ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ,ପାଠ ପଢ଼ା ପାଇଁ ଚିନ୍ତାରେ ସବୁ Student ଶିକ୍ଷକ ମାନେ କଲେ ଏପରି ଦାବି ଜାଣିରଖନ୍ତୁ

ଦର୍ଶକବନ୍ଧୁ ସ୍କୁଲରେ ଆରମ୍ଭ ପଢ଼ା ତିନି ମାସ ହେଲା ନୂଆ ଶିକ୍ଷାବର୍ଷ ମଧ୍ୟ ଆରମ୍ଭ ହେଲାଣି ହେଲେ ଏପର୍ଯ୍ୟନ୍ତ ପାଠ୍ୟ ପୁସ୍ତକ ସ୍କୁଲରେ ପହଁଚି ପାରି ନାହିଁ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଶିକ୍ଷକ ଏବଂ ଛାତ୍ର ଛାତ୍ରୀ | ପୂର୍ବ ବର୍ଷର ପୁରୁଣା ବହିରେ ପିଲା ମାନେ କାମ ଚଳାଉଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ବିଷୟରେ ଚିନ୍ତା କରୁନି କି କିଛି ପଦକ୍ଷେପ ନେଉନି। ସର୍ବଶିକ୍ଷା ଅଭିଯାନ ଅଧୂନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ପିଲାଙ୍କୁ ମାଗଣା ପାଠ୍ୟ ପୁସ୍ତକ ଦିଆଯାଉଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଏହି ପାଠ୍ୟପୁସ୍ତକ ମିଳୁଛି ସେହିପରି ନବମ ଓ ଦଶମ ଶ୍ରେଣୀର ଏସ୍‌ଆରଟିକୁ ଅଭିଯୋଗ କରିଛନ୍ତି |

ସେହିପରି ନବମ ଓ ଦଶମ ଶ୍ରେଣୀର ଏସ୍‌ସି, ଏସ୍‌ଟି ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ପ୍ରଦାନ କରିବାର ନିୟମ ରହିଛି। ଏହା ବାଧ୍ୟତାମୂଳକ ମଧ୍ୟ। ଶିକ୍ଷା ବର୍ଷ ଆରମ୍ଭ ଓ ପାଠପଢ଼ା ହେବା ଆଗରୁ ପାଠ୍ୟପୁସ୍ତକ ଯୋଗାଇବା କଥା। ପାଠ୍ୟପୁସ୍ତକ ଛାପି ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ପକ୍ଷରୁ ସମସ୍ତ ବ୍ଳକକୁ ପଠାଯିବା ପ୍ରାଧୂକରଣ (ଓସେପା) ପକ୍ଷରୁ ସମସ୍ତ ବ୍ଲକରୁ ପଠାଯିବା ପରେ ସମସ୍ତ କ୍ଲଷ୍ଟରରୁ ସ୍କୁଲକୁ ବହି ଯାଇଥାଏ। ହେଲେ ଏ ପର୍ଯ୍ୟନ୍ତ ରାଜ୍ୟର ଅନେକ ବ୍ଲକକୁ ପାଠ୍ୟପୁସ୍ତକ ପହଞ୍ଚିପାରି ନାହିଁ।

ଜଣେ ଶିକ୍ଷକ ନେତାଙ୍କ କହିବା କଥା, ୩ ମାସ ହେଲା ପାଠପଢ଼ା ଆରମ୍ଭ ହେଲାଣି। ମାତ୍ର ରାଜ୍ୟର ଅନେକ ବ୍ଲକକୁ ଏ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପହଁଞ୍ଚିପାରି ନାହିଁ। ଏପରିକି ସ୍କୁଲରେ ଯେତିକି ପିଲା ନାମ ଲେଖାଉଛନ୍ତି, ସେହି ଅନୁସାରେ ମଧ୍ଯ ପାଠ୍ୟପୁସ୍ତକ ଆସୁନାହିଁ । ଯଦି କୌଣସି ପିଲା ବିଳମ୍ବରେ ନାମ ଲେଖାଉଛି ତାକୁ ପାଠ୍ୟପୁସ୍ତକ ମିଳିବା କଷ୍ଟକର ହୋଇପଡୁଛି। ଏମିତି ସ୍ଥିତି ହୋଇଛି ଯେ, କାହାକୁ ଯଦି ଗଣିତ ବହି ଦିଆଯାଉଛି ତାକୁ ସାହିତ୍ୟ ବହି ମିଲୁନି!

ଶିକ୍ଷକମାନେ ପୁରୁଣା ପିଲାଙ୍କ ବହି ସଂଗ୍ରହ କରି ଏବର୍ଷ ପିଲାଙ୍କୁ ଦେଇ କାମ ଚଳାଇ ଦେଉଛନ୍ତି। ପୁରୁଣା ବହି, ସବୁ ବିଷୟର ମିଳିପାରୁ ନାହିଁ । ତେଣୁ ସ୍କୁଲ ପିଲା ଓ ଶିକ୍ଷକ ହଇରାଣ ହେଉଛନ୍ତି।ରାଜ୍ୟରେ ଆବଶ୍ୟକ ପାଠ୍ୟପୁସ୍ତର ଯୋଗାଇ ଦେବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ଦାବି କରିଛନ୍ତି। ବିଭାଗ ଘରୋଇ ସ୍କୁଲକୁ ବହି ଯୋଗାଇବାରେ ବ୍ୟସ୍ତ ରହୁଛି, ଆମ ସରକାରୀ ସ୍କୁଲ କଥା କିଏ ପଚାରେ ବୋଲି ଶ୍ରୀ ମହାରଣା ଅଭିଯୋଗ କରିଛନ୍ତି

ଅନ୍ୟପଟେ ଏନେଇ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ପାଠ୍ୟପୁସ୍ତକ ବଣ୍ଟନ ଦାୟିତ୍ୱ ଓସେପାର, ଆମର ନୁହେଁ। ଆମେ କେବଳ ପାଠ୍ୟପୁସ୍ତକରେ ଉନ୍ନତି କରିଥାଉ। ତେବେ ଓସେପାର ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କିଛି ଉତ୍ତର ମିଳିନାହିଁ | ତୁରନ୍ତ ପାଠ୍ୟପୁସ୍ତକ ଆବଶ୍ୟକତା ଅନୁଯାୟୀ ଯୋଗାଇବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ଦାବି କରିଛନ୍ତି |

Leave a Reply

Your email address will not be published. Required fields are marked *