ସୃଷ୍ଟି ହେଲା ଭୟଙ୍କର ଘୂର୍ଣ୍ଣିବଳୟ ଆଣିବ ଜଳ ପ୍ରଳୟ ଝଡ଼ ବର୍ଷା ନେଇ ବିଜେପି ସରକାରଙ୍କ ଘନ ଘନ ବୈଠକ । ଏହି ସବୁ ଜିଲ୍ଲାକୁ ଚେତାବନୀ ଭାଙ୍ଗିବ ଘର ଦ୍ୱାର ପ୍ରବଳ ବର୍ଷା ହେବ ରାସ୍ତାରେ ପାଣିଚାଲିବ ଆଣିବ ବନ୍ୟା ସ୍ତିତି । ହଁ ଦର୍ଶକବନ୍ଧୁ ରାଜ୍ୟରେ ଦୁଇଦିନ ଧରି ଲଗାଣ ବର୍ଷା ଲାଗିରହିଛ ଆଉ ଠିକ ଏତିକି ବେଳେ ଭୟଙ୍କର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହା ଆଣିବା ଜଳ ପ୍ରଳୟ ବୋଲି ଅନୁମାନ କରାଯାଉଛି ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାଇ ଆଜିଠାରୁ ରାଜ୍ୟରେ ଲଗାଣ ବର୍ଷାର ସମ୍ଭାବନା ରହିଛି ।
ତେବେ ଜୁନ୍ ପହିଲାରୁ ୨୫ ତାରିଖ ସୁଦ୍ଧା ରାଜ୍ୟରେ ୯୪.୬ ମି.ମି ସ୍ଵାଭାବିକ ବର୍ଷା ହେବା କଥା; କିନ୍ତୁ ୪୨ ପ୍ରତିଶତ କମ୍ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ପଛେଇଛି। ଆଗକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୪ଦିନ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ଆଉ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏପରିକି କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେସବୁ ଜିଲାକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନରେ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇଛି । ସବୁଠୁ ଅଧିକ ବର୍ଷା ୪୯.୨ମି.ମି ରେକର୍ଡ ହୋଇଥିବା ବେଳେ ନୟାଗଡ ୨୪ମି.ମି, ଦାରିଙ୍ଗବାଡି ୨୨ମି.ମି., ଚାନ୍ଦବାଲି ୨୨.୮ ମି.ମି. କେନ୍ଦୁଝର ୪.୭ ମି.ମି. ଭଦ୍ରକ ୮ମି.ମି. ବାରିପଦା ୯ ମି.ମି ଏବଂ ଯାଜପୁର ୫ ମି.ମି ବର୍ଷା ହୋଇଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁଡ଼ା, ନୂଆପଡା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବରଗଡ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।
ପ୍ରବଳ ବର୍ଷା ଏବଂ କାଳବୈଶାଖା ଜନିତ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ( ଏସଆରସି)ସତ୍ୟବ୍ରତ ସାହୁ ଜନସାଧାରଣ ଏବଂ ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ।