙ ଟୁଲୁ ଆଦିର ବ୍ୟବସ୍ଥା ରହିବ। ସେହିପରି ବାଲବାଟିକାରେ ପ୍ରାରମ୍ଭିକ ଶିଶୁଯତ୍ନ ଶିକ୍ଷା ରହିବ। ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଦୂରତାକୁ ହ୍ରାସ କରିବ