ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର ,ସରକାର କଲେ ନୂଆ ନିୟମ ସବୁ Student ମାନେ ଶୀଘ୍ର ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହାକୁ ସ୍କୁଲ ଛାତ୍ର ଓ ଛାତ୍ରୀ ମାନେ ଶୁଣିବା ନିହାତି ଆବଶ୍ୟକ ତାହେଲେ ଡେରି ନକରି ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ଖବର। ଏବେ ଏବେ ଆସିଲା ଏକ ଖବର ଯେଉଁଥିରେ ସୂଚନା ମିଳିଛି ଯେ ରାଜ୍ୟର ସବୁ ବିଦ୍ୟାଳୟ ହେବ ହାଇଟେକ୍ ବିଦ୍ୟାଳୟର କୌଣସି ତଥ୍ୟ ଆଉ କାଗଜରେ ଲେଖା ଯିବ ନାହିଁ।

ଏବେ ଏହି ସବୁ ତଥ୍ୟ ଟେବଲେଟରେ ଅପଲୋଡ ହେବ ଏଥିରେ ପିଲା ଓ ଶିକ୍ଷକଙ୍କ ଉପସ୍ଥାପନ ଠାରୁ ଆରମ୍ଭ କରି ସ୍କୁଲର ଆର୍ଥିକ କାରବାର ପର୍ଯ୍ୟନ୍ତ ରହିବ । ଏହା ଦ୍ବାରା ସ୍କୁଲ ସିଧା ସଡ଼କ ସଚିବାଳୟ ସହ ଯୋଡ଼ି ହୋଇଯିବ ଏବଂ ମନ୍ତ୍ରୀ, ସଚିବ ସ୍କୁଲ ନଯାଇ କାର୍ଯ୍ୟ ନିରୀକ୍ଷଣ କରିପାରିବେ ।

ସେଥି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଓଡ଼ିଶା ଶିକ୍ଷାକାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ସେଥି ପାଇଁ ସବୁ ସ୍କୁଲକୁ କରାଯାଇଛି ଗୋଟେ ଲେଖାଏ ଟାବଲେଟ୍ । ଏକ ଘରୋଇ ସଂସ୍ଥାକୁ ଟାବ୍ ଯୋଗାଇଦେବାକୁ ଚିଠି କରାଯାଇଛି ଆଗରୁ କେବଳ ପ୍ରାଥମିକ ଶିକ୍ଷକଙ୍କୁ ଟାବ୍ ବଣ୍ଟନ କରାଯାଇଥିଲା ।

ଏବେ କିନ୍ତୁ ରାଜ୍ୟର ସବୁ ବିଦ୍ୟାଳୟ ତଥ୍ୟ ନିରୀକ୍ଷଣ କରିବାକୁ ଏହି ଯୋଜନା ଆରମ୍ଭ କରା ଯାଇଛି । ଏ ନେଇ ଏସ୍ଓପି ଜରିକରି ଥିବା ସୂଚନାକୁ ସବୁ ବ୍ଲକ୍ ସ୍ତରୀୟ ଶିକ୍ଷା ଅଧିକାରୀ ମାନେ ପାଳନକରିବାକୁ ଆଦେଶ କରା ଯାଇଛି।

Leave a Reply

Your email address will not be published. Required fields are marked *